ETV Bharat / business

ମୁଖ୍ୟମନ୍ତ୍ରୀଙ୍କ ବଜେଟ ପ୍ରତିକ୍ରିୟା; ପୁଞ୍ଜି ନିବେଶକୁ ପ୍ରଶଂସା, ରାଜ୍ୟ ଭାଗ କମିବା ନେଇ ଉଦବେଗ

author img

By

Published : Feb 1, 2021, 7:38 PM IST

Updated : Feb 1, 2021, 7:44 PM IST

ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା,   କମିବ ଓଡିଶାର ଭାଗ
ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା, କମିବ ଓଡିଶାର ଭାଗ

2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମିଶ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଭିଡ ପରର ଏହା ପ୍ରଥମ ବଜେଟ । ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସହ ଥିଲା ଆଶା ଓ ସମ୍ଭାବନାର ବଜେଟ । ଏଥିରେ ଅନେକ ସକରାତ୍ମକ ଦିଗ ରହିଛି । କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଭ୍ୟାକ୍ସିନ ପାଇଁ ଆବଣ୍ଟନ, ଆର୍ଥିକ ନିଅଣ୍ଟ ବୃଦ୍ଧି ଭଳି ବଡ ପଦକ୍ଷେପ ଦ୍ବାରା ଅର୍ଥନୀତିକୁ ବଳ ମିଳିବ । ଏଥିସହ ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ବ ଦିଆଯାଇଛି । ମୋଟାମୋଟି କହିବାକୁ ଗଲେ ଏହା ଏକ ଆତ୍ମନିର୍ଭର ଭାରତର ମଧ୍ୟମ ଓ ଦୀର୍ଘମିଆଦି ଭିଜନ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା, କମିବ ଓଡିଶାର ଭାଗ

ତେବେ ପଞ୍ଚଦଶ ଅର୍ଥ କମିଶନରଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସ କର ବାବଦକୁ ଭାଗ କମିବ । ଫଳରେ ଓଡିଶା 10840 କୋଟି ଟଙ୍କା କ୍ଷତି ସହିବ । ଆସନ୍ତା 5 ବର୍ଷ ଯାଏଁ ସେୟାର ଖସିବ ।

ଏଣୁ ଆଗାମୀ ଦିନରେ ଓଡିଶାର ଯୋଜନା ଅନୁସାରେ ରେଳ ଓ ହାଇୱେ ସେକ୍ଟର ପାଇଁ ଅଧିକ ପୁଞ୍ଜି ନିବେଶ ଆବଶ୍ୟକ ରହିଛି । ଏଥିସହ ସାମାଜିକ କାର୍ଯ୍ୟକ୍ରମ ଓ ସ୍ଥାନୀୟ ସଂସ୍ଥା ପାଇଁ ଅଧିକ ଆବଣ୍ଟନ ଜରୁରୀ । ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ସେସ ଲାଗୁ ଦ୍ବାରା କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନ ଦୁର୍ବଳ ହୋଇପାରେ ।

ଏହା ବାଦ ମୁଖ୍ୟମନ୍ତ୍ରୀ କହିଛନ୍ତି କି ମୁଁ ବହୁତ ଖୁସି କି ମିଶନ ଶକ୍ତି ଭଳି କେନ୍ଦ୍ର ବଜେଟରେ ମହିଳା ସଶକ୍ତିକରଣରୁ ଅଧିକ ଗୁରୁତ୍ବ ଦିଆଯାଇଛି । ମିଶନ ଶକ୍ତି ରୂପରେ ଓଡିଶା ସମଗ୍ର ଦେଶରେ ନିଜର ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ମୁଁ ଆଶା କରୁଛି କି ମମତା ଓ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ପାଇଁ ଆଗାମୀ ଦିନରେ ନିର୍ବାଚନରେ ମହିଳା ସଂରକ୍ଷଣକୁ ଗୁରୁତ୍ବ ଦିଆଯିବ । ଆଉ ଆମେ ଏଥିପାଇଁ ଯୁଦ୍ଧ ଜାରି ରଖିବୁ ।

Last Updated :Feb 1, 2021, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.