ETV Bharat / business

ଘୁଞ୍ଚିଲା 36ତମ ଜିଏସଟି ପରିଷଦ ବୈଠକ

author img

By

Published : Jul 25, 2019, 7:30 PM IST

ପ୍ରତିକାତ୍ମକ ଫଟୋ

ଗୁରୁବାର ହେବାକୁ ଥିବା ଜିଏସଟି ପରିଷଦର 36ତମ ବୈଠକ ବାତିଲ ହୋଇଛି । ଏହି ବୈଠକ ଆଗକୁ କେବେ ବସିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ନୂଆଦିଲ୍ଲୀ: ଘୁଞ୍ଚିଲା ଜିଏସଟି ପରିଷଦ ବୈଠକ । ଗୁରୁବାର ହେବାକୁ ଥିବା ଜିଏସଟି ପରିଷଦର 36ତମ ବୈଠକକୁ ବାତିଲ କରାଯାଇଛି । ଏହାର ପରବର୍ତ୍ତୀ ବୈଠକ କେବେ ହେବ ସେ ନେଇ କୌଣସି ସୂଚନା ମିଳିନଥିବାବେଳେ, ଆଜିର ବୈଠକ ଘୁଞ୍ଚିଥିବା ଜଣାପଡିଛି ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଦ୍ୱିତୀୟ ଓ ବଜେଟ ପରେ ଏହା ପ୍ରଥମ ବୈଠକ ହେବାକୁ ଥିଲା । ଏଥିରେ ଇଲେକ୍ଟ୍ରିକ ଯାନବାହାନ ଉପରେ ବଡ ରିହାତି ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଥିଲା । ତେବେ ବୈଠକ ଘୁଞ୍ଚିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Intro:Body:

ସରକାରୀ ଚାକିରୀ ପାଇଁ ବୟଷ ସୀମା 44କୁ ବୃଦ୍ଧି ଦାବି







ଭୁବନେଶ୍ବର () ସରକାରୀ ଚାକିରୀରେ ନିଯୁକ୍ତି ବୟଷ ସୀମା 44କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠା ବିରୋଧୀ ଦଳ ନେତା ଗୋଆ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ଓ ହରିଆନାର ଉଦାହାର ଦେଇଥିଲେ ।











ସେ କହିଥିଲେ ଯେ, ବର୍ତ୍ତମାନ ସାଧାରଣ ବର୍ଗ ପାଇଁ ସରକାରୀ ଚାକିରୀରେ ସର୍ବୋଚ୍ଚ ବୟଷ ସୀମା 32 ବର୍ଷ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ତାହା 37 ବର୍ଷ ରହିଛି । କିନ୍ତୁ ଗୋଆରେ ଏହି ବୟଷ ସୀମା 45 ବର୍ଷ ଥିବା ବେଳେ ତେଲେଙ୍ଗାନାରେ 44, ଉତ୍ତରାଖଣ୍ଡରେ 43, ଆନ୍ଧ୍ରପ୍ରଦେଶରେ 42, ହରିଆନାରେ 42, ରାଜସ୍ଥାନରେ 40, ପଶ୍ଚିମବଙ୍ଗରେ 40 ଓ ମଧ୍ୟପ୍ରଦେଶରେ 40 ବର୍ଷ ରହିଛି । ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ହାସଲ ପରେ ସରକାରୀ ଚାକିରୀରେ ଆବେଦନ ପାଇ ବିଶେଷ ସୁଯୋଗ ପାଉନାହାଁନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ତାଙ୍କ ସହ ସ୍ବର ମିଳାଇ ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟଷ ସୀମା 44 ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ବିରୋଧୀ ସଦସ୍ୟଙ୍କ ଉଦବେଗକୁ ଦେଖି ବାଚସ୍ପତି କହିଥିଲେ ଯେ, ସରକାର ଏଦିଗରେ ଗୁରୁତ୍ତର ସହ ବିଚାର କରିଛନ୍ତୁ ।











ବାଇଟ – ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା











ବାଇଟ – ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ











Bytes sent in LiveU. Please check  



 






Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.