ETV Bharat / business

ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ବ, PSUରେ ହେବ ବିନିବେଶ

author img

By

Published : Feb 1, 2021, 2:26 PM IST

ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ବ, PSUରେ ହେବ ବିନିବେଶ
ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ବ, PSUରେ ହେବ ବିନିବେଶ

ବଜେଟରେ ପୁଞ୍ଜି ପ୍ରତ୍ୟାହାରକୁ ଦିଆଯାଇଛି ଗୁରୁତ୍ବ । କୋରୋନା କାଳର କ୍ଷତି ମଧ୍ୟରେ ଟଙ୍କା ଯୋଗାଡ ପାଇଁ ସରକାରୀ କମ୍ପାନୀର ହେବ ଘରୋଇ ନିବେଶ । ଏହା ଜରିଆରେ 2 ଘରୋଇ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀର ହେବ ବିନିବେଶ ।

ନୂଆଦିଲ୍ଲୀ: ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ର ସାଧାରଣ ବଜେଟ ଆଗତ କରିଛନ୍ତି । ବଜେଟ ଭାଷଣର ବଡ ମାଇଲଷ୍ଟୋନ ହେଉଛି ସରକାରୀ କମ୍ପାନୀରେ ବିନିବେଶ । 2 ସରକାରୀ ବ୍ୟାଙ୍କ ଓ ବୀମା କମ୍ପାନୀର ହେବ ପୁଞ୍ଜି ପ୍ରତ୍ୟାହାର ।

ପୁଞ୍ଜି ପ୍ରତ୍ୟାହାର ମାମଲାରେ ବଡ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋଭିଡ ପରେ ବି ଆମେ ରଣନୀତିକ ବିନିବେଶ ଉପରେ କାମ କରୁଛୁ । ସେହିପରି ବିପିସିଏଲ, ଆଇଓସିଏଲ ଭଳି ରାଷ୍ଟ୍ରାୟତ୍ତ ସରକାରୀ କମ୍ପାନୀରେ ବିନିବେଶ 2022 ସୁଦ୍ଧା ହୋଇଯିବ । ଏଥିସହ ଏୟାର ଇଣ୍ଡିଆର ହେବ ବିକ୍ରି ।

2021-22 ରେ ଦୁଇ ଆଉ ସରକାରୀ କମ୍ପାନୀରେ ବିନିବେଶ ହେବ । ଏହା ଦ୍ବାରା ସରକାରଙ୍କୁ 1.75 ଲକ୍ଷ କୋଟି ଟଙ୍କା ମିଳିବ ।

ତେବେ ଆଗାମୀ ସମୟରେ କେଉଁ ସବୁ ପିଏସୟୁରେ ବିନିବେଶ ହେବ ସେନେଇ ନୀତି ଆୟୋଗ ଲିଷ୍ଟ କରିବ । ସେହିପରି ଏଭଳି 4 କ୍ଷେତ୍ର ରହିଛି, ଯେଉଁଥିରେ ସରକାରୀ କମ୍ପାନୀ କାମ କରିବେ । ବାକିରେ ବିନିବେଶ କରାଯିବ । ଆମେ ସରକାରୀ କମ୍ପାନୀର ଚିହ୍ନଟ କରୁଛୁ, ଯେଉଁଥିରେ ସରକାର ନିଜ ଅଂଶଧନ ହ୍ରାସ କରିବେ । ଏଥିସହ ଏଲଆଇସିର ମଧ୍ୟ ଆଇପିଓ ଆସିବ । ବିନିବେଶ ଦ୍ବାରା ସରକାରଙ୍କୁ 2021-22ରେ 1.75 ଲକ୍ଷ କୋଟି ଟଙ୍କା ମିଲିବ । ଗତ ବର୍ଷ ବଜେଟରେ 2.10 ଲକ୍ଷ କୋଟି ବିନିବେଶ ଲକ୍ଷ୍ୟ ରଖାଯାଇଥିଲା । ତେବେ ସରକାର ଏବେ ଏହି ଲକ୍ଷ୍ୟକୁ ହାସଲ କରିପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.