ETV Bharat / bharat

ଧାରଣାରେ ପଥର ଓ ଲୁହାରଡ ରଖିଥିଲେ ଦୁର୍ବୃତ୍ତ, ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ

author img

By ETV Bharat Odisha Team

Published : Oct 2, 2023, 7:18 PM IST

ରାଜସ୍ଥାନରେ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଲାଇନଚ୍ୟୁତ କରିବା ପାଇଁ ଷଡଯନ୍ତ୍ର । ଧାରଣାରେ ପଥର ଓ ଲୁହାରଡ ରଖିଥିଲେ ଦୁର୍ବୃତ୍ତ । ଅଟକିଲା ଟ୍ରେନ । ମାମଲା ରୁଜୁ । ଅଧିକ ପଢନ୍ତୁ

ଧାରଣାରେ ପଥର ଓ ରଡ ରଖିଥିଲେ ଦୁର୍ବୃତ୍ତ, ଅଟକିଲା ବନ୍ଦେ ଭାରତ
ଧାରଣାରେ ପଥର ଓ ରଡ ରଖିଥିଲେ ଦୁର୍ବୃତ୍ତ, ଅଟକିଲା ବନ୍ଦେ ଭାରତ

ଜୟପୁର: ରାଜସ୍ଥାନର ଚିତ୍ତୋରଗଡରେ ଦୁର୍ଘଟଣା ଘଟାଇବା ଉଦ୍ଦେଶ୍ୟରେ ରେଳ ଧାରଣାରେ ପଥର ଓ ଲୁହା ଛଡ ରଖିଥିଲେ ଦୁର୍ବୃତ୍ତ । ମାତ୍ର ଲୋକୋ ପାଇଲଟଙ୍କ ତତ୍ପରତା ପାଇଁ ଉକ୍ତ ରୁଟରେ ଆସୁଥିବା ଉଦୟପୁର-ଜୟପୁର ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଅଟକିବା ସହ ଏକ ଆସନ୍ନ ଦୁର୍ଘଟଣା ଟଳିଛି । ରେଳବାଇ ଟିମ ଘଟଣାସ୍ଥଳରେ ପହଞ୍ଚି ଧାରଣାରୁ ପଥର ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ପୋଲିସ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଲିଥିବା ସୂଚନା ଅନୁସାରେ, ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ନମ୍ବର-20979 ଚିତ୍ତୋରଗଡ ଜିଲ୍ଲା ଗାଙ୍ଗର-ସୋନିଆନା ମଧ୍ୟରେ ଅଟକି ଥିଲା । ରେଳ ଧାରଣାରେ କିଛି ପଥର ଲୁହା ରଡ ରଖିଥିଲେ ଦୁର୍ବୃତ୍ତ । ଏହା ପ୍ରାୟ ଏକ ଇଞ୍ଚ ଉଚ୍ଚତାରେ ରଖାଯାଇଥିଲା । ଯାହା ଦୁର୍ଘଟଣା ଘଟଇବା ପାଇଁ ଯଥେଷ୍ଟ ଥିଲା । ଦୃତଗାମୀ ଟ୍ରେନକୁ ଲାଇନଚ୍ୟୁତ କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଏପରି କରିଥିଲେ । ହେଲେ ଲୋକୋ ପାଇଲଟ ଧାରଣାରେ ପଥର ଦେଖି ଟ୍ରେନକୁ ରୋକିଥିଲେ । ନିକଟସ୍ଥ ରେଳ ଷ୍ଟେସନକୁ ସୂଚନା ଦିଆଯିବା ପରେ ରେଳ ସୁରକ୍ଷା ବଳର ଏକ ଟିମ ସହ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତ ପରେ ଧାରଣାରୁ ପଥର ହଟାଯାଇଥିଲା ଓ ଟ୍ରେନ ଆଗକୁ ବଢିଛି । ରେଳବାଇ ଅଧିନିୟମ ଅନୁଯାୟୀ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରେଳ ଅଧିକାରୀ, ସ୍ଥାନୀୟ ପୋଲିସ ଏବଂ GRP ଅଧିକାରୀଙ୍କ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:- Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

ତେବେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚାଲିବା ପରଠାରୁ ଏକାଧିକ ସ୍ଥାନରେ ଏହାକୁ ପଥରମାଡ କରାଯିବାର ନଜିର ରହିଛି । ଭାରତୀୟ ରେଳବାଇର ସର୍ବାଧିକ ଅତ୍ୟାଧୁନିକ ତଥା ସେମିସ୍ପିଡ୍‌ ଟ୍ରେନ ନିଜର ଦୃତଗତି କାରଣରୁ ମଧ୍ୟ ଅନେକ ଥର ସାମାନ୍ୟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇ ଅଟକି ରହିଥିବାର ମଧ୍ୟ ନଜିର ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକାଳୀନ 9ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି । ଏବେ ଏହି ପ୍ରିମିୟମ ଟ୍ରେନ ବିଭିନ୍ନ ପ୍ରଦେଶ ରାଜଧାନୀ ସହ ପ୍ରମୁଖ ସହରଗୁଡିକୁ ସଂଯୋଗ କରୁଛି । ଏହାକୁ ସ୍ବଦେଶୀ ଜ୍ଞାନକୌଶଳରେ ଆଇସିଏଫ ନିର୍ମାଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.