ETV Bharat / bharat

ନିଜକୁ ପୋଲିସ କହି ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ

author img

By ETV Bharat Odisha Team

Published : Nov 26, 2023, 12:15 PM IST

ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ
ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ

ମଧ୍ୟପ୍ରଦେଶ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ । ନିଜକୁ ପୋଲିସ ଅଫିସର କହି ଦୁଷ୍କର୍ମ କଲେ ଦୁଇ ଯୁବକ । ଅଧିକ ପଢନ୍ତୁ

ଭୋପାଳ: ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଷ୍ଟେସନରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ମହିଳାଙ୍କ ସହ ଦୁଷ୍କର୍ମ କଲେ ଦୁଇ ଯୁବକ । ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଅଶୋକ ନଗର ମୁଗାବଲି ଷ୍ଟେସନରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଦୁଇ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ସହ ତାଙ୍କ ସ୍ବାମୀଙ୍କୁ ଖୁବ୍ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତାଲ ଦାୟର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡି ନାହାନ୍ତି ।

ସୂଚନା ମୁତାବକ, ଜଣେ ଦମ୍ପତି ଜୟପୁର ଯିବାକୁ ରାତି ୧୧ଟା ବେଳେ ମୁଙ୍ଗାବଲି ଷ୍ଟେସନରେ ପହଞ୍ଚିଥିଲେ । ସେମାନେ ଯୋଧପୁର-ଭୋପାଳ ଟ୍ରେନରେ ଯିବାର ଥିଲା । ହେଲେ ଦୁହେଁ ବିଳମ୍ବରେ ପହଞ୍ଚିବାରୁ ଟ୍ରେନ ଛାଡିଦେଇଥିଲା । ସେଥିପାଇଁ ସ୍ବାମୀ ସ୍ତ୍ରୀ ଷ୍ଟେସନରେ ଆଉ ଏକ ଟ୍ରେନ୍‌ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଦୁଇ ଯୁବକ ସେମାନଙ୍କ ନିକଟରେ ପହଞ୍ଚି ନିଜକୁ ଜିଆରପି ଅଫିସର ପରିଚୟ ଦେଇଥିଲେ । ଏହାପରେ ଦୁହିଁଙ୍କ ଟିକେଟ୍ ଦେଖାଇବାକୁ କହିଥିଲେ । ହେଲେ ଦୁହେଁ ବର୍ଦ୍ଦି ପିନ୍ଧିନଥିବାରୁ ମହିଳା ତାଙ୍କୁ ଟିକେଟ୍ ଦେଖାଇ ନଥିଲେ ।

ଏହା ମଧ୍ୟ ପଢନ୍ତୁ : ରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା

ଏହାପରେ ଦୁହିଁଙ୍କ ମଧ୍ୟରୁ ଜଣେ ଯୁବକ ମହିଳାଙ୍କ ସ୍ବାମୀଙ୍କୁ ବଡ ବାବୁଙ୍କ ପାଖକୁ ଯିବା ପାଇଁ କହି ସେଠାରୁ ସାଙ୍ଗରେ ନେଇଯାଇଥିଲା । ଏହି ସୁଯୋଗରେ ଅନ୍ୟ ଯୁବକ ଜଣକ ମହିଳାଙ୍କୁ ଜୋର ଜବରଦସ୍ତ ଷ୍ଟେସନ ନିକଟରେ ଏକ ବୁଦାଳିଆ ସ୍ଥାନକୁ ଟାଣି ଟାଣି ନେଇଯାଇଥିଲା ଏବଂ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ଅନ୍ୟ ଯୁବକ ମଧ୍ୟ ସେଠି ପହଞ୍ଚି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । କେବଳ ଏମିତି ନୁହେଁ ଦୁଇ ଅଭିଯୁକ୍ତ ପୀଡିତାଙ୍କ ସ୍ବାମୀଙ୍କୁ ମଧ୍ୟ ଖୁବ୍ ମାରପିଟ୍ କରିଥିଲେ । ଏହି ପାଶବିକତା ଘଟାଇ ସାରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏନେଇ ମହିଳା ସ୍ଥାନୀୟ ପୋଲିସର ସହାୟତାରେ ଅଶୋକ ନଗର ଜିଆରପିରେ ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତ୍ବର ସହ ନେଇ ଜିଆରପି ଡିଏସପି ରାଜେନ୍ଦ୍ର କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୀଡିତାଙ୍କ ଏତଲା କ୍ରମେ ପୋଲିସ ସମ୍ପୃକ୍ତ ଦୁଇ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ବର୍ତ୍ତମାନ ସେମାନଙ୍କୁ ଧରିବାକୁ ପୋଲିସ ଚାରିଆଡେ ଛାନଭିନ୍ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.