ETV Bharat / business

ଭୁଲ ବିଜ୍ଞାପନ ଦେଉଛନ୍ତି କି ସାବଧାନ !

author img

By

Published : Aug 5, 2019, 10:19 PM IST

ପ୍ରତିକାତ୍ମକ ଫଟୋ

ଚଳିତ ବର୍ଷ ମେ ମାସରେ ବିଜ୍ଞାପନ ନିୟାମକ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) 132 ବିଜ୍ଞାପନ ଭୁଲ ନେଇ ପ୍ରମାଣିତ କରିଛି ।

ନୂଆଦିଲ୍ଲୀ: ଆଜିକା ସମୟରେ ପ୍ରଡକ୍ଟ ବିକ୍ରିର ବେଷ୍ଟ ମାଧ୍ୟମ ବିଜ୍ଞାପନ । କମ୍ପାନୀ ତାର ପ୍ରସ୍ତୁତ ଜିନିଷକୁ ଗ୍ରାହକଙ୍କ ପାଖରେ ଆଦୃତ କରିବାକୁ ବହୁ ଭ୍ରମାତ୍ମକ ସୂଚନା ଦେବା ସହ ମିଥ୍ୟା ତଥ୍ୟ ପ୍ରଚାର କରୁଛି । ଏହି ଧାରାରେ ଚଳିତ ବର୍ଷ ମେ ମାସରେ ବିଜ୍ଞାପନ ନିୟାମକ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପାଖରେ 231ବିଜ୍ଞାପନ ବିରୋଧରେ ଅଭିଯୋଗ ଦାଏର ହୋଇଛି ।

ଦାଏର ହୋଇଥିବା ସମସ୍ତ ଅଭିଯୋଗ ମଧ୍ୟରୁ 67 ଖାରିଜ ହୋଇଥିଲା ବେଳେ 132 ବିଜ୍ଞାପନ ବିରୋଧରେ ରୁଜୁ ହୋଇଥିବା ମାମଲା ଠିକ ନେଇ ପ୍ରମାଣିତ ହୋଇଛି । ଏଥିରେ ଟେଟଲୀ ଗ୍ରୀନ ଟି, ଟ୍ୟାଙ୍ଗ ଓ ଆଇଫୋନ ଆକ୍ସେସ ସମେତ ବହୁ ନାମୀ ଦାମୀ କମ୍ପାନୀର ବିଜ୍ଞାପନ ରହିଛି ।

ଏଏସସିଆଇ ତାର ଏକ ବୟାନରେ କହିଛି ଯେ, ସ୍ବତନ୍ତ୍ର ଭାବେ କାମ କରୁଥିବା ଉପଭୋକ୍ତା (Consumer Complaints Council ସିସିସି) 164 ବିଜ୍ଞାପନର ବିଶ୍ଲେଷଣ କରିଛି । ସେଥିମଧ୍ୟରୁ 132 ବିଜ୍ଞାପନ ବିରୋଧରେ ହୋଇଥିବା ଅଭିଯୋଗ ସତ ରହିଛି । ଏଥିରେ 69 ଶିକ୍ଷାକ୍ଷେତ୍ର, 41 ସ୍ବାସ୍ଥ୍ୟ ବିଭାଗ ଓ 2ଟି ସୌନ୍ଦର୍ଯ୍ୟ ପ୍ରାସାଧନ, 4 ଖାଦ୍ୟ ଓ ପାନୀୟ, ଓ 16 ଅନ୍ୟ କ୍ଷେତ୍ର ସହ ଜଡିତ ବିଜ୍ଞାପନ ନେଇ ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.