ETV Bharat / bharat

Budget 2022-23: ୭୫ ଜିଲ୍ଲାରେ ଖୋଲିବ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌

author img

By

Published : Feb 1, 2022, 2:15 PM IST

ଚଳିତ କେନ୍ଦ୍ର ବଜେଟରେ ଡିଜିଟାଲ କାରବାର ମୂଲ୍ୟ ହ୍ରାସକୁ ଗୁରୁତ୍ବ ଦିଆଯାଇଛି । ଏଥିଲାଗି ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାକିଙ୍ଗ ୟୁନିଟ୍‌ ଖୋଲାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Union Budget 2022-23: ଖୋଲିବ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌, ଡିଜିଟାଲ କାରବାର ମୂଲ୍ୟ ହ୍ରାସକୁ ଗୁରୁତ୍ବ
Union Budget 2022-23: ଖୋଲିବ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌, ଡିଜିଟାଲ କାରବାର ମୂଲ୍ୟ ହ୍ରାସକୁ ଗୁରୁତ୍ବ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଭାଷଣରେ ନିର୍ମଳା କହିଛନ୍ତି ଯେ 75 ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଖୋଲାଯିବ । ତେବେ ଡିଜିଟାଲ କାରବାରର ମୂଲ୍ୟ ହ୍ରାସ ଉପରେ ଗୁରୁତ୍ବ ଦିଆଯିବ। ଏହା ସହିତ ଡିଜିଟାଲ ବ୍ୟାଙ୍କିଙ୍ଗକୁ ସରକାରଙ୍କ ସମର୍ଥନ ଜାରି ରହିବ ବୋଲି ସେ କହିଛନ୍ତି ।

ଦେଶର ୭୫ଟି ଜିଲ୍ଲାରେ ଏହି ୭୫ଟି ଡିଜିଟାଲ ବ୍ୟାକିଙ୍ଗ ୟୁନିଟ ଖୋଲାଯିବ । ପ୍ରତ୍ୟେକଟି ନାଗରିକଙ୍କ ନିକଟରେ ଏହି ସେବାକୁ ପହଞ୍ଚାଇବା ପାଇଁ ଡିଜିଟାଲ ବ୍ୟାକିଙ୍ଗ ୟୁନିଟ ଖୋଲାଯିବ ବୋଲି ସେ କହିଛନ୍ତି । ଦେଶ ସ୍ବାଧୀନତାର ୭୫ତମ ଦିବସ ପାଳନ କରୁଥିବା ବେଳେ ଏହାକୁ ମାର୍କ କରାଯାଇ ଏହି ୭୫ଟି ୟୁନିଟ ଖୋଲାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା । ଡିଜିଟାଲ ବ୍ୟାଙ୍କିଙ୍ଗ ଏହାର ଉପଯୋଗକର୍ତ୍ତାଙ୍କୁ ଦେଶର ଅନୁକୂଳ କୋଣ ଅନୁକୋଣରେ ଗ୍ରହଣ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଦେୟ ବିଳମ୍ବକୁ ହ୍ରାସ କରିବା ପାଇଁ ସେ ଏକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏକ ଅନଲାଇନ୍ ବିଲ୍ ବ୍ୟବସ୍ଥା ଆରମ୍ଭ ହେବ ଯାହା ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ବାରା ବ୍ୟବହୃତ ହେବ ବୋଲି ସେ କହିଛନ୍ତି । ସମ୍ପ୍ରତି ଦେଶରେ ଅନଲାଇନ ପେମେଣ୍ଟ ଅଧିକ ହେଉଥିବାରୁ ଏହାକୁ ଦେଶର ପ୍ରତିଟି କୋଣରେ ପହଞ୍ଚାଇବା ପାଇଁ ଡିଜିଟାଲ ବ୍ୟାକିଙ୍ଗ ମାଧ୍ୟମରେ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ନିର୍ମଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.