ETV Bharat / business

26ରେ CAITର ବଜାର ବନ୍ଦ ଡାକରା, ସବୁ ଦୋକାନରେ ପଡିବ ତାଲା !

author img

By

Published : Feb 18, 2021, 9:13 PM IST

26ରେ CAITର ବଜାର ବନ୍ଦ ଡାକରା
26ରେ CAITର ବଜାର ବନ୍ଦ ଡାକରା

ଜିଏସଟି ପ୍ରଣାଳୀ ଜଟିଳ ରହିଛି । ଏଣୁ ପୁଣି ଥରେ ଏହାର ବ୍ୟବସ୍ଥା ନେଇ ସମୀକ୍ଷା କରିବାକୁ ଦାବି କରିଛି ସିଏଆଇଟି । ଏଥିଲାଗି ଫେବୃଆରୀ 26 ରେ ଦେଶର 1500 ସ୍ଥାନରେ ଧାରଣା ଦିଆଯିବ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି) ସରଳ କରିବା ଦାବିରେ ଆସନ୍ତା 26ରେ ଭାରତ ବନ୍ଦ ଡାକରା ଦେଇଛି ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) । ଏହି ପରିପ୍ରେକ୍ଷୀରେ ଦେଶର ସମସ୍ୟା କମର୍ସିଆଲ ବଜାର ବନ୍ଦ ରହିବ ।

ଜିଏସଟି ପ୍ରଣାଳୀ ଜଟିଳ ରହିଛି । ଏଣୁ ପୁଣି ଥରେ ଏହାର ବ୍ୟବସ୍ଥା ନେଇ ସମୀକ୍ଷା କରିବାକୁ ଦାବି କରିଛି ସଙ୍ଗଠନ । ସଙ୍ଗଠନ ଏ ନେଇ ଦୃଷ୍ଟି ଦେବାକୁ କେନ୍ଦ୍ର ସରକାର ରାଜ୍ୟସରକାର ଓ ଜିଏସଟି ପରିଷଦକୁ ଜଣାଇଛନ୍ତି । ଏଥିଲାଗି ଫେବୃଆରୀ 26ରେ ଦେଶର 1500 ସ୍ଥାନରେ ଧାରଣା ଦିଆଯିବ ।

ସଙ୍ଗଠନ ଜିଏସଟି ବ୍ୟବସ୍ଥାକୁ ସରଳ ଓ ଯୁକ୍ତିସଙ୍ଗତ କରିବା ପାଇଁ କର ପ୍ରଣାଳୀ ତଥା କର ସ୍ମାବ ସମୀକ୍ଷାର ଦାବି କରିଛି । ଯେପରିକି ଏକ ସାଧାରଣ ବ୍ୟବସାୟୀ ମଧ୍ୟ ସହଜରେ ଦ୍ରବ୍ୟ ଓ ସେବା କର ବ୍ୟବସ୍ଥାକୁ ପାଳନ କରିପାରିବ । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ସଙ୍ଗଠନ ଏହି ମାମଲାରେ ସରକାରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ସିଏଆଇଟିର ଭାରତ ବନ୍ଦ ଡାକରାକୁ ‘ଅଲ ଇଣ୍ଡିଆ ଟ୍ରାନ୍ସପୋଟର୍ସ ୱାଲେଫୟାର ଆସୋସିଏସନ (ଏଲଆଇଟିଡବ୍ଲୁଏ) ସମର୍ଥନ କରୁଛି । ଆଉ ଫେବୃଆରୀ 26ରେ ଚକ୍କା ଜାମ କରିବ । ଖଣ୍ଡେଲୱାଲ କହିଛନ୍ତି କି, ‘‘ଫେବୃଆରୀ 26କୁ ସମଗ୍ର ଦେଶରେ ସମସ୍ତ ବଜାର ବନ୍ଦ ରହିବ ଓ ସବୁ ରାଜ୍ୟକୁ ଅଲଗା ଅଲଗା ସହରରେ ବିରୋଧ ପାଇଁ ଧାରଣାର ଆୟୋଜନ କରାଯିବ । ’’

ସିଏଆଇଟି ସହ 40,000ରୁ ଅଧିକ ବ୍ୟବସାୟୀ ସଂଘ ବନ୍ଦ ସମର୍ଥନ କରିବେ । ସେ କହିଛନ୍ତି କି ‘‘ସ୍ବେଚ୍ଛାକୃତ ଅନୁପାଳନ’’ ଏକ ସଫଳ ଜିଏସଟି ବ୍ୟବସ୍ଥାର ଚାବିକାଠି । 4 ବର୍ଷରେ ଜିଏସଟି ନିୟମରେ ଏବେ ସୁଦ୍ଧା ପ୍ରାୟ 950 ସଂଶୋଧନ କରାଯାଇଛି । ଜିଏସଟି ପୋର୍ଟାଲରେ ଟେକ୍ନୋଲୋଜି ତ୍ରୁଟି ସହ ଜଡିତ ପ୍ରସଙ୍ଗ ତଥା ଅନୁପାଳନ ବୋଢ ବଢାଇବା କର ବ୍ୟବସ୍ଥାର ପ୍ରମୁଖ ଅବ୍ୟବସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.