ETV Bharat / bharat

ମହାମାରୀରେ ଘାଇଲା ବିଶ୍ବପ୍ରସିଦ୍ଧ ଟଏ ଟ୍ରେନ, ଐତିହ୍ୟ ବଞ୍ଚାଇବା ଲକ୍ଷ୍ୟରେ କର୍ତ୍ତୃପକ୍ଷ

author img

By

Published : Jul 16, 2021, 4:49 PM IST

ମହାମାରୀରେ ଘାଇଲା ଦାର୍ଜିଲିଂର 'ଜଏ ରାଇଡ଼', ଐତିହ୍ୟ ବଞ୍ଚାଇବା ଲକ୍ଷ୍ୟରେ କର୍ତ୍ତୃପକ୍ଷ
ମହାମାରୀରେ ଘାଇଲା ଦାର୍ଜିଲିଂର 'ଜଏ ରାଇଡ଼', ଐତିହ୍ୟ ବଞ୍ଚାଇବା ଲକ୍ଷ୍ୟରେ କର୍ତ୍ତୃପକ୍ଷ

କାଞ୍ଚେନ ଜଙ୍ଗଲ, ଚା' ବଗିଚା ଓ ଜଏ ରାଇଡ । ଏହି 3ଟି ଜିନିଷ ହେଉଛି ଦାର୍ଜିଲିଂର ମୁଖ୍ୟ ଆକର୍ଷଣ । ଦାର୍ଜିଲିଂର ଏହି ଶସ୍ୟଶ୍ୟାମଳା ପରବେଶ ମଧ୍ୟରେ ଟ୍ରେନ ଯାତ୍ରା ପାଇଁ ସବୁବେଳେ ବ୍ୟାକୁଳ ପର୍ଯ୍ୟଟକ । ତେବେ ଜାଣନ୍ତୁ କିପରି ହୋଇଥାଏ ଏହି ଜଏ ରାଇଡ଼

କୋଲକାତା: ପଶ୍ଚିମବଙ୍ଗ ଦାର୍ଜିଲିଂର ରହିଛି ବିଶ୍ବପ୍ରସିଦ୍ଧ ଜଏ ରାଇଡ । ଏହି ନାଁଟି ଶୁଣିବା ମାତ୍ରେ କାନରେ ବାଜିଥାଏ ଶସ୍ୟଶ୍ୟାମଳା ପରବେଶ ମଧ୍ୟରେ ଚାଳିତ ହେଉଥିବା ଟ୍ରେନର ଛୁକୁଛୁକୁ ଶବ୍ଦ, ସୁନ୍ଦର ପାହାଡ, ଅନ୍ଧାର ସୁଡଙ୍ଗ ଓ ଘନ ଜଙ୍ଗଲ ମଧ୍ୟରେ ଏହି ଯାତ୍ରା ବହୁତ ମନୋରମ ହୋଇଥାଏ । ଏଥିପାଇଁ ଏହି ଯାତ୍ରା ଦାର୍ଜିଲିଂ-ହିମାଳୟର ରେଳ ପର୍ଯ୍ୟଟକଙ୍କ ମଧ୍ୟରେ ଅର୍ଜନ କରିଛି ବେଶ ଲୋକପ୍ରିୟତା । ଏହି ଟଏ ଟ୍ରେନ ଯାତ୍ରାର ମଜା କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ନେଇ ହୋଇଥାଏ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଦାର୍ଜିଲିଂରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ଏହି ଯାତ୍ରା ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ମହାମାରୀରେ ଘାଇଲା ଦାର୍ଜିଲିଂର 'ଜଏ ରାଇଡ଼', ଐତିହ୍ୟ ବଞ୍ଚାଇବା ଲକ୍ଷ୍ୟରେ କର୍ତ୍ତୃପକ୍ଷ

