ETV Bharat / bharat

Delhi: ନିୟନ୍ତ୍ରଣ ହରାଇ ଏକାଧିକ ଗାଡି ଉପରେ ମାଡିଗଲା ସରକାରୀ ବସ, ଜଣେ ମୃତ

author img

By ETV Bharat Odisha Team

Published : Nov 4, 2023, 10:12 PM IST

Delhi: ଏକାଧିକ ଗାଡିକୁ ଧକ୍କା ଦେଲା ସରକାରୀ ବସ, ଜଣେ ମୃତ
Delhi: ଏକାଧିକ ଗାଡିକୁ ଧକ୍କା ଦେଲା ସରକାରୀ ବସ, ଜଣେ ମୃତ

ଦିଲ୍ଲୀ ରୋହିଣୀରେ ନିୟନ୍ତ୍ରଣ ହରାଇ ଏକାଧିକ ଗାଡି ଉପରେ ମାଡିଗଲା ସରକାରୀ ବସ । ଜଣେ ମୃତ, ଦୁଇରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Delhi: ଏକାଧିକ ଗାଡିକୁ ଧକ୍କା ଦେଲା ସରକାରୀ ବସ, ଜଣେ ମୃତ

ନୂଆଦିଲ୍ଲୀ: ନିୟନ୍ତ୍ରଣ ହରାଇ ରାସ୍ତାକଡରେ ପାର୍କିଂ ହୋଇଥିବା ଏକାଧିକ ଗାଡି ଉପରେ ମାଡିଗଲା ଏକ ସରକାରୀ ବସ । ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ଦକ୍ଷିଣ-ରୋହିଣୀ ଏରିଆରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ବସଷ୍ଟପରେ ଛିଡା ହୋଇଥିବା ବହୁଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏକାଧିକ ଗାଡି ଚୁରମାର ହୋଇଯାଇଛି । ଦୁର୍ଘଟଣା ସମୟର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ରୋହିଣୀ ସେକ୍ଟର-3 ଏରିଆରେ ଥିବା ବିକ୍ରମଚୌକ ନିକଟରେ ଦିଲ୍ଲୀ ପରିବହନ ନିଗମର ଏକ ନୀଳ ରଙ୍ଗର ବସ ରାସ୍ତାକଡରେ ପାର୍କିଂ ଥିବା ଏକାଧିକ ଗାଡି ଉପରେ ମାଡି ଯାଇଥିଲା । ବସଟି ପ୍ରଥମେ ଏକ କାରକୁ ଧକ୍କା ଦେବା ପରେ ଅଟୋରିକ୍ସା ଓ ଅନ୍ୟ ଏକାଧିକ ଦୁଇଚକିଆ ଗାଡିକୁ ଧକ୍କା ଦେଇଥିଲା । ସେଠାରେ ବସକୁ ଅପେକ୍ଷା କରିଥିବା ଲୋକେ ପ୍ରାଣ ବିକଳରେ ଧାଇଁ ପଳାଇଥିଲେ । ଏକାଧିକ ଗାଡି ଚୁରମାର ହୋଇଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ପ୍ରାୟ 2ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ବସକୁ ଜବତ କରିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଥିବା ଭିଡିଓ ଅନୁସାରେ, ବସଟି କୌଣସି କାରଣରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡକୁ ମାଡିଯାଇଥିଲା । ଏହା ପ୍ରାୟତଃ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ପୋଲିସ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ :- Naval helicopter crash: କୋଚିରେ ନୌସେନା ହେଲିକପ୍ଟର କ୍ରାସରେ ଜଣେ ମୃତ

ଡ୍ରାଇଭରଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା । ପୋଲିସ ଭିଡ ନିୟନ୍ତ୍ରଣ କରିବା ସହ ଟ୍ରାଫିକ କ୍ଲିୟର କରିବା ପରେ ଯାତାୟତ ସ୍ବାଭାବିକ ହୋଇଛି । ଏପରି ଏକାଧିକ ଦୁର୍ଘଟଣାରେ ପ୍ରାୟତଃ ଯାନ୍ତ୍ରିକ ତ୍ରୁଟି କିମ୍ବା ଡ୍ରାଇଭର ନିଶାସେବନ କରିଥିବା ଘଟଣା ସାମ୍ନାକୁ ଆସିବାର ଅନେକ ଉଦାହରଣ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.