ETV Bharat / bharat

ପଶ୍ଚିମବଙ୍ଗ ମତଦାନ ପରେ ହିଂସା: 11ଟି ମାମଲା ରୁଜୁ କଲା CBI

author img

By

Published : Aug 28, 2021, 10:07 AM IST

ପଶ୍ଚିମବଙ୍ଗ ମତଦାନ ପରେ ହିଂସା ମାମଲା । 11ଟି ମାମଲା ରୁଜୁ କଲା CBI । ୯୯ ଜଣଙ୍କ ନାଁ ଥିବା ସୂଚନା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ମତଦାନ ପରେ ହିଂସା ମାମଲା : 11ଟି ମାମଲା ରୁଜୁ କଲା CBI
ପଶ୍ଚିମବଙ୍ଗ ମତଦାନ ପରେ ହିଂସା ମାମଲା : 11ଟି ମାମଲା ରୁଜୁ କଲା CBI

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା । ଏନେଇ ସିବିଆଇ ହତ୍ୟା, ଗଣଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ନେଇ ୧୧ଟି ମାମଲା ରୁଜୁ କରିଛି । ଯେଉଁଥିରେ 99 ଜଣଙ୍କ ନାଁରେ ରହିଛି । ଏଫଆଇଆର କୁହାଯାଇଛି ଯେ, ଟିଏମସି କର୍ମୀ ହତ୍ୟା ଘଟଣା, ତିନୋଟି ମାମଲା ବିଜେପି କର୍ମୀଙ୍କୁ ହତ୍ୟା ଏବଂ ହତ୍ୟା ଉଦ୍ୟମ ସହ ଜଡିତ ଥିବା ଚାରିଟି ମାମଲାରେ ପୀଡିତ କିମ୍ବା ଅଭିଯୁକ୍ତଙ୍କ କୌଣସି ଦଳ ସହ ସମ୍ପର୍କ ନାହିଁ ।

ପଶ୍ଚିମବଙ୍ଗରେ ଘଟିଥିବା ହିଂସା ସମୟରେ କେତେକଙ୍କୁ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ହତ୍ୟା କରାଯିବା ସହ ବୋମା ମାଡ ମଧ୍ୟ କରାଯାଇଥିଲା । ଏବଂ ଗଣଦୁଷ୍କର୍ମ ମଧ୍ୟ କରାଯାଇ ହତ୍ୟା କରାଯାଇଥିଲା । ବ୍ୟାଙ୍କୁରା, ନଦିଆ, କୋଲକାତା, କୋଚବେହାର, 24 ଉତ୍ତର ପରଗନା, ମୁର୍ସିଦାବାଦରୁ ବିଭିନ୍ନ ମାମଲା ପଞ୍ଜିକୃତ କରିଛି ।

ମେ 4, 2021ରେ ଟିଏମସି ସମର୍ଥକ ସାହିନୁର ଅହମ୍ମଦ ଏବଂ ପ୍ରୋସେନଜିତ ରାତ୍ରୀ ଭୋଜନ କରୁଥିବା ସମୟରେ ସେମାନଙ୍କ ସହ ଚାରିଜଣ ବିଜେପି ସମର୍ଥକ ଯୋଗ ଦେଇଥିଲେ । ଭୋଜନ ପରେ ଅହମ୍ମଦ ଏବଂ ପ୍ରୋସନଜିତଙ୍କୁ ସେଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରୋସନଜିତ ଆହତ ହୋଇଥିବା ବେଳେ ଅହମ୍ମଦଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ, ମେ ୫ରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା । ବିଜେପି କର୍ମୀ ଅରୁପ ଦାସଙ୍କ ଘର ନିକଟରେ ଏକ ଟ୍ରକରେ ୩୦ରୁ ଅଧିକ ଦୁର୍ବୃତ୍ତ ପଶି ଯାଇଥିଲେ । ଏବଂ ତାଙ୍କ ପରିବାରୁ ମାଡ ମାରିବା ସହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପରେ ଅରୁପଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ । ମୁର୍ସିଦାବାଦରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ସିବିଆଇ କାବୁ କରିଥିବା କହିଛନ୍ତି ସିବିଆଇ ମୁଖପାତ୍ର ଆର ସି ଯୋଶୀ । ପଶ୍ଚିମବଙ୍ଗ ପୋଲ ପରବର୍ତ୍ତୀ ହିଂସା ସମୟରେ ଘଟିଥିବା ହତ୍ୟା ଏବଂ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ କୋଲକାତା ହାଇକୋର୍ଟ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.