ETV Bharat / bharat

‘ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁ ନାହିଁ ’

author img

By

Published : Jul 10, 2023, 6:20 AM IST

‘ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁନାହିଁ ’
‘ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁନାହିଁ ’

ବିଜେପିର ଗୋଟିଏ ଦେଶ, ଗୋଟିଏ ପାର୍ଟି ନୀତିକୁ ଗ୍ରହଣ କରିବୁନାହିଁ ବୋଲି କହିଲେ ଉଦ୍ଭବ ଠାକରେ । ଏନସିପି ସଙ୍କଟ ପ୍ରସଙ୍ଗରେ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ମୁମ୍ବାଇ: ବିଜେପି ଦେଶରେ ଏକକ ଦଳ ଭାବେ ରହିବାକୁ ଚାହୁଁଛି । ବିଜେପିର ‘ଗୋଟିଏ ଦେଶ, ଗୋଟିଏ ଦଳ’ ଯୋଜନା କଦାପି ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଶିବସେନା (ଉଦ୍ଧବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ । ୟାଭାତଚମାଲ ଜିଲ୍ଲାର ଡିଜିରେ ଏକ ରାଲିକୁ ସମ୍ବୋଧିତ କରି ଠାକରେ ମହାରାଷ୍ଟ୍ରରେ ଜାରି ରହିଥିବା ଏନସିପି ସଙ୍କଟ ଓ ବିଜେପିର ଭୂମିକାକୁ ନେଇ ବର୍ଷିଛନ୍ତି । ଅଜିତ ପାୱାର କ୍ୟାମ୍ପରୁ 9ଜଣ ବିଧାୟକଙ୍କୁ ମହାରାଷ୍ଟ୍ର ସରକାରରେ ଯୋଗଦେଲେ । ଯଦି ସରକାର ନିକଟରେ ସଂଖ୍ୟା ଗରିଷ୍ଠତା ରହିଛି ତେବେ ଜାତୀୟତାବାଦୀ କଂଗ୍ରେସ ପାର୍ଟିରୁ ସଦସ୍ୟଙ୍କୁ ପ୍ରଲୋଭିତ କରି ନେବାର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ଉଦ୍ଧବ ଏକକ ନାଗରିକ ସଂହିତା(UCC) ପ୍ରସଙ୍ଗ ଉଠାଇ ବିଜେପି ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ନୂଆ ପ୍ରସଙ୍ଗ ଉଠାଉଛନ୍ତି ଏବଂ ବିବାଦରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପାଇଁ ଯାଉଁଛନ୍ତି । ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଠାକରେ କହିଛନ୍ତି । ସେହିପରି ସେ ଧାରା 370 ଉଚ୍ଛେଦକୁ ମଧ୍ୟ ସମର୍ଥନ କରିଥିଲେ । ଏବେ ଏହି ପ୍ରସଙ୍ଗରେ ଡ୍ରାଫ୍ଟ ଆସିଲେ ସେମାନେ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି କହିଥିଲେ । ବର୍ତ୍ତମାନ ସମୟରେ ପ୍ରକୃତ ପ୍ରସଙ୍ଗରୁ ଦେଶବାଶୀଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ସରକାର ଏହି ୟୁନିଫର୍ମ ସିଭିଲ କୋଡ ଆଣିବାକୁ ଯାଉଛି ବୋଲି କହିଥିଲେ ଉଦ୍ଧବ ।

ଏହା ମଧ୍ୟ ପଢନ୍ତୁ :-Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ମହାରାଷ୍ଟ୍ରରେ ଦାଦାଙ୍କ କ୍ୟାମ୍ପ ବିରୋଧରେ ବିଦ୍ରୋହ କରି ପୁତୁରା ଅଜିତ ପାଓ୍ବାର ରାଜ୍ୟର ନୂତନ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ପୂର୍ବରୁ ସମାନ ଢଙ୍ଗରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡି ସରକାର ମଧ୍ଯ ପତନର ସାମ୍ନା କରିଥିଲା । ଏକନାଥ ସିନ୍ଦେ ନିଜ ସମର୍ଥିତ ବିଧାୟକଙ୍କ ସହ ବିଦ୍ରୋହ କରିବା ପରେ ବିଜେପି ସହ ମିଶି ମେଣ୍ଟରେ ଶାସନ କରିଥିଲେ । ସିନ୍ଦେ ମୁଖ୍ଯମନ୍ତ୍ରୀ ହେବା ସହ ନିଜକୁ ଶିହସେନା ବୋଲି ଦାବି କରିଥିଲେ । ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବା ସହ ପାର୍ଟିର ଅସ୍ଥିତ୍ବ ପାଇଁ କୋର୍ଟକୁ ମଧ୍ୟ ଯିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.