ETV Bharat / bharat

ଭାଙ୍ଗିଲେ ପୁରୁଣା ରେକର୍ଡ, ଦେଶର ସର୍ବକନିଷ୍ଠ ସରପଞ୍ଚ ହେଲେ ଅନିଲ

author img

By

Published : Jul 18, 2022, 9:13 AM IST

ଭାଙ୍ଗିଲେ ପୁରୁଣା ରେକର୍ଡ, ଦେଶର ସର୍ବକନିଷ୍ଠ ସରପଞ୍ଚ ହେଲେ ଅନିଲ
ଭାଙ୍ଗିଲେ ପୁରୁଣା ରେକର୍ଡ, ଦେଶର ସର୍ବକନିଷ୍ଠ ସରପଞ୍ଚ ହେଲେ ଅନିଲ

ମଧ୍ୟପ୍ରଦେଶର ଭିଦିଶା ଜିଲ୍ଲାବାସୀ ଅନିଲ ହେଲେ ଦେଶର ସର୍ବକନିଷ୍ଠ ସରପଞ୍ଚ । ଅଧିକ ପଢନ୍ତୁ

ଭୋପାଳ: ଦେଶର ସର୍ବକନିଷ୍ଠ ସରପଞ୍ଚ (Youngest Sarpanch in India) ହୋଇଛନ୍ତି ମଧ୍ୟପ୍ରଦେଶ ଭିଦିଶା ଜିଲ୍ଲାର ବାସିନ୍ଦା ଅନିଲ ଯାଦବ । ସେ ମାତ୍ର ୨୧ ବର୍ଷ ବୟସରେ ଏକ ବଡ଼ ଦାୟିତ୍ବ ହାତକୁ ନେବାକୁ ଯାଉଛନ୍ତି । ଭୋପାଳ ବିଧାୟକ ରାମେଶ୍ବର ଶର୍ମାଙ୍କ ସମ୍ପର୍କୀୟ ବିଜେପି ନେତା ବିବେକ ଶର୍ମାଙ୍କୁ ସେ ୧୨ ଭୋଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି ।

ସରପଞ୍ଚ ହେବାକୁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ରହିଛି । ତେବେ ଅନିଲଙ୍କୁ ୨୧ ବର୍ଷ ୬ ଦିନ ହୋଇଥିବା ବେଳେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଏହାପରେ ନିର୍ବାଚନ ଲଢି ବିଜୟ ମଧ୍ୟ ହୋଇଛନ୍ତି । ଏହାପରେ ସେ ଭାରତର ସର୍ବକନିଷ୍ଠ ସରପଞ୍ଚ ଭାବେ ଏହି ଦାୟିତ୍ବ ନେବାକୁ ଯାଉଛନ୍ତି । ନିର୍ବାଚନରେ ବିଜୟ ହେବା ପରେ ଜନତା ଓ ସବ ଡିଭିଜନାଲ ମାଜିଷ୍ଟ୍ରେଟ (SDM)ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନିଲ ସରେଖୋ ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.