ETV Bharat / bharat

Fresh Covid Guidelines: ଲଗାତାର 3ଦିନ ଲକ୍ଷଣ ନଥିଲେ ଆଇସୋଲେସନରୁ ବାହାରି ପାରିବେ

author img

By

Published : Jan 14, 2022, 9:19 PM IST

କୋଭିଡ ନିୟମରେ ସଂଶୋଧନ: ୭ ଦିନ ପରେ ବିନା ପରୀକ୍ଷାରେ କୋରୋନା ମୁକ୍ତ
କୋଭିଡ ନିୟମରେ ସଂଶୋଧନ: ୭ ଦିନ ପରେ ବିନା ପରୀକ୍ଷାରେ କୋରୋନା ମୁକ୍ତ

ହୋମ ଆଇସୋଲେସନ ନିୟମରେ ସଂଶୋଧନ । ୭ ଦିନ ପରେ କୋରୋନା ମୁକ୍ତ । ହୋମ ଆଇସୋଲେସନରେ ରହିବାକୁ ପଡିବନି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହୋମ ଆଇସୋଲେସନ ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର । ଏଣିକି ୭ ଦିନ ପରେ ହୋମ ଆଇସୋଲେସନରେ ରହିବେନି କୋରୋନା ସଂକ୍ରମିତ । ୭ ଦିନ ପରେ ଜଣଙ୍କୁ ବିନା ପରୀକ୍ଷାରେ କୋରୋନା ମୁକ୍ତ କୁହାଯିବ ।

ତେବେ ପୂର୍ବରୁ କୋରୋନା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ଦିନ ହୋମ୍ ଆଇସୋଲେସନରେ ରହିବା ଏବଂ ପରେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ରହିଥିଲା । ସେହିପରି ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କର ଟେଷ୍ଟିଂ ବାଧ୍ୟତାମୂଳକ ଥିଲା । ହେଲେ ଏବେ ଲକ୍ଷଣହୀନ କଣ୍ଟାକ୍ଟମାନଙ୍କର ଟେଷ୍ଟିଂ ଜରୁରୀ ନୁହେଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଯଦି ଜଣେ ବ୍ୟକ୍ତିଙ୍କ ଠାରେ ଲଗାତର ଭାବେ ୩ ଦିନ ଜ୍ୱର କିମ୍ବା ଅନ୍ୟ କୋରୋନା ଲକ୍ଷଣ ଦେଖନଦିଏ ତେବେ ତାଙ୍କୁ ଆଇସୋଲେସନରୁ ମୁକ୍ତ କରାଯାଇ ପାରିବ । ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ।

ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ନିୟମ ରଖାଯାଇଛି । ଏମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.