ETV Bharat / bharat

ସାଂସଦଙ୍କଠୁ ଚ୍ୟାଲେଞ୍ଜ ହାରିଗଲେ ଗଡକରୀ, ଗଣିଲେ ଏତିକି କୋଟି

author img

By

Published : Oct 19, 2022, 7:55 AM IST

ଗଡକରୀଙ୍କ ମୋଟାପଣ କମ କରିବା ଚ୍ୟାଲେଞ୍ଜଙ୍କୁ ସଫଳ କରି ଦେଖାଇଲେ ଉଜ୍ଜୈନ ସାଂସଦ
ଗଡକରୀଙ୍କ ମୋଟାପଣ କମ କରିବା ଚ୍ୟାଲେଞ୍ଜଙ୍କୁ ସଫଳ କରି ଦେଖାଇଲେ ଉଜ୍ଜୈନ ସାଂସଦ

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଦେଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ମଧ୍ୟ ପ୍ରଦେଶର ଉଜ୍ଜୈନ ସାଂସଦ ଅନିଲ ଫିରୋଜିଆ (Nitin Gadkari challenge Ujjain BJP MP)। ପ୍ରତିଶୃତି ପୂରଣ କରିଥିବାରୁ ରାଜମାର୍ଗ ପାଇଁ ଅର୍ଥ ମଞ୍ଜୁର କଲେ ଗଡକରୀ । ଅଧିକ ପଢନ୍ତୁ

ଭୋପାଳ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଦେଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦେଖାଇଛନ୍ତି ମଧ୍ୟ ପ୍ରଦେଶର ଉଜ୍ଜୈନ ସାଂସଦ ଅନିଲ ଫିରୋଜିଆ (Nitin Gadkari challenge Ujjain BJP MP) । ସାଂସଦ ଫିରୋଜିଆ ବର୍ତ୍ତମାନ 125 କିଲୋଗ୍ରାମ ରହିଥିବା ବେଳେ ସେ ଗଡକରୀଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିଥିବା କହିଛନ୍ତି । 24 ଫେବୃଆରୀ 22ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉଜ୍ଜୈନ ଆସିଥିଲେ । ଏହି ସମୟରେ ନିତିନ ଗଡକରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ନିଜ ଓଜନ ହ୍ରାସ କରି ପାରିଲେ ଉଜ୍ଜୈନର ସଡକର ବିକାଶ ପାଇଁ ସେ ଆର୍ଥିକ ପ୍ୟାକେଜ ପ୍ରଦାନ କରିବେ । ତେବେ ଗଡକାରୀଙ୍କ ଚ୍ୟାଲେଞ୍ଜକୁ ଗମ୍ଭୀରତାର ସହ ନେଇଥିଲେ ସାଂସଦ ଫିରୋଜିଆ । ମାତ୍ର 3 ମାସ ମଧ୍ୟରେ ସେ କଠିନ ପରିଶ୍ରମ କରି 15 କିଲୋଗ୍ରାମ ଓଜନ ହ୍ରାସ କରିଥିବା ଦାବି କରିଛନ୍ତି ।

ଗଡକରୀଙ୍କ ମୋଟାପଣ କମ କରିବା ଚ୍ୟାଲେଞ୍ଜଙ୍କୁ ସଫଳ କରି ଦେଖାଇଲେ ଉଜ୍ଜୈନ ସାଂସଦ
ଗଡକରୀଙ୍କ ମୋଟାପଣ କମ କରିବା ଚ୍ୟାଲେଞ୍ଜଙ୍କୁ ସଫଳ କରି ଦେଖାଇଲେ ଉଜ୍ଜୈନ ସାଂସଦ

ଗଡକରୀଙ୍କ ପ୍ରତିଶ୍ରୁତି ପୂରଣ ହୋଇଛି:

ଗୁରୁବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଜାଭ୍ରା, ନାଗଡା, ଉନ୍ହେଲ, ଉଜ୍ଜୈନ ପିଥାମପୁର ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବାକୁ ଅନୁରୋଧ କରିଥିଲେ ସ୍ଥାନୀୟ ସାସଂଦ (Nitin Gadkari challenge Ujjain BJP MP) । ଯାହାକୁ ମୋହର ମାରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଗଡକରୀ । ଏଥିପାଇଁ ମୋଟ 2,100 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟ୍ଟକଳ ହୋଇଛି । ଏଥି ପାଇଁ 450 ଏକର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି । ନିଜେ ବୈଠକରେ ସାଂସଦ ଗଡକରୀଙ୍କୁ ଏସମ୍ପର୍କରେ ମନେ ପକାଇଥିଲେ । ସାଂସଦ କହିଛନ୍ତି ଯେ, ସାତ ମାସ ପୂର୍ବରୁ ଗଡକରୀ ଓଜନ ହ୍ରାସ କରିବାକୁ କହିଥିଲେ । ତେଣୁ ସେ 7 ମାସ ମଧ୍ୟରେ 32 କିଲୋଗ୍ରାମ ହ୍ରାସ କରି ସେ ନିଜ ସଂସଦୀୟ କ୍ଷେତ୍ରରେ ସଡକ ଭିତ୍ତିଭୂମିର ସୁଧାର ପାଇଁ 2,300 କୋଟି ଯୋଜନା ଅନୁମୋଦନ ଲାଭ କରି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.