ETV Bharat / bharat

ପ୍ରେମିକ ପ୍ରମାଣ ଦେବାକୁ ଦୁଷ୍କର୍ମ ପରେ ଭିଡିଓ କଲା ଅଭିଯୁକ୍ତ, ଗିରଫ କଲା ପୋଲିସ

author img

By

Published : Sep 19, 2022, 10:48 PM IST

youth raped and filmed video of a minor to prove himself lover in Dhanbad
ପ୍ରେମିକ ପ୍ରମାଣ ପାଇଁ ଦୁଷ୍କର୍ମ ପରେ ଭିଡିଓ କଲା ଅଭିଯୁକ୍ତ, ଗିରଫ କଲା ପୋଲିସ

ନାବାଳିକା ସହ ଦୁଷ୍କର୍ମ ପରେ ଭିଡିଓ ଉତ୍ତୋଳନ କରି ସାଙ୍ଗମାନଙ୍କୁ ଫରୱାର୍ଡ କରିଥିଲା । ନିଜକୁ ନାବାଳିକାର ପ୍ରେମିକ ଦର୍ଶାଇବା ପାଇଁ ଏଭଳି କାଣ୍ଡ କରିଥିଲା ଅଭିଯୁକ୍ତ ଯୁବକ । ଅଭିଯୋଗ ପରେ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜେଲ୍‌ ପଠାଇଛି ପୋଲିସ । ଅଧିକ ପଢ଼ନ୍ତୁ

ରାଞ୍ଚି: ଧନବାଦ କୋଏଲାଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନାବାଳିକା ସହ ଦୁଷ୍କର୍ମ ପରେ ଏହାର ଭିଡିଓ ଉତ୍ତୋଳନ କରି ସାଙ୍ଗମାନଙ୍କୁ ଫରୱାର୍ଡ କରିଥିଲା । ନିଜକୁ ନାବାଳିକାର ପ୍ରେମିକ ଦର୍ଶାଇବା ପାଇଁ ଏଭଳି କାଣ୍ଡ କରିଥିଲା ଅଭିଯୁକ୍ତ ଯୁବକ । ଅଭିଯୁକ୍ତର ବନ୍ଧୁ ଏହି ଭିଡିଓକୁ ପୀଡିତାର ପରିବାର ବର୍ଗଙ୍କୁ ଦେଖାଇଥିଲେ । ଏହାପରେ ପରିବାରବର୍ଗ ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

କୋଏଲାଞ୍ଚଳର ସଞ୍ଜୟ ନାମକ ଯୁବକ ନିଜ ସାଙ୍ଗମାନଙ୍କ ଗହଣରେ ବସିଥିଲା । ଏହି ସମୟରେ ସଞ୍ଜୟର ଜଣେ ବନ୍ଧୁ ଜଣେ ନାବାଳିକାକୁ ପ୍ରେମ ନିବେଦନ କରିବା କଥା କହିଥିଲେ । ତେବେ ନାବାଳିକା ଜଣକ ସଞ୍ଜୟକୁ ପ୍ରେମ କରୁଥିବା କଥା କହିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ସଞ୍ଜୟ ନିଜର ବନ୍ଧୁକୁ ଚ୍ୟାଲେଞ୍ଜ କରିଥିଲା । ନାବାଳିକା ଜଣକ ସଞ୍ଜୟକୁ ପ୍ରେମ କରୁଥିବା ନେଇ ସେ ପ୍ରମାଣ ଦେବ ବୋଲି କହିଥିଲା ।

ଏହାପର ଦିନ ନାବାଳିକାକୁ କୌଣସି ମତେ ଜଙ୍ଗଲକୁ ନେଇ ଆସିଥିଲା ସଞ୍ଜୟ । ସେଠରେ ନାବାଳିକା ସହ ଦୁଷ୍କର୍ମ କରିବା ସହ ଏହି ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ଏହି ଭିଡିଓଟିକୁ ନିଜ ବନ୍ଧୁ ନିକଟକୁ ଛାଡ଼ି ଦେଇଥିଲା । ବନ୍ଧୁ ଜଣକ ଏହି ଭିଡିଓକୁ ପୀଡ଼ିତାଙ୍କ ପରିଜନଙ୍କୁ ଦେଖାଇ ଦେଇଥିଲେ । ଏହାକୁ ନେଇ ପରିବାବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜେଲ୍‌ ପଠାଇଛି ପୋଲିସ । ଅଭିଯୁକ୍ତ ସଞ୍ଜୟ ଅଲକଡିହାର ଓପି ଅଞ୍ଚଳ ବାସିନ୍ଦା ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.