ETV Bharat / business

ଭାରତରେ ଆଇଫୋନ 11 ଉତ୍ପାଦନ ଆରମ୍ଭ

author img

By

Published : Jul 25, 2020, 12:54 PM IST

ଭାରତରେ ଆଇଫୋନ 11 ଉତ୍ପାଦନ ଆରମ୍ଭ
ଭାରତରେ ଆଇଫୋନ 11 ଉତ୍ପାଦନ ଆରମ୍ଭ

ଆଇଫୋନ ନିର୍ମାତା ଆମେରିକୀୟ ଅଗ୍ରଣୀ କମ୍ପାନୀ ଆପଲ ପ୍ରଥମ ଥର ପାଇଁ ଭାରତରେ ଫ୍ଲାଗସିପ ମଡେଲ ଆଇଫୋନ 11 ମଡେଲ ଉତ୍ପାଦନ କରିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆମେରିକୀୟ ଅଗ୍ରଣୀ କମ୍ପାନୀ ଆପଲ ଭାରତରେ ଆରମ୍ଭ କଲା ଉତ୍ପାଦନ । କମ୍ପାନୀ ନିଜର ଫ୍ଲାଗସିପ ମଡେଲ ଆଇଫୋନ 11 ଚେନ୍ନାଇ ନିକଟସ୍ଥ ଫକ୍ସକନ ପ୍ଲାଣ୍ଟରେ ପ୍ରସ୍ତୁତ କରୁଛି । ପ୍ରଥମ ଥର ପାଇଁ କମ୍ପାନୀ ଭାରତରେ ଏହାର କୌଣସି ମଡେଲ ଉତ୍ପାଦନ କରିଛି ।

ଆଇଫୋନର ଏହି ପ୍ରୟାସ ଦ୍ବାରା ସରକାରଙ୍କ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ତେବେ ଆଗକୁ ଏହାର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି କରାଯିବ । ଏପରିକି ଆପଲ ଭାରତରେ ତିଆରି କରୁଥିବା ଆଇଫୋନ-11କୁ ରପ୍ତାନୀ ପାଇଁ ମଧ୍ୟ ପ୍ରସ୍ତୁତ ହେବ । ଏସବୁ ଦ୍ବାରା ମୋବାଇଲ ଉପଭୋକ୍ତାଙ୍କ ଚୀନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।

ପ୍ରକାଶ ଯେ, କମ୍ପାନୀ ଆଇଫୋନ 11 ଫୋନର ଦାମ କମାଇନାହିଁ । କିନ୍ତୁ ଏବେ ଭାରତରେ ଉତ୍ପାଦନ ଦ୍ବାରା ଆଗାମୀ ଦିନରେ ଦର ହ୍ରାସ ପାଇପାରେ । କାରଣ ଘରୋଇ ବଜାରରେ ଉତ୍ପାଦନ ଦ୍ବାରା ଏହାର ଆମଦାନୀ ଶୁଳ୍କ 22 ପ୍ରତିଶତ ବଳକା ରହିବ ।

ଏ ନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଟ୍ବିଟ କରି କହିଛନ୍ତି କି ‘ ମେକ ଇନ ଇଣ୍ଡିଆକୁ ଏହା ବଳ ଦେବ । ଆପଲ ଭାରତରେ ସବୁଠୁ ଅଧିକ ବିକ୍ରି ହେଉଥିବା ଆଇଫୋନ 11 ନିର୍ମାଣ ପ୍ରଥମ ଥର ଆରମ୍ଭ କରିଛି ।’’ ପୂର୍ବରୁ ଆପଲ ଫକ୍ସକସ ପ୍ଲାଣ୍ଟରେ ଆଇଫୋନ ଏକ୍ସଆର ଉତ୍ପାଦନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.