ETV Bharat / business

ବଜେଟ 2021: କେତେ ପାଇଲା ଓଡିଶା, କଣ ରହିଛି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ

author img

By

Published : Feb 3, 2021, 5:00 PM IST

କେନ୍ଦ୍ର ବଜେଟ 2021: ଓଡିଶା କେତେ ପାଇଲା , କଣ ରହିଛି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ
କେନ୍ଦ୍ର ବଜେଟ 2021: ଓଡିଶା କେତେ ପାଇଲା , କଣ ରହିଛି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ

କେନ୍ଦ୍ର ବଜେଟରୁ କଣ ରହିଥିଲା ଓଡିଶାର ଡିମାଣ୍ଡ, କେତେ ମିଳିଛି ଆଉ ପଞ୍ଚଦଶ କମିଶନଙ୍କ ସୁପାରିସ କଣ ରହିଛି । ଜାଣନ୍ତୁ... ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର:ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସାଧାରଣ ବଜେଟ । 34 ଲକ୍ଷ 83 ହଜାରର ବ୍ୟୟ ଚିଠା ମଧ୍ୟରେ 130 କୋଟି ଜନତାଙ୍କ ପାଇଁ ହୋଇଛି ଘୋଷଣା । ବଜେଟ ନେଇ କିଛି ଖୁସି ହୋଇଥିଲା ବେଳେ ଅନେକ ନିରାଶ ପ୍ରକାଶ କରିଛନ୍ତି । ଏପଟେ ଏହି ବଜେଟକୁ ଓଡିଶା ପ୍ରଶଂସା‌ କରିଥିଲା ବେଳେ ରାଜ୍ୟ ପ୍ରତି ହୋଇଥିବା ବ୍ୟୟ ବରାଦକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଦାବି ରହିଥିଲା ସେ ଅନୁସାରେ ଏତେଟା ମିଳିନି ବୋଲି କୁହାଯାଇଛି । ସେପଟେ ପଞ୍ଚଦଶ ଅର୍ଥ କମିଶନଙ୍କ ଦ୍ବାରା ଦାଖଲ ଚୁଡାନ୍ତ ରିପୋର୍ଟରେ ଟିକସ ଭାଗ ଓ ଅନୁଦାନ ମଧ୍ୟ ଖସିଛି । ତେବେ କଣ ରହିଥିଲା ଡିମାଣ୍ଡ, କେତେ ମିଳିଛି ଆଉ ପଞ୍ଚଦଶ କମିଶନଙ୍କ ସୁପାରିଶ କଣ ରହିଛି । ଜାଣନ୍ତୁ...

ବଜେଟ ପାଇଁ କଣ ରହିଥିଲା ଓଡିଶାର ଦାବି

  • ରେଳ ବିକାଶ ପାଇଁ ଓଡିଶା 7200 କୋଟି ଟଙ୍କା ମାଗିଥିଲା ।
  • ସେହିଭଳି ରାଜ୍ୟର ଅଣବ୍ୟାଙ୍କ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ସହ ପଛୁଆ ଜିଲ୍ଲାରେ ଇଣ୍ଟରନେଟ ତଥା ଟେଲି ପ୍ରକଳ୍ପ ପାଇଁ 5,650 କୋଟି ଟଙ୍କାର ହୋଇଥିଲା ଦାବି ।
  • ଟିକସ ଭାଗ ଓ ଅନୁଦାନ ବାବଦରେ 75 ହଜାର କୋଟି ମିଳିବା ଆଶା ବାନ୍ଧିଥିଲା ଓଡିଶା ।

କେନ୍ଦ୍ର ବଜେଟରୁ କଣ ପାଇଲା ଓଡିଶା

  • ଛତିଶଗଡ, ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା ରାୟପୁର-ବିଶାଖାପଟନମ 464 କିଲୋମିଟର ପ୍ରକଳ୍ପ ଚଳିତ ବର୍ଷ ହେବ । ଆଉ ନିର୍ମାଣ କାର୍ଯ୍ୟ 2021-22ରେ ଆରମ୍ଭ ହେବ ।
  • ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ । ଏଥିପାଇଁ ଏଠାରେ ବୃହତ୍ତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠା ହେବ । ଫଳରେ ଉପକୃତ ହେବେ ମତ୍ସ୍ୟଜୀବି ।
  • ଆର୍ଥିକ ବର୍ଷ 2021-22 ମଧ୍ୟରେ ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ (NINL) ରଣନୀତିକ ବିନିବେଶ ସମାପ୍ତ କରାଯିବ ।

ଓଡିଶା ପାଇଁ କଣ ସୁପାରିସ କରିଛନ୍ତି ପଞ୍ଚଦଶ ଅର୍ଥ ଆୟୋଗ

ସୋମବାର ସଂସଦରେ ପଞ୍ଚଦଶ ଅର୍ଥ କମିଶନଙ୍କ ଚୁଡାନ୍ତ ରିପୋର୍ଟ ଉପସ୍ଥାପନ ହୋଇଛି । କମିଶନଙ୍କ ସୁପାରିସ ଅନୁସାରେ ବଜେଟରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ଭାଗ ଓ ଅନୁଦାନ ପ୍ରସ୍ତାବ ଦିଆଯାଇଛି । ଆସନ୍ତା 5 ବର୍ଷରେ ଓଡିଶାକୁ ମୋଟ 2 ଲକ୍ଷ 22 ହଜାର 559 କୋଟି ଟଙ୍କା କେନ୍ଦ୍ରୀୟ ପାଣ୍ଠି ଆସିବ ବୋଲି ଦର୍ଶାଇଛନ୍ତି ।