ପର୍ଯ୍ୟଟକ ଆସୁନଥିବାରୁ ଜଏ ରାଇଡକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସେବାର ଉପଯୁକ୍ତ ରକ୍ଷାଣବେକ୍ଷଣ ପରେ ପୁଣି ଏହି ସେବାକୁ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି କର୍ତ୍ତୃପକ୍ଷ । ମହାମାରୀ ପାଇଁ ରାଜ୍ୟ ସମେତ ଉତ୍ତର ପଶ୍ଚିମବଙ୍ଗର ପର୍ଯ୍ୟଟନ କ୍ଷେତ୍ର ଭୁଶୁଡି ପଡିଛି । ଫଳରେ ଗତ 1 ବର୍ଷଠୁ ଅଧିକ ସମୟ ଧରି ବନ୍ଦ ରହିଛି ଏହି ଜଏ ରାଇଡ । ପୂର୍ବରୁ ଏଠାରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ ଲାଗୁଥିବା ବେଳେ ବର୍ତ୍ତମାନ ସ୍ଥାନଟି ହୋଇପଡିଛି ସମ୍ପୂର୍ଣ୍ଣ ଖାଁ ଖାଁ । ଫଳରେ ଚିନ୍ତାରେ ରେଳ ଅଧିକାରୀ ଓ ପର୍ଯ୍ୟଟକ । କୋରୋନା ମହାମାରୀ ଆରମ୍ଭରୁ ଏହି ସେବାକୁ ବନ୍ଦ ରଖାଯାଇଛି । ଏହା ସିଲିଗୁରିଠାରୁ ଦାର୍ଜିଲିଂ ମଧ୍ୟରେ ଚଳାଚଳ ହୋଇଥାଏ । ଏହି ଐତିହ୍ୟ ଟ୍ରେନ ଚଳାଚଳ କାଳେ ବନ୍ଦ ହୋଇଯିବ, ସେଥିଲାଗି କର୍ତ୍ତୃପକ୍ଷ ଚିନ୍ତାରେ ରହିଛନ୍ତି ।

ଏହି ଟଏ ଟ୍ରେନରେ ଯାତ୍ରା କରିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଗଭୀର ଉତ୍ସାହ ଦେଖିବାକୁ ମିଳିଥାଏ । ଟଏ ଟ୍ରେନରେ ଯାତ୍ରା କଲେ ଦାର୍ଜିଲିଂରେ ପହଞ୍ଚିବାକୁ ଅଧିକ ସମୟ ଲାଗେ, ତଥାପି ଲୋକମାନେ ଏଥିରେ ଯାତ୍ରା କରିଥାନ୍ତି । 2010 ମସିହାରେ ଦାର୍ଜିଲିଂରେ ଭୂସ୍ଖଳନ ଯୋଗୁଁ ବହୁ ସମୟ ଧରି ଏହି ବିଶ୍ବ ପ୍ରସିଦ୍ଧ ଟଏ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଦୀର୍ଘ 4 ବର୍ଷ ଅର୍ଥାତ 2014 ମସିହାରେ ପୁଣି ଆରମ୍ଭ ହୋଇଥିଲା ଏହି ସେବା । ଏଥିଲାଗି ପର୍ଯ୍ୟଟକ ବେଶ ଖୁସି ହେବା ସହିତ ଉତ୍ତର ପଶ୍ଚିମବଙ୍ଗର ପର୍ଯ୍ୟଟନ କ୍ଷେତ୍ର ସୁଧୁରିଥିଲା । ବାରମ୍ବାର ଭୂସ୍ଖଳନ ଯୋଗୁଁ ବନ୍ଦ ରହିଥିବା ଏହି ଜଏରାଇଡକୁ ନେଇ ଐତିହ୍ୟ ସ୍ବୀକୃତି ଉପରେ ପ୍ରଶ୍ନ କରିଥିଲା UNESCO । ସେପଟେ ମାର୍ଚ୍ଚରେ ପୁଣି ଏହି ସେବାକୁ ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିଲେ, କିନ୍ତୁ ଦ୍ବିତୀୟ ଲହର ଆସିଥିଲା ।

