ETV Bharat / bharat

ବନ୍ଧା ହେଲେ ଠକ ଡାକ୍ତର ଦମ୍ପତି, ଭୁଲ ଚିକିତ୍ସା କରି ନେଇଥିଲେ ମହିଳାଙ୍କ ଜୀବନ

author img

By

Published : Apr 27, 2022, 1:04 PM IST

ବନ୍ଧା ହେଲେ ଠକ ଡାକ୍ତର ଦମ୍ପତ୍ତି : ଭୁଲ ଚିକିତ୍ସା କରି ନେଲେ ମହିଳାଙ୍କ ଜୀବନ
ବନ୍ଧା ହେଲେ ଠକ ଡାକ୍ତର ଦମ୍ପତ୍ତି : ଭୁଲ ଚିକିତ୍ସା କରି ନେଲେ ମହିଳାଙ୍କ ଜୀବନ

ବନ୍ଧା ହେଲେ ଠକ ଡାକ୍ତର ଦମ୍ପତି । ମହିଳାଙ୍କୁ ଆଇଭିଏଫ ଚିକିତ୍ସା (IVF treatment) ମାଧ୍ୟମରେ ସନ୍ତାନ ପ୍ରାପ୍ତ କରାଇବେ ବୋଲି ୪ ଲକ୍ଷ ଟଙ୍କା ନେଇଥିଲେ ଡାକ୍ତର ଦମ୍ପତି । ଭୁଲ ଚିକିତ୍ସା କରି ନେଲେ ମହିଳାଙ୍କ ଜୀବନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ବନ୍ଧା ହେଲେ ଠକ ଡାକ୍ତର ଦମ୍ପତି । ମହିଳାଙ୍କୁ ଆଇଭିଏଫ ଚିକିତ୍ସା (IVF treatment) ମାଧ୍ୟମରେ ସନ୍ତାନ ପ୍ରାପ୍ତ କରାଇବେ ବୋଲି ୪ ଲକ୍ଷ ଟଙ୍କା ନେଇଥିଲେ ଡାକ୍ତର ଦମ୍ପତି । ଭୁଲ ଚିକିତ୍ସା କରି ନେଲେ ମହିଳାଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମକୁର(Tumkur) ।

ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷ ପୂର୍ବେ ମମତା ଓ ମଲ୍ଲିକାଜ୍ଜୁନ(Mallikarjun)ଙ୍କ ବିବାହ ହୋଇଥିଲା । ବିବାହର ଦୀର୍ଘ ବର୍ଷ ପରେ ବି ସନ୍ତାନ ସୁଖରୁ ବଞ୍ଚିଲେ ଥିଲେ ଉଭୟେ । ମମତା ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମା ଡାକ ଶୁଣିବାରୁ ବଞ୍ଚିତ ହେଉଥିଲେ । ଏନେଇ ସେ ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ଠିକ ଏହି ସମୟରେ ଡାକ୍ତର ଦମ୍ପତି ଭାନି ଓ ମଞ୍ଚୁନାଥ(Vani and Manjunath )ଙ୍କ ହାବୁଡରେ ପଡିଥିଲେ ମମତା ଓ ମଲ୍ଲିକାଜ୍ଜୁନ ।

ମାନ୍ଧ୍ୟା ଓରଫ ମଞ୍ଚୁନାଥ ଓ ଉଡୁପି ଓରଫ ଭାନି । ଆଇଭିଏଫ ଚିକିତ୍ସା (IVF treatment) ମାଧ୍ୟମରେ ମମତାଙ୍କୁ ମା ହେବାର ସୌଭାଗ୍ୟ ଅର୍ଜନ କରିବାକୁ ପ୍ରତିଶ୍ରୃତି ଦେଇଥିଲେ ଠକ ଡାକ୍ତର ଦମ୍ପତି । ଏପରିକି ଚିକିତ୍ସା ବାବଦକୁ ମଲ୍ଲିକାଜ୍ଜୁନଙ୍କ ଠାରୁ ୪ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରେ ଚିକିତ୍ସା ପାଇଁ ଅଧିକ ଟଙ୍କା ମଧ୍ୟ ଦାବି କରିଥିଲେ । ହେଲେ ମମତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ମମତା ଗର୍ଭବତୀ ନଥିବା ଜଣାପଡିଥିଲା । ଭୁଲ ଚିକିତ୍ସା ଯୋଗୁଁ ମମତାଙ୍କ ଗର୍ଭାଶୟ, କିଡନୀ, ହାର୍ଟ ଓ ମସ୍ତିଷ୍କ ରୋଗରେ ପୀଡିତ ହୋଇଯାଇଥିଲେ । ସେଠାରେ ସେ ତିନିମାସ ଧରି ଚିକିତ୍ସିତ ହୋଇଥିଲେ। ପରେ ମମତାଙ୍କୁ ତିପାତୁର ସରକାରୀ ଡାକ୍ତରଖାନା (Tipatur Government Hospital)କୁ ସ୍ଥାନାନ୍ତରିତ କରଯାଇଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ସେଠାରେ ସେ ଆଖି ବୁଜିଥିଲେ ।

ଏନେଇ ନକଲି ଡାକ୍ତର ଦମ୍ପତିଙ୍କ ବିରୋଧରେ ନୋନାଭାନେକେରେ ଥାନା(Nonavanekere police station)ରେ ଠକେଇ ମାମଲା ରୁଜୁ କରାଯାଇଛି । ତଦନ୍ତରେ ଏହା ସାମ୍ନାକୁ ଆସିଛି ଯେ ଭାନି ଏବଂ ମଞ୍ଜୁନାଥ କେବଳ ଏସଏସଏଲସି (SSLC ) ପାସ କରିଛନ୍ତି । କୈଣସି ମେଡିକାଲ ଡିଗ୍ରୀ ସେମାନଙ୍କ ପାଖରେ ନାହିଁ । ପୋଲିସ ନକଲି ଡାକ୍ତରଙ୍କୁ ଗିରଫ କରି ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.