ETV Bharat / bharat

World Bicycle Day: ଦେଶବ୍ୟାପୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

author img

By

Published : Jun 3, 2022, 6:42 AM IST

କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ

ଆଜି ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ । ସେ ଦୃଷ୍ଟିରୁ ବିଶ୍ବ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ ହଜାର ଯୁବ ସାଇକେଲ ଆରୋହୀ ୯. ୬୮ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ମହୋତ୍ସବ ଦେଶ ସ୍ବାଧିନତାର 75 ଅଧିନରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଆଜି(ଜୁନ ୩)ରେ ବିଶ୍ବ ସାଇକେଲ ଦିବସ ପାଳନ ହେବ । ବିଶ୍ବ ସାଇକେଲ ଦିବସ ଅବସରରେ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟର ଦୁଇ ଅଗ୍ରଣୀ ଯୁବ ସଂଗଠନ ନେହେରୁ ଯୁବ କେନ୍ଦ୍ର (NYKS) ଏବଂ ଜାତୀୟ ସେବା ଯୋଜନା (NSS) 104ଟି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଦିଲ୍ଲୀରେ ବିଶ୍ବ ସାଇକେଲ ଦିବସ ପାଳନ, ଦେଶର ମୋଟ ୩୫ଟି (ରାଜ୍ୟ କେନ୍ଦ୍ରଶାସିତ) ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା ହେବ । ଏହି ସାଇକେଲ ଯାତ୍ରା ଦେଶର ୭୫ଟି କୀର୍ତ୍ତି ରାଜି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକରେ ସାଇକେଲ ରାଲି ହେବ । କେନ୍ଦ୍ର ଯୁବବ୍ୟାପାର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଜି(ଶୁକ୍ରବାର) ବିଶ୍ବ ସାଇକେଲ ଦିବସ ଅବସରରେ ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଶୁଭାରମ୍ଭ କରିବେ ।

ଏହି ଅବସରରେ ମନ୍ତ୍ରୀ ୭୫୦ଜଣ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲ ଯାତ୍ରା କରିବେ । ପରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି (ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ) ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାରିବ । ଏଥିରେ ୭୫ ଜଣ ଅଂଶଗ୍ରହଣକାରୀ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଯୁବ ସ୍ବେଚ୍ଛାସେବୀ ଓ ଯୁବ କ୍ଲବର ସଦସ୍ୟ ଦେଶରେ ସମସ୍ତ ବ୍ଲକରୁ ସ୍ବେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ ।

ଏହି ଅବସରରେ ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ । ସେ ଦୃଷ୍ଟିରୁ ବିଶ୍ବ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ ହଜାର ଯୁବ ସାଇକେଲ ଆରୋହୀ ୯. ୬୮ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବେ । ବିଶ୍ବ ସାଇକେଲ ଦିବସରେ ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ ସୁସ୍ଥ ରହିବା ଉପରେ ଜନସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.