ଫଳରେ ଏହାର ସିଧା ପ୍ରଭାବ ଦାର୍ଜିଲିଂ ହିମାଳୟ ରେଲୱେ ଉପରେ ପଡିଛି । କାରଣ ପର୍ଯ୍ୟଟକଙ୍କ ବିନା ସ୍ଥାନୀୟ ଲୋକେ ଏଥିରେ ଯାତ୍ରା କରନ୍ତି ନାହିଁ । କିନ୍ତୁ ଏହି ଐତିହ୍ୟକୁ ବଜାୟ ରଖିବା ପାଇଁ ସିଲିଗୁରିରେ ଏକ DHR ସଂଗ୍ରହାଳୟ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସିଲିଗୁରିରେ ସଂଗ୍ରହାଳୟ ଓ ପ୍ରତ୍ୟେକ ଷ୍ଟେସନରେ ଏକ ଫଟୋ ଗ୍ୟାଲେରୀ ସେଟ କରିବା ପରେ ଐତିହ୍ୟର ସ୍ବୀକୃତି ଅକ୍ଷୁର୍ଣ୍ଣ ରହିବ । ମହାମାରୀ ପାଇଁ ବହୁ ସମୟ ଧରି ବନ୍ଦ ରହିଛି ଏହି ବିଶ୍ବ ପ୍ରସିଦ୍ଧ ଟଏ ଟ୍ରେନ ଯାତ୍ରା । ଫଳରେ ନିରାଶ ହୋଇପଡିଛନ୍ତି ପର୍ଯ୍ୟଟକ । ସେପଟେ ଯାତ୍ରୀଙ୍କ ଅପେକ୍ଷାରେ ଖାଲି ପଡିଛି ଟ୍ରେନ ଇଞ୍ଜିନ ଓ ଡ଼ବା । କାଞ୍ଚେନଜଙ୍ଗଲ, ଚା' ବଗିଚା ଓ ଜଏ ରାଇଡ ହେଉଛି ଦାର୍ଜିଲିଂର ମୁଖ୍ୟ ଆକର୍ଷଣ । ଦାର୍ଜିଲିଂର ଏହି ଜଏ ରାଇଡ UNESCO ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ବିଶ୍ବପ୍ରସିଦ୍ଧ ଐତିହ୍ୟ ।

ଦୀର୍ଘ ସମୟ ଧରି ଏହି ସେବା ବନ୍ଦ ରହିଥିଲେ ମଧ୍ୟ କେବଳ ଐତିହ୍ୟ ସ୍ବୀକୃତି ପାଇଥିବାରୁ ଏହା ଏବେ ମଧ୍ୟ ବଞ୍ଚିରହିଛି । ନହେଲେ ଏଭଳି ଏକ ସୁନ୍ଦର ପରିବେଶରେ ଟ୍ରେନର ଯାତ୍ରାକୁ ହରାଇବାର ରହିଥିଲା ସମ୍ଭାବନା । ଭୂସ୍ଖଳନ ଯୋଗୁଁ ଏହା ବହୁ ସମୟ ଧରି ବନ୍ଦ ରହିଥିଲା । ଜଏ ରାଇଡ ସମ୍ଭବ ନ ହେଲେ ମଧ୍ୟ ଟଏ ଟ୍ରେନ ସେବା ଯୋଗାଇ ଦିଆଯିବାକୁ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି । ଫଳରେ ଏଠାକୁ କମ ପରିମାଣରେ ପର୍ଯ୍ୟଟକ ଆସିଲେ ମଧ୍ୟ ସେମାନେ ଏହି ଟଏ ଟ୍ରେନ ଯାତ୍ରାର ମଜା ନେଇପାରିବେ ।

କିନ୍ତୁ ଦୁଃଖର କଥା ହେଉଛି ଦିନେ ପର୍ଯ୍ୟଟକଙ୍କୁ ଅଭୁଲା, ସୁନ୍ଦର ଯାତ୍ରା ଯୋଗାଉଥିବା ଏହି ଟ୍ରେନ ଏବେ ପଡିରହିଛି ନିର୍ଜୀବ ହୋଇ । ଏହି ସମୟରେ ଟଏ ଟ୍ରେନ ଇଞ୍ଜିନର ସଠିକ ରକ୍ଷାଣବେକ୍ଷଣ ପାଇଁ ପର୍ଯ୍ୟଟନ ବିଭାଗ ରେଳ ଅଧିକାରୀଙ୍କ ନିକଟରେ ଅପିଲ କରିଛି । ଫଳରେ କୋରୋନା ମହାମାରୀ ସ୍ଥିତିରେ ସୁଧାର ଆସିଲେ ତୁରନ୍ତ ଆରମ୍ଭ ହୋଇପାରିବ ଏହି ବିଶ୍ବପ୍ରସିଦ୍ଧ ଐତିହ୍ୟ ଟଏ ଟ୍ରେନ ସେବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.