ETV Bharat / bharat

Women With Lipsticks: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମହିଳାଙ୍କ ସମ୍ପର୍କରେ ବିବାଦୀୟ ବୟାନ, ଅଡୁଆରେ RJD ନେତା

author img

By ETV Bharat Odisha Team

Published : Oct 1, 2023, 6:45 AM IST

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମହିଳାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ବରିଷ୍ଠ RJD ନେତା ଅବଦୁଲ ବରୀ ସିଦ୍ଦିକି । ବିବାଦ ପରେ ରଖିଲେ ସ୍ପଷ୍ଟୀକରଣ, କହିଲେ କେହି ଆଘତ ପାଇଥିଲେ ଦୁଖିତଃ । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମହିଳାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ RJD ନେତା
Women With Lipsticks: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମହିଳାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ RJD ନେତା

ପାଟନା: ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ମତାମତ ରଖିବା ସମୟରେ ବିବାଦୀୟ ବୟାନ ଦେଇ ଅଡୁଆରେ ଆରଜେଡି ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଅବଦୁଲ ବରୀ ସିଦ୍ଦିକି । ବବ୍ କଟ୍ ଏବଂ ଲିପଷ୍ଟିକ୍ ବ୍ୟବହାର କରୁଥିବା ମହିଳାମାନେ ମହିଳା ସଂରକ୍ଷଣ ବିଲର ଲାଭ ପାଇବାକୁ ଯାଉଥିବା କହି ଅଡୁଆରେ ପଡିଛନ୍ତି ବିହାରର ଏହି ବରିଷ୍ଠ ନେତା । ଅବଶ୍ୟ ବିବାଦ ହେବା ପରେ ନିଜ ମନ୍ତବ୍ୟକୁ ନେଇ ଭିନ୍ନ ଢଙ୍ଗରେ ସଫେଇ ମଧ୍ୟ ରଖିଛନ୍ତି । ମୁଜାଫରପୁରରେ ଏକ କାର୍ଯ୍ୟକ୍ରମରେ ଅବଦୁଲ ବରୀ ସିଦ୍ଦିକିଙ୍କ ଏପରି ମହିଳାଙ୍କୁ ନେଇ ବୟାନ ଆସିବା ପରେ ବିବାଦ ସୃଷ୍ଟି ହୋଇଛି । ଭାରତୀୟ ଜନତା ପାର୍ଟିର ତମାମ ନେତା ଏହି ବୟାନକୁ ନେଇ ସିଦ୍ଦିକି ଓ ତାଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳକୁ କଡା ସମାଲୋଚନା କରିଛନ୍ତି ।

ମୁଜାଫରପୁରରେ ଦେଇଥିବା ବିବୃତ୍ତିରେ ସ୍ପଷ୍ଟୀକରଣ ଦେଇଛନ୍ତି । ତାଙ୍କ ମନ୍ତବ୍ୟକୁ ଭୁଲ ବାଖ୍ୟା ଓ ପ୍ରଚାର କରାଯାଉଥିବା ସେ କହିଛନ୍ତି । ସେ କହିଥିଲେ ଯେ ଯଦି ବବ୍ କଟ୍ ଏବଂ ଲିପଷ୍ଟିକ୍ ପାଉଡର ବ୍ୟବହାର କରୁଥିବା ମହିଳାମାନେ ସଂସଦକୁ ଆସନ୍ତି, ତେବେ ଗାଁ ମହିଳାମାନେ କୌଣସି ଅଧିକାର ପାଇବେ ନାହିଁ । ତାଙ୍କ ବିବୃତ୍ତି ପରେ ବିଜେପି ସମେତ ସମସ୍ତ ବିରୋଧୀ ଦଳ ତାଙ୍କୁ ସମାଲୋଚନା କରିଛନ୍ତି ।

ଅବଦୁଲ ବରୀ ସିଦ୍ଦିକି ତାଙ୍କ ଆପତ୍ତିଜନକ ବିବୃତ୍ତି ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମୁଜାଫରପୁରରେ ରାଷ୍ଟ୍ରୀୟ ଜନତା ଦଳର ପଛୁଆ ସେଲର ଏକ ବୈଠକ ହୋଇଥିଲା । ଯେଉଁଥିରେ ଗ୍ରାମାଞ୍ଚଳର ଶତାଧିକ ମହିଳା ମଧ୍ୟ ଅଂଶଗ୍ରହଣ କରିବାକୁ ଆସିଥିଲେ । ଏପରି ପରିସ୍ଥିତିରେ କେବଳ ସେହି ଗାଁର ମହିଳାମାନଙ୍କୁ ବୁଝାଇବା ପାଇଁ ଏପରି ଢଙ୍ଗରେ ମତ ରଖିଥିଲେ । ତାଙ୍କର ଭିନ୍ନ କୌଣସି ଉଦ୍ଦେଶ୍ୟ ନଥିଲା । ତେବେ ତାଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ବ୍ୟାଖା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ‘RSS ଦେଶରେ ହିଂସା ଓ ଘୃଣା ବିସ୍ତାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି, ତାହା ହିଁ ସେମାନଙ୍କ ବିଚାରଧାରା’

ତାଙ୍କୁ ଭୁଲ ଭାବେ ଉପସ୍ଥାପିତ କରାଯାଇ ବିରୋଧୀ ରାଜନୀତି କରୁଛନ୍ତି । ସେ କୌଣସି ମହିଳାଙ୍କୁ ଆଘାତ କରିବା ଉଦ୍ଦେଶ୍ୟରେ ଏକଥା କହିନଥିଲେ । କେବଳ ବୁଝାଇବା ପାଇଁ କହିଥିଲେ । ଯଦି ଏଥିରେ କେହି ବି ଆଘାତ ପାଇଛନ୍ତି, ତେବେ ଦୁଖିତଃ । ଆହୁରି ମଧ୍ୟ ସେ କହିଛନ୍ତି, "RJD ଆରମ୍ଭରୁ ମହିଳା ସଂରକ୍ଷଣ ସପକ୍ଷରେ ଅଛି । ଯଦି ସଂରକ୍ଷଣ ଦିଆଯାଉଛି, ତେବେ ପଛୁଆ ତଥା ଅତ୍ୟଧିକ ପଛୁଆ ସମ୍ପ୍ରଦାୟର ମହିଳାମାନଙ୍କୁ ମଧ୍ୟ ପ୍ରଥମେ ସଂରକ୍ଷଣ ଦିଆଯିବା ଉଚିତ । ସେମାନଙ୍କ ଅଂଶଗ୍ରହଣ ପାଇଁ କୋଟା ସ୍ଥିର କରାଯିବା ଉଚିତ ।"

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.