ETV Bharat / bharat

Wrestlers Protest: କେନ୍ଦ୍ର କ୍ରୀଡା ମନ୍ତ୍ରୀ କହିଲେ, ତଦନ୍ତ ସରିବା ଯାଏ ଅପେକ୍ଷା କରନ୍ତୁ

author img

By

Published : May 31, 2023, 8:28 PM IST

Wrestlers Protest: କେନ୍ଦ୍ର କ୍ରୀଡାମନ୍ତ୍ରୀ କହିଲେ, ତଦନ୍ତ ସରିବା ଯାଏ ଅପେକ୍ଷା କରନ୍ତୁ
Wrestlers Protest: କେନ୍ଦ୍ର କ୍ରୀଡାମନ୍ତ୍ରୀ କହିଲେ, ତଦନ୍ତ ସରିବା ଯାଏ ଅପେକ୍ଷା କରନ୍ତୁ

କୁସ୍ତିଯୋଦ୍ଧା ଆନ୍ଦୋଳନ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । କହିଲେ ଏହାର କୁପ୍ରଭାବ ଅନ୍ୟ କ୍ରୀଡାବିତଙ୍କ ଉପରେ ପଡୁଛି । ତଦନ୍ତ ସରିବା ଯାଏ ଅପେକ୍ଷା କରିବା ଉଚିତ । ଅଧିକ ପଢନ୍ତୁ

Wrestlers Protest: କେନ୍ଦ୍ର କ୍ରୀଡାମନ୍ତ୍ରୀ କହିଲେ, ତଦନ୍ତ ସରିବା ଯାଏ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ସଂଘ ମୁଖ୍ୟଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜାରି ରଖିଥିବା ପ୍ରତିବାଦ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ରାଜନୀତି କରିବାର ବିଷୟ ନୁହେଁ, ସେମାନଙ୍କର ଅଭିଯୋଗକୁ ଗ୍ରହଣ କରାଯାଇଛି । ତଦନ୍ତ ପାଇଁ ଏକ କିମିଟି ମଧ୍ୟ ଗଠନ କରାଯାଇଛି । ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏପରି ସ୍ଥିତିରେ ତଦନ୍ତ ଶେଷ ହେବା ଯାଏଁ, କୁସ୍ତିଯୋଦ୍ଧାମାନେ ଅପେକ୍ଷା କରିବା ଉତିତ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ପ୍ରସଙ୍ଗରେ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଓ ତଦନ୍ତରେ ବିଶ୍ବାସ ରଖିବାକୁ ହେବ । ତଦନ୍ତର ପରିସମାପ୍ତି ପରେ ଯଦି ସେମାନେ ସନ୍ତୋଷ ଅନୁଭବ ନକରନ୍ତି, ତେବେ ପ୍ରତିବାଦ କରିପାରନ୍ତି । ହେଲେ ଏହି ଆନ୍ଦୋଳନ ଅନ୍ୟ କ୍ରୀଡାବିତ୍‌ଙ୍କ ଉପରେ କୁପ୍ରଭାବ ନପକାଉ, ସେମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ସେମାନେ ପ୍ରଥମେ ଏହାକୁ ନେଇ ରାଜନୀତି କରିବେ ନାହିଁ ବୋଲି କହିଲେ, ହେଲେ ପରବର୍ତ୍ତୀ ସମୟରେ ଏକାଧିକ ରାଜନୈତିକ ଦଳର ନେତା ଧାରଣା ସ୍ଥଳରେ ପହଞ୍ଚିଲେ । ମୋଦି ସରକାର ପୂର୍ବ ସରକାର ତୂଳନାରେ କ୍ରୀଡାବିତଙ୍କ ପାଇଁ ଅଧିକ ଅର୍ଥ ବରାଦ କରୁଛନ୍ତି । ସେମାନଙ୍କ ପାଇଁ ଅଧିକ ଭିତ୍ତିଭୂମିର ସୃଷ୍ଟି କରାଯାଉଛି ବୋଲି ମଧ୍ୟ ଅନୁରାଗ କହିଛନ୍ତି ।

ଅନ୍ୟପଟେ ଆସନ୍ତା କାଲି ମୁଜାଫରପୁରରେ ହେବାକୁ ଥିବା କୃଷକ ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ପ୍ରସଙ୍ଗ ଉଠାଇବାକୁ ଘୋଷଣା କରିଛନ୍ତି କୃଷକ ନେତା ରାକେଶ ଟିକାୟତ । ଖାପ ପଞ୍ଚାୟତ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଘୋଷଣା କରିସାରିଛି । କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ତାଙ୍କ ବିରୋଧରେ କୌଣସି ଗୋଟିଏ ଅଭିଯୋଗ ପ୍ରମାଣିତ ହେଲେ ସେ ନିଜ ଝୁଲି ପଡିବେ ବୋଲି କହିଥିଲେ । ଯଦି କୁସ୍ତିଯୋଦ୍ଧାଙ୍କ ପାଖରେ ତାଙ୍କ ବିରୋଧରେ ପ୍ରମାଣ ଅଛି, ତେବେ ସେ କୋର୍ଟରେ ପ୍ରଦାନ କରନ୍ତୁ ବୋଲି ବ୍ରିଜଭୂଷଣ କହିଥିଲେ ।

ଅଭିଯୋଗ ଆରମ୍ଭରୁ ବ୍ରିଜଭୂଷଣ ଇସ୍ତଫା ଦେବେ ନାହିଁ ବୋଲି କହି ସାରିଛନ୍ତି । ସେ ଇସ୍ତଫା ଦେଲେ ଭୁଲ୍‌ ବାର୍ତ୍ତା ଯିବ । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ତଦନ୍ତକୁ ସାମ୍ନା କରିବେ ବୋଲି କହିଥିଲେ ବ୍ରିଜଭୂଷଣ । ଏବେ ସେହି ଉକ୍ତିକୁ ଦୋହରାଇବା ସହ ସେ ଦୋଷୀ ପ୍ରମାଣିତ ହେଲେ ନିଜେ ଝୁଲି ପଡିବେ ବୋଲି କହଛନ୍ତି । ଅନ୍ୟପଟେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ନିକଟରେ ସିଂଙ୍କ ବିରୋଧରେ ସେପରି କିଛି ପ୍ରମାଣ ଲାଗିନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅବଶ୍ୟ ପୋଲିସ ଏ ସମ୍ପର୍କରେ କିଛି ସୂଚନା ଦେଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.