ETV Bharat / bharat

‘ଆତଙ୍କବାଦୀ ଆକ୍ରମଣ ଓ ସୀମାରେ ଅନୁପ୍ରବେଶ ବନ୍ଦ ନହେଲେ ପାକିସ୍ତାନ ସହ କ୍ରିକେଟ ସିରିଜ ବନ୍ଦ’

author img

By ETV Bharat Odisha Team

Published : Sep 16, 2023, 10:33 PM IST

କ୍ରୀଡା଼ମନ୍ତ୍ରୀ ଅନୁରାଗ ଠାକୁର
କ୍ରୀଡା଼ମନ୍ତ୍ରୀ ଅନୁରାଗ ଠାକୁର

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବୀପାକ୍ଷିକ ସିରିଜ୍‌ ଖେଳିବାକୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବଡ଼ ବୟାନ । ଆତଙ୍କବାଦ, ସୀମାରେ ଆକ୍ରମଣ ଓ ଅନୁପ୍ରବେଶ ବନ୍ଦ ନହେବା ଯାଏଁ ପାକିସ୍ତାନ ସହ କୌଣସି ମ୍ୟାଚ୍‌ ଏପରିକି ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳା ଯିବ ନାହିଁ। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବୀପାକ୍ଷିକ ସିରିଜ୍‌ ଖେଳିବାକୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବଡ଼ ବୟାନ ହେଇଛନ୍ତି। ପାକିସ୍ତାନ ସହ ଦ୍ବୀପାକ୍ଷିକ ମ୍ୟାଚ ହେବ କି ନାହିଁ? ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ାମନ୍ତ୍ରୀ କହିଛନ୍ତି " ବିସିସିଆଇ ବହୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛି ଯେ, ଯେପର୍ଯ୍ୟନ୍ତ ଆତଙ୍କବାଦ, ସୀମା ଉପରେ ଆକ୍ରମଣ ଓ ଅନୁପ୍ରବେଶ ବନ୍ଦ ନହୋଇଛି ସେବେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ମ୍ୟାଚ୍‌ ଖେଳା ଯିବ ନାହିଁ।" ତେବେ ଠାକୁର ଏହା ମଧ୍ୟ କହିଛନ୍ତି ଯେ, ଦେଶର ସାଧାରଣ ଜନତା ମଧ୍ୟ ଏହା ଚାହାଁନ୍ତି।

ତେବେ ବୁଧବାର ଅନନ୍ତନାଗ ଠାରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ପରେ ଏହି ବୟାନ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। ଏହି ଆକ୍ରମଣରେ ଭାରତୀୟ ସେନାର 2ଜଣ ଅଧିକାରୀ ଏବଂ ଜଣେ ଯବାନ ଶହୀଦ ହୋଇଥିଲେ। ଏହାସହ ଜଣେ ପୋଲିସ ଆଧିକାରୀଙ୍କୁ ମଧ୍ୟ ନିଜ ଜୀବନ ବଳି ଦେବାକୁ ପଡ଼ିଥିଲା। ଏହି ଆକ୍ରମଣ ଘଟଣା ସମଗ୍ର ଦେଶବାସୀଙ୍କୁ କଠୋର ଆଘାତ ଦେଇଥିବା ବେଳେ ଏନେଇ ଦେଶବାସୀଙ୍କ ମନରେ କ୍ରୋଧ ମଧ୍ୟ ରହିଛି।

  • #WATCH | Union Sports Minister Anurag Thakur says, "BCCI had decided much earlier that we would not play bilateral matches with Pakistan until they put an end to terrorism, cross-border attacks and infiltration...I think the sentiments of the country and of the public are also… pic.twitter.com/Q7jsmi9ctC

    — ANI (@ANI) September 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Hockey World Cup Opening Ceremony: ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ସେପଟେ ଏସିଆ କପ୍‌ 2023ରେ ଭାଗନେବା ପାଇଁ ଭାରତୀୟ କ୍ରିକେଟ ଦଳ କଲୋମ୍ବରେ ରହିଛି। 10ମ ଥର ପାଇଁ ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି ଭାରତ। ତେବେ ସେପ୍ଟେମ୍ବର 17 ରବିବାର ଦିନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ ଅଧିକ ଚର୍ଚ୍ଚାରେ ରହିଥିଲା। ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ମଧ୍ୟରେ 2ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ ବର୍ଷା ପ୍ରଭାବରେ ବନ୍ଦ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭାରତ ପାକିସ୍ତାନ ଉପରେ 228 ରନ୍‌ର ବଡ଼ ବିଜୟ ହାସଲ କରିଥିଲା।

ସେପଟେ କ୍ରିକେଟ ଫ୍ୟାନମାନେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ରାଜନୈତିକ ମତଭେଦ ପାଇଁ ଦ୍ବୀପାକ୍ଷିକ ସିରିଜ ଖେଳା ଯାଉନାହିଁ। କେବଳ ଆଇସିସି ଏବଂ କଣ୍ଟିନେଣ୍ଟାଲ ଟୁର୍ଣ୍ଣାମେଣ୍ଟ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ଥର ପାଇଁ 2012-13ରେ ଦ୍ବୀପାକ୍ଷିକ ସିରିଜ ଖେଳା ଯାଇଥିଲା। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ହେବା ପରେ କୌଣସି ଦ୍ବୀପାକ୍ଷିକ ସିରିଜ୍‌ ଖାଳା ଯାଇନାହିଁ।

  • Team India's commanding 228-run victory over Pakistan, with stellar centuries by Virat Kohli and KL Rahul and Kuldeep Yadav's five-wicket haul, sets a the tone for their Super 4 journey! 🇮🇳 #AsiaCup2023 #PAKvIND pic.twitter.com/DcRSQMMdIU

    — AsianCricketCouncil (@ACCMedia1) September 11, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.