ETV Bharat / bharat

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଅସୁସ୍ଥ, ଅଚାନକ ମଞ୍ଚରେ ବିଗିଡିଲା ସ୍ବାସ୍ଥ୍ୟ

author img

By

Published : Nov 17, 2022, 2:16 PM IST

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଅସୁସ୍ଥ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଅସୁସ୍ଥ

ପଶ୍ଚିମବଙ୍ଗ ସିଲିଗୁଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଷ୍ଟେଜ ଉପରେ ଅସୁସ୍ଥ ହୋଇ ପଡଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ଅଧିକ ପଢନ୍ତୁ

କୋଲକାତା: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଅସୁସ୍ଥ । ପଶ୍ଚିମବଙ୍ଗ ସିଲିଗୁଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଷ୍ଟେଜ ଉପରେ ଅସୁସ୍ଥ ହୋଇ ପଡିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ତାଙ୍କୁ ତୁରନ୍ତ ସିଲିଗୁଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ବଙ୍ଗଳାର ସିଲିଗୁଡିରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ ।

ସହରର ଉତ୍ତର ଭାଗରେ NH-୧୦ ସହିତ ପ୍ରସ୍ତାବିତ ୧୩ କିଲୋମିଟର ଚାରି ଲେନ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଠାତ ମଞ୍ଚରେ ଅସୁସ୍ଥ ହୋଇ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମ ମଝିରେ ସେ ଅସ୍ବାସ୍ଥ୍ୟକର ଅନୁଭବ କରିଥିବା କହିଥିଲେ । ତୁରନ୍ତ ଡାକ୍ତର ଆସି ପରୀକ୍ଷା କରିଥିଲେ । ହଠାତ ତାଙ୍କର ବ୍ଲଡ ସୁଗାର ଲେବଲ କମି ଯାଇଥିବା ସୂଚନା ଦେଇଛନ୍ତି ଜଣେ ବିଜେପି ନେତା । ବର୍ତ୍ତମାନ ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି ।

ଉତ୍ତର ବଙ୍ଗଳାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବାକୁ ସିଲିଗୁ଼ଡି ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ । ଅଜି ଅନେକା କାଯ୍ୟକ୍ରମରେ ତାଙ୍କର ଯୋଗ ଦେବାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.