ETV Bharat / bharat

ଗଡକରୀଙ୍କ କାର୍ଯ୍ୟାଳୟକୁ ଚାନ୍ଦା ମାଗିବା ସହ ହତ୍ୟା ଧମକ

author img

By

Published : Jan 14, 2023, 4:28 PM IST

ଗଡକରୀଙ୍କ କାର୍ଯ୍ୟାଳକୁ ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ
ଗଡକରୀଙ୍କ କାର୍ଯ୍ୟାଳକୁ ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ

ନାଗପୁରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ କାର୍ଯ୍ୟାଳୟକୁ ଫୋନ କରି ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଲେ ଦୁର୍ବୃତ୍ତ । ବଢିଲା ଗଡକରୀଙ୍କ ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କ କାର୍ଯ୍ୟାଳୟକୁ ଧମକ । ଗଡକରୀଙ୍କ ନିଜ ସଂସଦୀୟ କ୍ଷେତ୍ର ନାଗପୁରରେ ଥିବା କାର୍ଯ୍ୟାଳୟକୁ ଏକାଧିକ ଫୋନ କଲ ମାଧ୍ୟମରେ ଚାନ୍ଦା ମଗାଯିବା ସହ ହତ୍ୟା ଧମକ ମିଳିଛି । ଏନେଇ ନାଗପୁର ପୋଲିସ ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । କାର୍ଯ୍ୟାଳୟ ସମେତ ଗଡକାରୀଙ୍କ ସୁରକ୍ଷାକୁ ବଢାଯାଇଛି । ପୋଲିସ ସୂଚନା ଅନୁସାରେ ପ୍ରଥମ କଲ 11.30ରେ ଆସିଥିବା ବେଳେ ଦ୍ବିତୀୟ କଲ 11.40ରେ ଆସିଛି । ପରେ ଅନ୍ୟ ଏକ କଲ ମଧ୍ୟ ଆସିଛି । ଏହି ନମ୍ବର ସଂଗ୍ରହ କରାଯାଇ କଲ ରେକର୍ଡ ଡିଟେଲ୍ସ ଯାଞ୍ଚ ଜାରି ରହିଛି । ସାଇବର ସେଲ ଏହି ନମ୍ବରଗୁଡିକ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରିବା ପ୍ରକ୍ରିୟା ଜାରି ରଖିଛନ୍ତି ।

  • Maharashtra | Union Minister Nitin Gadkari's office in Nagpur received two threatening calls at 11.30 am and 11.40 am. Further investigation is going on: Nagpur Police

    — ANI (@ANI) January 14, 2023 " class="align-text-top noRightClick twitterSection" data=" ">

ନାଗପୁର ଡିସିପି ରାହୁଲ ମାଡାନେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘‘ଅଭିଯୋଗ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ତାଙ୍କ ସରକାରୀ କାର୍ଯ୍ୟକ୍ରମ ଓ ଗସ୍ତରେ ମଧ୍ୟ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଯିବ । ଏହି ମାମଲାରେ ତଦନ୍ତ ଜାରି ରହିଛି ।’’

ଖବର ଅନୁଯାୟୀ, କଲ୍ କରୁଥିବା ଅଭିଯୁକ୍ତମାନେ ପ୍ରଥମେ ଚାନ୍ଦା ମାଗିଥିଲେ ଓ ପରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏକାଧିକ କଲ ଆସିବା ପରେ ତୁରନ୍ତ ଗଡକାରୀଙ୍କ କାର୍ଯ୍ୟାଳୟ ପୋଲିସକୁ ଅବଗତ କରିଥିଲା । ପୋଲିସ ଟମ୍‌ କାର୍ଯ୍ୟାଳୟରେ ପହଞ୍ଚି କଲ ରେକର୍ଡ ସହ ଅନ୍ୟ ସୂଚନା ସଂଗ୍ରହ କରିଛି । ନାଗପୁର ପୋଲିସ ଗଡକରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷା ବୃଦ୍ଧି କରିଛି ।’’

ସମାନ ଢଙ୍ଗରେ ଡିସେମ୍ବର 31ରେ ନାଗପୁରରେ ଥିବା ସ୍ବଂୟ ସେବକ ସଂଘର ମୁଖ୍ୟାଳୟକୁ ଧମକପୂର୍ଣ୍ଣ କଲ ଆସିଥିଲା । ଏଥିରେ ଜଣେ ବ୍ୟକ୍ତି ଫୋନ କରି ସଙ୍ଘ ମୁଖ୍ୟାଳୟରେ ବିସ୍ଫୋରଣ କରିବାକୁ ଧମକ ଦେଇଥିଲା । ତେବେ ପୋଲିସ ଓ ବୋମା ନିଷ୍କ୍ରୀୟକାରୀ ଟିମ୍ ସଂଘ ମୁଖ୍ୟାଳୟରେ ପହଞ୍ଚିଥିଲେ । ଏକାଧିକ ଘଣ୍ଟା ସର୍ଚ୍ଚ ଅପରେସନ କରିବା ପରେ ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିଲା । ଯେଉଁ ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଗଡକରୀ ଏବେ ମକର ସଂକ୍ରାନ୍ତି ପାଳନ ପାଇଁ ନିଜ ସଂସଦୀୟ କ୍ଷେତ୍ର ନାଗପୁର ଗସ୍ତରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.