  • ଯେତେବେଳେ କି ଏଥିପାଇଁ ଓଡିଶାର ଦାବି 8.24 ଲକ୍ଷ କୋଟି ଟଙ୍କା ରହିଥିଲା ।
  • ଅର୍ଥ କମିଶନଙ୍କ ସୁପାରିସରେ କମିଛି ଓଡିଶାର ଭାଗ । ଗତ ବର୍ଷ ତୁଳନାରେ ଏଥର କୋରୋନା ଯୋଗୁଁ ଟିକସ ଭାଗ କମିଛି । ଯାହା ଦ୍ବାରା ଓଡିଶା 11 ହଜାର କୋଟି ଟଙ୍କା ହରାଇବା ଆଶଙ୍କା ଦେଖାଦେଇଛି ।
  • 2020-21ରେ ଫରେଷ୍ଟ ଏବଂ ଇକୋଲୋଜି ପାଇଁ 6,257 କୋଟି ଟଙ୍କା
  • ଗତ କମିଶନ ଅନ୍ତରୀଣ ରିପୋର୍ଟରେ 2015-20 ଅବଧି ମଧ୍ୟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଯୋଗଦାନକୁ 42ରୁ 41 ପ୍ରତିଶତକୁ ହ୍ରାସ କରାଯାଇଥିଲା ।
  • ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିବ 11800 କୋଟି । ବିପର୍ଯ୍ୟୟ ମୁକାବିଲା ପାଇଁ ଅନୁଦାନ ବଢିଥିବା ଦର୍ଶାଯାଇଛି । ଆଗାମୀ 5 ବର୍ଷ ପାଇଁ 11 ହଜାର 819 କୋଟି ଟଙ୍କା ଖର୍ଚ୍ଚ କରିବ ଓଡିଶା । ଏଥିରେ କେନ୍ଦ୍ର ପକ୍ଷରୁ 8865 କୋଟି ଓ ଅବଶିଷ୍ଟ 2954 କୋଟି ଖର୍ଚ୍ଚ କରିବ ।
  • ସ୍ବାସ୍ଥ୍ୟ ସେବା ଅନୁଦାନ 2454 କୋଟି
  • ପଞ୍ଚାୟତକୁ 8800 କୋଟି
  • ପୌରାଞ୍ଚଳକୁ 4498 କୋଟି
  • ସ୍ବତନ୍ତ୍ର ପ୍ରକଳ୍ପ ଅନୁଦାନ 1665 କୋଟି
  • ଶ୍ରୀମନ୍ଦିର ଭକ୍ତଙ୍କ ସୁବିଧା ପାଇଁ 175 କୋଟି
  • ବାରବାଟୀ ଦୁର୍ଗର ବିକାଶ ପାଇଁ ଦେଢଶହ କୋଟି
  • କୋଣାର୍କ ସଂରକ୍ଷଣ ପାଇଁ 150 କୋଟି
  • ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ କମିଶନ 1775 କୋଟି ଟଙ୍କାର ଅନୁଦାନ ସୁପାରିଶ କରିଛନ୍ତି
  • ବାତ୍ୟା ପ୍ରବଣ ଅଞ୍ଚଳରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ବିକାଶ ପାଇଁ 800 କୋଟିର ଅନୁଦାନ ପ୍ରସ୍ତାବ ରହିଛି ।
  • ହୀରାକୁଦ ଜଳଭଣ୍ଡାର ଲକ୍ଷ୍ୟସ୍ଥଳର ବିକାଶ ପାଇଁ 200 କୋଟି
  • ସମ୍ବଲପୁରରେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାକୁ ଗଢିବା ପାଇଁ 150 କୋଟି
  • ଇନ୍ଦ୍ରାବତୀ ନଦୀ ଉପରେ ପୋଲ ପାଇଁ 150 କୋଟି ଟଙ୍କାର ଅନୁଦାନ ଦେବାକୁ ସୁପାରିସ ରହିଛି ।
  • ତେବେ କେନ୍ଦ୍ରୀୟ ଟିକସରେ ଓଡିଶାର ଭାଗ ବାବଦକୁ 1 ଲକ୍ଷ 91 ହଜାର କୋଟି ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ 31 ହଜାର 226 କୋଟି ମିଳିବ । ଯାହାକି ଚତୁର୍ଦ୍ଦଶ ଅର୍ଥ କମିଶନରଙ୍କ ତୁଳନାରେ 38 ପ୍ରତିଶତ ଅଧିକ ।
  • 2015-20 ଅବଧି ମଧ୍ୟରେ କେନ୍ଦ୍ରର ଟିକସରେ ରାଜ୍ୟର ଯୋଗଦାନ 42 ପ୍ରତିଶତ ହ୍ରାସ ହେବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.