ETV Bharat / briefs

ପିଛା ଛାଡୁନି ଅନ୍ଧବିଶ୍ବାସ: ମୃତ ମହିଳାଙ୍କୁ ଜୀବିତ କରିବାକୁ ଡାକ୍ତରଖାନାରେ ଝଡାଫୁଙ୍କା

author img

By

Published : Jun 24, 2019, 9:45 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ ସାପ କାମୁଡାରେ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ 3 ଦିନ ଭିତରେ ମହିଳାଙ୍କ ଜୀବନ ଫେରିଆସିବ ବୋଲି କହି ତାଙ୍କ ମୃତଦେହକୁ ଝଡାଫୁଙ୍କା କରାଯିବା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବରଗଡ: ବିଜ୍ଞାନ ଓ ଅନ୍ଧବିଶ୍ଵାସ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲୁଥିବାବେଳେ ଆଧୁନିକ ଯୁଗରେ ବି କିଛି ଲୋକ ଅନ୍ଧବିଶ୍ବାସ ଅନ୍ଧଗଳିରେ ବାନ୍ଧି ହୋଇ ରହିଛନ୍ତି । ଏମିତି କିଛି ଘଟଣା ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ ଦେଖିବାକୁ ମିଳିଛି । ସାପ କାମୁଡାରେ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ 3 ଦିନ ଭିତରେ ମହିଳାଙ୍କ ଜୀବନ ଫେରିଆସିବ ବୋଲି କହି ତାଙ୍କ ମୃତଦେହକୁ ଝଡାଫୁଙ୍କା କରାଯିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାନୁଯାୟୀ, ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଳି ପଞ୍ଚାୟତର ଚଙ୍ଗାରିଆ ଗ୍ରାମର ସପ୍ତଶିଳା ଭୋଇ ନାମକ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ତୁରନ୍ତ ସପ୍ତଶିଳାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଘଟଣାସମ୍ପର୍କରେ ପୋଲିସକୁ ଖବର ଦିଆଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା । କିନ୍ତୁ ପରିବାର ଲୋକେ ଅନ୍ଧବିଶ୍ବାସର ଜାଲରେ ପଡି ଜଣେ ଗୁଣିଆଙ୍କୁ ଡାକି ଆଣିଥିଲେ । ଯିଏକି ଜଣେ ମୃତ ମହିଳାଙ୍କୁ ଜୀବିତ କରାଇବାକୁ ନାନା ପ୍ରୟାସ କରିଥିଲେ । ମନ୍ତ୍ର ଉଚ୍ଚାରଣ କରି ଝଡାଫୁଙ୍କା କରିବା ପରେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ମାତ୍ର ଉକ୍ତ ଗୁଣିଆ ଜଣକ ତିନିଦିନ ମଧ୍ୟରେ ମହିଳାଙ୍କ ଜୀବନ ଫେରି ଆସିବ କହି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଚାଲିଯାଇଥିଲା । ବର୍ତ୍ତମାନ ଆଧୁନିକ ସମୟରେ ବିଜ୍ଞାନ ଅଗ୍ରଗତି କରୁଥିଲେ ମଧ୍ୟ ଲୋକେ ଅନ୍ଧବିଶ୍ଵାସକୁ ନିଜ ମାନସିକତାରୁ ଦୂରେଇ ରଖିପାରୁନାହାଁନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
ବିଜ୍ଞାନ ଓ ଅନ୍ଧବିଶ୍ଵାଶ ମଧ୍ୟରେ ଯୁଦ୍ଧ ଚାଲିଆସିଥିଲେ ମଧ୍ୟ ଆଜିର ଆଧୁନିକ ଯୁଗରେ ଅନ୍ଧବିଶ୍ଵାଶ କିଛି ଲୋକଙ୍କ ମନରେ ବାନ୍ଧିହୋଇରହିଛି |ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା ବେଲେ ତିନି ଦିନ ଭିତରେ ଜୀବନ ଫେରି ଆସିବ କହି ମୃତ ମହିଳାଙ୍କ ଶବକୁ ଝଡାଫୁଙ୍କା କରିବା ଘଟଣା  ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି | ଏପରି ଏକ ଅଭାବନୀୟ ଘଟନା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ରେ |
  
            ସୂଚନା ଅନୁଯାୟୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଳି ପଞ୍ଚାୟତ ର ଚଙ୍ଗାରିଆ ଗ୍ରାମର ସପ୍ତଶିଳା ଭୋଇ ନାମକ ଜଣେ ମହିଳା ସୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା | ପରିବାର ଲୋକେ ମହିଳାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପୋଲିସକୁ ଖବର ଦିଆଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଥିଲା ମାତ୍ର ପରିବାର ଲୋକେ ଅନ୍ଧବିଶ୍ବାଶର ଜାଲରେ ପଡି ଜଣେ ଗୁଣିଆଙ୍କୁ ଡାକିଆଣିଥିଲେ ଜିଏକି ମୃତ ମହିଳା ଜଣଙ୍କୁ ବଞ୍ଚାଇବାପାଇ ନାନା ପ୍ରୟାଶ କରିଥିଲେ | ମନ୍ତ୍ର ଉଚ୍ଚାରଣ କରି ଝଡାଫୁଙ୍କା ଆରମ୍ଭ କରିଦେଇଥିଲେ ଏବଂ ଏପରି ବହୁ ସମୟ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଝଡାଫୁଙ୍କା କରୁଥିବା ଉକ୍ତ ଗୁଣିଆ ଜଣକ ତିନିଦିନ ମଧ୍ୟରେ ମହିଳା ଙ୍କ ଜୀବନ ଫେରିଆସିବ କହି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରି  ଚାଲିଯାଇଥିଲେ | ତେବେ ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଏତେ ଅଗ୍ରଗତି କରିସାରିଥିଲେ ମଧ୍ୟ ଲୋକେ ଅନ୍ଧବିଶ୍ଵାଶ କୁ ନିଜ ମାନସିକତାରୁ ଦୂରେଇ ରଖିପାରୁନାହାନ୍ତି | 


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.