ETV Bharat / bharat

Rajasthan: ବାୟୁସେନା ପଦକରେ ପକ୍ଷପାତିତା ! ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅବସରପ୍ରାପ୍ତ ଯବାନ

author img

By ETV Bharat Odisha Team

Published : Sep 2, 2023, 10:06 PM IST

ବାୟୁସେନା ପଦକ ପ୍ରଦାନରେ ପକ୍ଷପାତିତା ଅଭିଯୋଗ । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅବସରପ୍ରାପ୍ତ ଯବାନ । କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ନୋଟିସ । ଅଧିକ ପଢନ୍ତୁ

Rajasthan: ବାୟୁସେନା ପଦକ ବିବାଦ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ଯବାନ
Rajasthan: ବାୟୁସେନା ପଦକ ବିବାଦ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ଯବାନ

ଜୟପୁର: ବାୟୁସେନା ପଦକ ପ୍ରଦାନରେ କରାଯାଇଛି ପକ୍ଷପାତିତା । ବିଭାଗୀୟ ଚଞ୍ଚକତା ଓ ଷଡଯନ୍ତ୍ର କରି ତାଙ୍କ ପରିବର୍ତ୍ତେ ଆଉ ଜଣେ ଯବାନଙ୍କୁ ସାହାସିକତା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ବାୟୁସେନାରୁ ଅବସର ଗ୍ରହଣ କରିଥିବା ରାଜସ୍ଥାନ ଜୋଧପୁର ନାବାସୀ ଘନଶ୍ୟାମ ସିଂ । ସେ ବାୟୁସେନାରେ ଜଣେ ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରି ସାରିଛନ୍ତି । ଏକ ଦୁର୍ଘଟଣାରେ ତାଙ୍କର ସାହାସିକତା ପାଇଁ ଲଢୁଆ ଯୁଦ୍ଧ ବିମାନର ପାଇଲଟଙ୍କ ଜୀବନ ବଞ୍ଚିଥିଲା ।ଏଥିପାଇଁ ତାଙ୍କ ନାମ ରାଷ୍ଟ୍ରପତି ପଦକ ପାଇଁ ମଧ୍ୟ ସୁପାରିଶ ହୋଇଥିଲା । ହେଲେ ପରେ ତାଙ୍କ ନାମକୁ ବାଦ ଦେଇ ଜଣେ ପାଇଲଟଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ପୂର୍ବରୁ ସେ ଏନେଇ ବାୟୁସେନାର ଟ୍ରିବ୍ୟୁନାଲରେ ଅଭିଯୋଗ କରିସାରିଥିବା ବେଳେ ଏବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଜି ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସଞ୍ଜୀବ ସଚ୍ଚଦେବ ଏବଂ ମନୋଜ ଜୈନଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ଆବେଦନକାରୀଙ୍କ ଅଭିଯୋଗରେ ପକ୍ଷ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 6 ସପ୍ତାହ ମଧ୍ୟରେ କେନ୍ଦ୍ର ଏହି ମାମଲାରେ ସତ୍ୟପାଠ ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ନଭେମ୍ବର 7 ତାରିଖରେ ହେବା ନେଇ କୋର୍ଟ କହିଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସେ ବାୟୁସେନାର ଫାଏର ୟୁନିଟରେ କାର୍ଯ୍ୟ କରୁଥିଲେ । 2021 ମସିହା ନଭେମ୍ବରରେ 6 ତାରିଖରେ ଆଗ୍ରା ଏୟାରବେସରେ ଏକ ଦୁର୍ଘଟଣା ଘଟିଥିଲା । ଏଥିରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ପାଇଲଟଙ୍କ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ପାଇଲଟ ରବିନ୍ଦ୍ରଙ୍କୁ ଏହି ଶ୍ରେୟ ଦିଆଯାଇଥିଲା ଏବଂ ସେ ରାଷ୍ଟ୍ରପତି ପଦକ ପାଇଥିଲେ । ଘନଶ୍ୟାମ ସିଂ ଦାବି କରିଛନ୍ତି ଯେ ବାୟୁସେନାରୁ ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଅନେକ ଡକ୍ୟୁମେଣ୍ଟ ସଂଗ୍ରହ କରିଛନ୍ତି । ଯେଉଁଥିରେ ଏହି ରାଷ୍ଟ୍ରପତି ସମ୍ମାନ ପାଇଁ ପ୍ରଥମେ ତାଙ୍କ ନାମ ସୁପାରିଶ କରାଯାଇଥିବା ସେ ଜାଣିବାକୁ ପାଇଛନ୍ତି ।

ଏହା ମଧ୍ଯ ପଢନ୍ତୁ:-Tribal woman stripped Naked: ପୀଡିତାଙ୍କୁ ଭେଟିଲେ ଗେହେଲଟ, 10ଲକ୍ଷ ଟଙ୍କା ସହ ସରକାରୀ ଚାକିରି ଘୋଷଣା

ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାମକୁ ବାଦ ଦିଆଯାଇଛି ଜଣାପଡିବା ପରେ ସେ ବାୟୁସେନା ଟ୍ରିବ୍ୟୁନାଲ (AFT) ରେ ଏକ ପିଟିସନ ଦାଖଲ କରିଥିଲେ । କୋର୍ଟ ଅଫ ଇନକ୍ବାରୀ କରିବା ପାଇଁ ଦାବି କରିଥିଲେ । ହେଲେ ସେ ସେଠାରୁ ବିଫଳ ହେବା ପରେ ଏବେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ପୂର୍ବତନ ଯବାନଙ୍କର ଏପରି ସଙ୍ଗୀନ ଅଭିଯୋଗକୁ ବାୟୁସେନା ଟ୍ରିବ୍ୟୁନାଲ (AFT) ଅସ୍ବୀକାର କରିଛି । ଦିଲ୍ଲୀ ହାଇକୋର୍ଟ 29 ଅଗଷ୍ଟରେ ଏହି ପିଟିସନର ଶୁଣାଣି କରି 6 ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.