ETV Bharat / bharat

Gujarat Election: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ

author img

By

Published : Nov 18, 2022, 2:42 PM IST

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ । ଅଧିକ ପଢନ୍ତୁ

Gujarat Election: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ
Gujarat Election: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ଲଢେଇ ପାଇଁ ଜୋରଦାର ହେଲାଣି ପ୍ରଚାର । ନାମାଙ୍କନ ଦାଖଲ ପରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ହାଇଭୋଲଟେଜ ପ୍ରଚାରରେ ଲାଗିଛନ୍ତି । ଏସବୁ ଭିତରେ ଏବେ ଜଣେ ବିଜେପି ପ୍ରାର୍ଥୀଙ୍କ ନିଆରା ନିର୍ବାଚନ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗୁଜୁରାଟ ନଦିୟାଦ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପଙ୍କଜଭାଇ ଦେସାଇ ପ୍ରଚାର କାର୍ଯ୍ୟରେ ଡିଜିଟାଲ ରୋବଟ ଟେକନିକ୍ ଆପଣାଇଛନ୍ତି । ରୋବଟ ସାହାଯ୍ୟରେ ଦେସାଇ ପ୍ରଚାର କରୁଛନ୍ତି । ରୋବଟଟି ବୁଲି ବୁଲି ପ୍ରାର୍ଥୀଙ୍କ ପାଇଁ ଲୋକଙ୍କୁ ପାମ୍ପ୍ଲେଟ ବାଣ୍ଟୁଥିବାର ଦେଖାଯାଇଛି । ଯାହାକୁ ଦେଖି ସାଧାରଣ ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି ।

Gujarat Election: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ରୋବଟ

ଏହି ନିଆରା ପ୍ରଚାରକୁ ନେଇ ବିଜେପି ପ୍ରାର୍ଥୀ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ସାକାର କରିବାକୁ ସେ ରୋବଟର ବ୍ୟବହାର କରୁଛନ୍ତି । ଏହାକୁ ମିଶାଇ ପଙ୍କଜଭାଇ ଦେସାଇ ୬ ଷଷ୍ଠ ଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । କିଛି ଦିନ ତଳେ ଗୁରୁରାଟରୁ ଏହିଭଳି କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଭିନ୍ନ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀମାନେ ସାଇକେଲ, ଘୋଡା, ବଳଦଗାଡି ଓ ଓଟ ପିଠିରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: Gujarat Assembly polls: ନାମାଙ୍କନ ପାଇଁ ବଳଦ ଗାଡି-ଘୋଡାରେ ଆସିଲେ ପ୍ରାର୍ଥୀ

ଉଲ୍ଲେଖଯୋଗ୍ୟ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ଓ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.