ETV Bharat / bharat

ଗାଁରେ ବଣୁଆ ହାତୀ ଆତଙ୍କ; ନଷ୍ଟ କଲେ ଚା’ ବଗିଚା, ଘର

author img

By

Published : Jun 15, 2021, 10:48 AM IST

ଗାଁରେ ବଣୁଆ ହାତୀ ଆତଙ୍କ; ନଷ୍ଟ କଲେ ଚା’ ବଗିଚା, ଘର
ଗାଁରେ ବଣୁଆ ହାତୀ ଆତଙ୍କ; ନଷ୍ଟ କଲେ ଚା’ ବଗିଚା, ଘର

ଗାଁରେ ବଣୁଆ ହାତୀ ଆତଙ୍କ । ପଶ୍ଚିମବଙ୍ଗର ଜାଲପାଇଗୁରୀ ଜିଲ୍ଲାର ଏକ ଗ୍ରାମକୁ ଏକ ବଣୁଆ ଛୁଆ ହାତୀ ପଶି ଆସି, ସେ ଅଞ୍ଚଳରେ ଥିବା ଚା’ ବଗିଚାକୁ ସମ୍ପୁର୍ଣ୍ଣ ନଷ୍ଟ କରି ଦେଇଛି । ଏହି ଘଟଣାଟି ଘଟିଛି ଫୁଲବାରି ପଞ୍ଚାୟତର ପୁଟିମାରି ଗାଁରେ । ଅଧିକ ପଢନ୍ତୁ...

କୋଲକାତା: ଗାଁରେ ବୁଲୁଛି ବଣୁଆ ହାତୀ । ତେବେ ସୋମବାର ଦିନ ପଶ୍ଚିମବଙ୍ଗର ଜାଲପାଇଗୁରୀ ଜିଲ୍ଲାର ଏକ ଗ୍ରାମକୁ ଏକ ବଣୁଆ ଛୁଆ ହାତୀ ପଶି ଆସି, ସେ ଅଞ୍ଚଳରେ ଥିବା ଚା’ ବଗିଚାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି । ଏହି ଘଟଣାଟି ଘଟିଛି ଫୁଲବାରି ପଞ୍ଚାୟତର ପୁଟିମାରି ଗାଁରେ । ଯେଉଁଠାରେ ଏକ ଅଢେଇ ବର୍ଷର ଛୁଆ ହାତୀ ନିକଟସ୍ଥ ବୈକୁଣ୍ଠପୁର ଜଙ୍ଗଲରୁ ଆସି ସେହି ଅଞ୍ଚଳରେ ଥିବା ଚା’ ବଗିଚା ନଷ୍ଟ କରିବା ସହ କିଛି ଘର ମଧ୍ୟ ନଷ୍ଟ କରି ଦେଇଛି ।

ଗାଁରେ ବଣୁଆ ହାତୀ ଆତଙ୍କ; ନଷ୍ଟ କଲେ ଚା’ ବଗିଚା, ଘର

ଏହା ପରେ ସେ କିଛି ଘଣ୍ଟା ବାଉଁଶ ବଗିଚାରେ ଆଶ୍ରୟ ନେଇ ପୁଣି ସେହି ଅଞ୍ଚଳରେ ପଶି ଆତଙ୍କ ମଚାଇଥିଲା ବଣୁଆ ଛୁଆ ହାତୀଟି। ଖବର ପାଇ କିଛି ବରିଷ୍ଠ ଅଧିକାରୀଙ୍କ ସମେତ 100 ବନ ସୁରକ୍ଷା କରର୍ମଚାରୀ ହାତୀକୁ ଧରିବା ପାଇଁ ସେହି ଗାଁକୁ ଯାଇଥିଲେ । ତେବେ ପରେ ସେହି ହାତୀଟିକୁ ଜଙ୍ଗଲରେ ଛଡ଼ାଯାଇଥିବା ବୈକୁଣ୍ଠପୁର ବନ ବିଭାଗର ସହକାରୀ ଡିଭିଜନାଲ ବନ ଅଧିକାରୀ ଜୟନ୍ତ ମଣ୍ଡଳ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.