ETV Bharat / briefs

ପରିବେଶ ସନ୍ତୁଳନ ରକ୍ଷା କରିବା ସାମୁହିକ ପ୍ରଚେଷ୍ଟା ଆବଶ୍ୟକ

author img

By

Published : Apr 23, 2019, 5:21 AM IST

ବିଶ୍ବ ପୃଥିବୀ ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଏବଂ ଜୀବଜନ୍ତୁ ସୁରକ୍ଷା ଥିଲା ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି(ସୋମବାର) ସାରା ଦେଶରେ ବିଶ୍ବ ପୃଥିବୀ ଦିବସ ପାଳିତ ହୋଇଛି । ଏହି ଅବସରରେ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଓ ବନସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଯେଉଁଠାରେ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ କିପରି କାର୍ଯ୍ୟ କରାଯାଇପାରିବ ସେ ନେଇ ଚର୍ଚ୍ଚା ହୋଇଥିଲା ।

ସମୁଦ୍ର ପତ୍ତନ ଠାରୁ ଏକ ହଜାର ମିଟର ଉଚ୍ଚ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥିବା ଏକ ଚିନ୍ତାଜନକ ବିଷୟ । ଏଥିସହିତ ଜୈବ ବିବିଧତାରେ ପରିପୂର୍ଣ୍ଣ ଏଠାକାର ବଣ ଜଙ୍ଗଲରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଜୀବଜନ୍ତୁ , କୀଟପତଙ୍ଗ, ଗୁଳ୍ମ , ବୃକ୍ଷଲତା ସମୟକ୍ରମେ ଉଭେଇ ଯିବା ତାହା ମଧ୍ୟ ଚିନ୍ତା ସୃଷ୍ଟି କରିଛି । ଜିଲ୍ଲାରେ ଏଭଳି ପରିସ୍ଥିତି ପାଇଁ ମଣିଷର ଲୋଭ ହିଁ ମୂଳ କାରଣ ବୋଲି କହିଛନ୍ତି କୋରାପୁଟ ବନଖଣ୍ଡ ଅଧିକାରୀ ଆର.ପୂର୍ଣ୍ଣିମା ।

ପୋଡ଼ୁ ଚାଷ ପାଇଁ ହେଉ କିମ୍ବା ଚୈତ୍ର ମାସରେ ହେଉଥିବା ବେଣ୍ଟ ଯାତ୍ରା ପାଇଁ ପାହାଡରେ ନିଆଁ ଲଗାଇ ଦେବା ଫଳରେ ଗଛଲତା ସହିତ ବିଭିନ୍ନ ଜୀବଜନ୍ତୁ ନଷ୍ଟ ହୋଇଯାଉଛନ୍ତି । ଦୈନନ୍ଦିନ ଚଳଣିରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ସହ ଜମିରେ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ମଧ୍ୟ ପରିବେଶକୁ ସଙ୍ଗୀନ କରୁଥିବା ପୂର୍ଣ୍ଣିମା କହିଛନ୍ତି । ତେବେ ବନ ବିଭାଗ ଦ୍ୱାରା ବନ ସୁରକ୍ଷା ସମିତି ଗଠନ କରାଯାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଗାଁରେ ପ୍ଲାଷ୍ଟିକର କମ ବ୍ୟବହାର, ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟ ସଫଳତାର ସହ ଚାଲିଛି । ଏସମ୍ପର୍କରେ କୋରାପୁଟ ଫରେଷ୍ଟ ରେଞ୍ଜର ସୁବାଷ ଖୁଣ୍ଟିଆ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବର୍ତ୍ତମାନ ସ୍ୟାଟେଲାଇଟ ମାଧ୍ୟମରେ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ନିଆଁ ଲାଗିଥିବା ଅଞ୍ଚଳରେ ନିଆଁ ବ୍ୟାପିବାରୁ ଅଟକାଇ ଦିଆଯାଇପାରୁଛି । ସେହିପରି ସ୍ୟାଟେଲାଇଟ ଚିତ୍ର ପ୍ରେରଣ କରିବା ମାତ୍ରେ ସଠିକ ଭାବେ ନିଆଁ ଲାଗିଥିବା ସ୍ଥାନକୁ ଅତ୍ୟାଧୁନିକ ବ୍ଲୋୱେର ଓ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ଯନ୍ତ୍ର ଧରି ତାଲିମପ୍ରାପ୍ତ ଯୁବକ ମାନେ ପହଞ୍ଚି ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରୁଥିବା ସୁବାଷ କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.