ETV Bharat / bharat

BRICS ରାଷ୍ଟ୍ରର ଯୁବ ପ୍ରତିଯୋଗୀ ଓ ସରକାରୀ ପ୍ରତିନିଧିଙ୍କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

author img

By

Published : Aug 4, 2022, 10:48 PM IST

BRICS
BRICS

କେନ୍ଦ୍ର ଯୁବ ବ୍ୟାପାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur ) ଭିଡିଓ କନଫରେନ୍ସିଂ ଯୋଗେ ୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ (BRICS ) ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ଆଜି (ଗୁରୁବାର) ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur ) ଭିଡିଓ କନଫରେନ୍ସିଂ ଯୋଗେ ୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ (BRICS ) ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ଆଜି (ଗୁରୁବାର) ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଙ୍କ ନେତୃତ୍ୱରେ ଭାରତ ସରକାର ସାରା ବିଶ୍ୱର ଯୁବକମାନଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ସମ୍ପର୍କ ସ୍ଥାପନ ଉପରେ ପ୍ରାଥମିକତା ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାଇଫଷ୍ଟାଇଲ ଫର ଏନଭାଇରନମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ବା ଲାଇଫ ଅଭିଯାନ ବିଷୟରେ କେନ୍ଦ୍ର ମନ୍ତ୍ରୀ ଠାକୁର ଉଲ୍ଲେଖ କରିବା ସହିତ ଏହି ଅଭିଯାନକୁ ମିଳିତ ଭାବେ ଆଗେଇ ନେବା ପାଇଁ ଆହ୍ବାନ ଦେଇଥିଲା ।

ଏହାଦ୍ୱାରା ପରିବେଶ ସଚେତନ ଜୀବନଶୈଳୀ ପାଇଁ ଏହି ଅଭିଯାନ ଏକ ଗଣଆନ୍ଦୋଳନର ରୂପ ନେବ । ସମ୍ବଳପୂର୍ଣ୍ଣ ଏକୀକରଣ ମାଧ୍ୟମରେ ଆନ୍ତଃପିଢି ସମ୍ପର୍କକୁ ବଜାୟ ରଖିବା ଏବଂ ସ୍ୱଦେଶୀ ଜ୍ଞାନକୁ ଜୀବନ୍ତ ରଖିବା ପରେ ସେ ଜୋର ଦେଇଥିଲେ । ଦ୍ୱିତୀୟ ବ୍ରିକ୍ସ ଅନ୍ତର୍ଜାତୀୟ ଯୁବ ଶିବିର ଅଧିକ ଫଳପ୍ରଦ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.