ETV Bharat / bharat

Bharat NCAP: ଭାରତ ଏନସିଏପିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

author img

By ETV Bharat Odisha Team

Published : Aug 23, 2023, 7:42 AM IST

ଭାରତ ଏନସିଏପିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ
ଭାରତ ଏନସିଏପିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ

ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ସୁରକ୍ଷିତ କାର କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗତକାଲି(ମଙ୍ଗଳବାର) ନୂଆଦିଲ୍ଲୀ ଠାରେ ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି । ଭାରତରେ ୩.୫ ଟନ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡକ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ‘ସୁରକ୍ଷିତ କାର କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । ଭାରତ ଏନସିଏପି ଭାରତରେ ଯାନର ନିରାପତ୍ତା ଏବଂ ଗୁଣବତ୍ତାକୁ ମଧ୍ୟ ବ୍ୟାପକ ପ୍ରୋତ୍ସାହିତ କରିବ । ଏହା ସହିତ ସୁରକ୍ଷିତ ଯାନ ନିର୍ମାଣ ପାଇଁ ମୂଳ ସରଞ୍ଜାମ ନିର୍ମାତା ଓଇଏମ ଗୁଡିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ । ସେ କହିଛନ୍ତି ଯେ ଭାରତ ଏନସିଏପି ଏବଂ ଏଆଇଏସ-୧୯୭ ଅଧୀନରେ ନୂତନ ସୁରକ୍ଷା ବ୍ୟବସ୍ଥା ଉତ୍ପାଦକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଅନୁକୂଳ ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ସୁରକ୍ଷିତ ରଖିବା ଏବଂ ଆମର ଅଟୋମୋବାଇଲ ଶିଳ୍ପକୁ ବିଶ୍ବର ଏକ ନମ୍ବର ବାହନ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ।

  • Launched the Bharat New Car Assessment Program (BHARAT NCAP) in New Delhi, aiming to enhance road safety by elevating vehicle safety standards for up to 3.5-tonne vehicles in India.

    This is a landmark step towards empowering our consumers for being able to make a better choice… pic.twitter.com/VhFZq4kSHT

    — Nitin Gadkari (@nitin_gadkari) August 22, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ବାଧ୍ୟତାମୂଳକ ହେବ ଟ୍ରକରେ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ

ଏହି କାର୍ଯ୍ୟକ୍ରମ ୩.୫ ଟନ ଜିଭିଡବ୍ଲୁରୁ କମ ଏମ୧ ବର୍ଗର ଅନୁମୋଦିତ ମୋଟର ଯାନ ପାଇଁ ପ୍ରଯୁଜ୍ୟ । ଏହା ଏକ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ ଯେଉଁଥିରେ ଦିଆଯାଇଥିବା ମଡେଲର ବେସ ଭାରିଏଣ୍ଟ ପରୀକ୍ଷା କରାଯିବ । ଏହି କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ଏବଂ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ) ୧୯୭ ଉପରେ ଆଧାରିତ ହେବ । ପ୍ରତିଯୋଗିତାମୂଳକ ନିରାପତ୍ତା ବୃଦ୍ଧିର ଇକୋସିଷ୍ଟମ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହାକି ଉପଭୋକ୍ତାଙ୍କ ମଧ୍ୟରେ ବାହନ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି କରିବ । ଗ୍ରାହକମାନେ ଦୁର୍ଘଟଣା ପରୀକ୍ଷା ସ୍ଥିତିକୁ ଆଧାର କରି ଯାନର କାର୍ଯ୍ୟଦକ୍ଷତା ଉପରେ ତୁଳନାତ୍ମକ ଆକଳନ କରି ଏକ ସଚେତନ ନିଷ୍ପତ୍ତି ନେଇପାରିବେ ।

ଏନସିଏପି କାର୍ଯ୍ୟକ୍ରମ ବିଶ୍ବସ୍ତରୀୟ ନିରାପତ୍ତା ମାନ ଥିବା ଯାନ ନିର୍ମାଣ ପାଇଁ ଓଇଏମମାନଙ୍କ ପାଇଁ ସୁଯୋଗ ଆଣିଛି । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ରୋଡ ଟ୍ରାନ୍ସପୋର୍ଟ (ସିଆଇଆରଟି) ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯିବ। ଭାରତ ଏନସିଏପି କାର୍ଯ୍ୟକ୍ରମ ଅଂଶୀଦାରଙ୍କ ପରାମର୍ଶକୁ ଆଧାର କରି ବିକଶିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.