ETV Bharat / bharat

ଶାହଙ୍କ ଦିନିକିଆ ପୁଡୁଚେରୀ ଗସ୍ତ: ଶ୍ରୀ ଅରବିନ୍ଦ ଆଶ୍ରମ କଲେ ପରିଦର୍ଶନ

author img

By

Published : Apr 24, 2022, 12:34 PM IST

ଶାହାଙ୍କ ଦିନିକିଆ ପୁଡୁଚେରୀ ଗସ୍ତ: ଶ୍ରୀ ଅରୋବିନ୍ଦ ଆଶ୍ରମ କଲେ ପରିଦର୍ଶନ
ଶାହାଙ୍କ ଦିନିକିଆ ପୁଡୁଚେରୀ ଗସ୍ତ: ଶ୍ରୀ ଅରୋବିନ୍ଦ ଆଶ୍ରମ କଲେ ପରିଦର୍ଶନ

ପୁଡୁଚେରୀ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ

ପୁଡୁଚେରୀ: ପୁଡୁଚେରୀ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଦୀର୍ଘ ଦିନ ପରେ ଆଜି ପୁଚୁଚେରୀ ଗସ୍ତରେ ଯାଇଛନ୍ତି । ପୁଡୁଚେରୀ ବିମାନବନ୍ଦରରେ ପଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ତାମିଲସାଇ ସୁନ୍ଦର ସୁନ୍ଦରରାଜନ(LG Dr Tamilisai Soundararajan) , ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ବାମୀ(N Rangasamy) ଓ ବାଚସ୍ପତି ଆର ସେଭଲମ ତାଙ୍କୁ ସ୍ବାଗତ କରିଥିଲେ । ଏ ଅବସରେର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ବିମାନବନ୍ଦରରୁ ସେ ସିଧାସଳଖ ମହାକଭି ଭାରତୀ ମେମୋରିଆଲ୍ ସଂଗ୍ରହାଳୟ( Mahakavi Bharathiyar Memorial Museum)କୁ ଯାଇଥିଲେ । ସଂଗ୍ରହାଳୟରେ ଥିବା ପଟ୍ଟଚିତ୍ର ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଅରବିନ୍ଦ ଆଶ୍ରମକୁ ମଧ୍ୟ ଗସ୍ତ କରିଥିଲେ । ଏହାପରେ ସେ ପୁଡୁଚେରୀ ବିଶ୍ବ ବିଦ୍ୟାଳୟକୁ ଯିବେ ଯେଉଁଠାରେ ସେ ସନ୍ଥ ଦାର୍ଶନିକ ଶ୍ରୀ ଅରବିନ୍ଦଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ।

ରାଜ ନିବାସରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ ପରେ ଶାହ କାମ୍ବନ କାଲାଇ ଅରଙ୍ଗାମ(Kamban Kalai Arangam )ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ଅଧୀନରେ ଥିବା ଅନେକ ପ୍ରକଳ୍ପ ସହ ପଡୁଚେରୀ ବିଶ୍ବ ବିଦ୍ୟାଳୟ (Pondicherry university) ଆକାଡେମିକ ଗୃହର ଶିଳାନ୍ୟାସ କରିବେ । ପରେ ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ କର୍ମୀ ଓ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.