ETV Bharat / bharat

G20 ସଭାପତିତ୍ବ ପାଇଁ ଭାରତ ପ୍ରସ୍ତୁତ, ସ୍ଥାପନ ହେବ ସଚିବାଳୟ

author img

By

Published : Feb 16, 2022, 6:58 PM IST

ଭାରତ ଆସନ୍ତା 1 ଡିସେମ୍ବର ରୁ 30 ନଭେମ୍ବର 2023 ପର୍ଯ୍ୟନ୍ତ G20ର ସଭାପତି ଦାୟିତ୍ବ ତୁଲାଇବ । 2023 ରେ ଭାରତରେ G୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । G ୨୦ ହେଉଛି ଆର୍ନ୍ତଜାତିକ ଅର୍ଥନୈତିକ ସହଯୋଗର ଏକ ଅଗ୍ରଣୀ ମଞ୍ଚ । ଅଧିକ ପଢନ୍ତୁ

G20
G20

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ପ୍ରସ୍ତାବକୁ ଅନୁମୋଦନ ମିଳିଛି । G-20 ସଚିବାଳୟ ଓ ଏହାର ସ୍ଥାପନାକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ । ଯାହା ଭାରତର ଆଗାମୀ G -20 ସଭାପତିତ୍ବ ପରିଚାଳନା ପାଇଁ ଆବଶ୍ୟକ ନୀତିଗତ ନିଷ୍ପତ୍ତି ଏବଂ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନେବ ।

ଭାରତ ଆସନ୍ତା 1 ଡିସେମ୍ବରରୁ 30 ନଭେମ୍ବର 2023 ପର୍ଯ୍ୟନ୍ତ G20ର ସଭାପତି ଦାୟିତ୍ବ ତୁଲାଇବ । 2023 ରେ ଭାରତରେ G୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । G ୨୦ ହେଉଛି ଆର୍ନ୍ତଜାତିକ ଅର୍ଥନୈତିକ ସହଯୋଗର ଏକ ଅଗ୍ରଣୀ ମଞ୍ଚ । ଯାହା ବିଶ୍ବ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ନୀତିଗତ ନିଷ୍ପତ୍ତି ଅନୁସାରେ G20 ର ସଚିବାଳୟ ପ୍ରତିଷ୍ଠା ନୂଆଦିଲ୍ଲୀରେ କରାଯିବ । ଆଗାମୀ G20 ଶିଖର ସମ୍ମିଳନୀ ଭାରତର ସଭାପତିତ୍ବରେ ହେବାକୁ ଥିବାବେଳେ ଏଥିରେ ଜ୍ଞାନ, ବିଷୟବସ୍ତୁ, ଜ୍ଞାନକୌଶଳ, ଗଣମାଧ୍ୟମ, ସୁରକ୍ଷା ଏବଂ ପରିବହନ ଭଳି ଦିଗ ସମ୍ବନ୍ଧୀୟ କାର୍ଯ୍ୟକୁ ପରିଚାଳନା କରିବ । G20 ଶିଖର ସମ୍ମିଳନୀକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସହଯୋଗୀ ମନ୍ତ୍ରଣାଳୟ ଓ ବିଭିନ୍ନ ମନ୍ତ୍ରଣାଳୟର ବିଶେଷଜ୍ଞ ଏବଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ କରାଯିବ । ସ୍ଥାପନ ହେବାକୁ ଥିବା G20 ସଚିବାଳୟ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ।

ଏହି ସଚିବାଳୟ ସମେତ ଭାରତର ସଭାପତିତ୍ବରେ ହେବାକୁ ଥିବା G20 ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏକ ଆପେକ୍ସ କମିଟି ଗଠନ ହେବ । ଯେଉଁଥିରେ ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଜି -୨୦ ସେର୍ପା (ବାଣିଜ୍ୟ,ଶିଳ୍ପ, ବୟନଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ) ସଭ୍ୟ ରହିବେ ।

ଏହାବାଦ G20 ବୈଠକର ସମସ୍ତ ପ୍ରସ୍ତୁତିର ତଦାରଖ କରିବା ଓ ଆପେକ୍ସ କମିଟିକୁ ରିପୋର୍ଟ କରିବା ପାଇଁ ଏକ ସମନ୍ବୟ କମିଟି ମଧ୍ୟ ଗଠନ କରାଯିବ । ବହୁପକ୍ଷୀୟ ମଞ୍ଚରେ ଆର୍ନ୍ତଜାତୀୟ ପ୍ରସଙ୍ଗରେ ଭାରତର ନେତୃତ୍ବ ପାଇଁ G20 ସଚିବାଳୟ ଜ୍ଞାନ ଏବଂ ପାରଦର୍ଶୀତା ସହିତ ଦୀର୍ଘକାଳୀନ ଦକ୍ଷତା ବିକାଶକୁ ସକ୍ଷମ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.