ETV Bharat / bharat

ମହିଳା ସଂରକ୍ଷଣ ବିଲ୍ ଗୃହୀତ: ପ୍ରଧାନମନ୍ତ୍ରୀଙ୍କୁ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟଙ୍କ ଧନ୍ୟବାଦ

author img

By ETV Bharat Odisha Team

Published : Sep 22, 2023, 2:27 PM IST

Etv Bharat
Etv Bharat

ମହିଳା ସଂରକ୍ଷଣ ବିଲ୍ ପାସ୍ ପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଦେଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ପରେ ଉତ୍ସବ ମୁଖର ହୋଇପଡିଛି ବିଜେପି ଶିବିର । ରାଜଧାନୀ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳୀୟ ନେତା ମନ୍ତ୍ରୀମାନେ ଜୋରଦାର ସ୍ବାଗତ କରିଛନ୍ତି । ଉଭୟ ଗୃହରେ ସର୍ବସମ୍ମତି କ୍ରମେ ବିଲ୍ ପାରିତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସବୁ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, "କାଲି(20) ଏବଂ ପରଦିନ(21 ତାରିଖ) ଆମେ ନୂଆ ଇତିହାସ ସୃଷ୍ଟି ହେବାର ଦେଖୁଛୁ । କୋଟି କୋଟି ଜନତା ଏହି ଇତିହାସ ରଚିବାକୁ ସୁଯୋଗ ଦେବା ଆମ ପାଇଁ ସୌଭାଗ୍ୟର ବିଷୟ । ଏଥିପାଇଁ ସବୁ ମାଆ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି ।"

  • VIDEO | PM Modi to be welcomed by women party workers and leaders at BJP central office extension in Delhi, a day after Parliament passed the 'Nari Shakti Vandan Adhiniyam' (Women's Reservation Bill).

    "We are really happy on the passage of 'Nari Shakti Vandan Adhiniyam' in… pic.twitter.com/S4Wpvmqrzz

    — Press Trust of India (@PTI_News) September 22, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

  • #WATCH | Delhi | Celebrations by BJP workers and others outside BJP Headquarters, following the passing of the Women's Reservation Bill.

    A woman says, "The Bill was awaited for 27 years...A historic era has begun. The Bill was passed in a golden era. It is a big day for… pic.twitter.com/AyulzpmLis

    — ANI (@ANI) September 22, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି,"ଏହି ମହିଳା ସଂରକ୍ଷଣ ବିଲ୍ ପଥରେ ଅନେକ ବାଧାବିଘ୍ନ ଥିଲା । ମହତ୍ ଉଦ୍ଦେଶ୍ୟ ଏବଂ ପ୍ରୟାସରେ ପାରଦର୍ଶିତା ଥିଲେ ସବୁ ବାଧାକୁ ଅତିକ୍ରମ କରି ସଫଳତା ହାସଲ କରିହେବ । ଏହା ନିଜର ଭିତରେ ଗୋଟିଏ ରେକର୍ଡ । ଏହି ଐତିହାସିକ ବିଲକୁ ସଂସଦରେ ପୂର୍ଣ୍ଣ ସମର୍ଥନ ମିଳିଛି । ଏଥିପାଇଁ ମୁଁ ସବୁ ରାଜନୈତିକ ଦଳ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଉଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।"

ମହିଳା ସଂରକ୍ଷଣ ବିଲ୍ ବୁଧବାର ଦିନ ଲୋକସଭାରେ ଗୃହୀତ ହେବା ପରେ ସଂସଦ ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ଗତକାଲି(ଶୁକ୍ରବାର) ରାଜ୍ୟସଭାରେ ଆଗତ ହୋଇଥିଲା । ଦିନ ତମାମ ଚର୍ଚ୍ଚା ପରେ ରାତିରେ ଭୋଟିଂ ମାଧ୍ୟମରେ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲେ । ବିଲ୍ ସପକ୍ଷରେ ମୋଟ ୨୧୫ ସଦସ୍ୟ ମତଦାନ କରିଥିବା ବେଳେ ବିପକ୍ଷରେ କୌଣସି ଭୋଟ ପଡିନଥିଲା । ଏହି ବିଲ୍ ଅନୁସାରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ବିଲ୍ ପାରିତ ହେବାପରେ ସଂସଦର ଉଭୟ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଥିଲା ।

ଏହି ସଫଳତା ପାଇଁ ଆଜି ଦିଲ୍ଲୀ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବାହାରେ ଦଳର କର୍ମକର୍ତ୍ତା ବାଜା ବଜାଇ ଉତ୍ସବ ମନାଇଛନ୍ତି । ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ଓ ନେତାମାନେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.