ETV Bharat / bharat

Russia Ukraine war: ଜାତିସଂଘ ଭୋଟିଂରୁ ପୁଣି ଦୂରରେ ରହିଲା ଭାରତ

author img

By

Published : Mar 25, 2022, 9:18 AM IST

UNSC ଭୋଟିଙ୍ଗରୁ ପୁଣି ଦୂରରେ ରହିଲା ଭାରତ
UNSC ଭୋଟିଙ୍ଗରୁ ପୁଣି ଦୂରରେ ରହିଲା ଭାରତ

ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘରେ ହୋଇଥିବା ଆଉ ଦୁଇଟି ସଦ୍ୟ ଭୋଟିଂରୁ ପୁଣି ଓହରିଛି ଭାରତ । ୟୁକ୍ରେନ ପ୍ରସଙ୍ଗରେ UNSCରେ ଋଷିଆ ପ୍ରସ୍ତାବ କାଟ୍ ଖାଇଛି । ଅଧିକ ପଢନ୍ତୁ

ଜାତିସଂଘ: ଋଷ ୟୁକ୍ରେନ ଯୁଦ୍ଧକୁ ମାସେ ପୂରଣ ହୋଇଛି । ସ୍ଥିତି ସୁଧୁରିବାର ନାଁ ନେଉନାହିଁ । ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘରେ ହୋଇଥିବା ଆଉ ଦୁଇଟି ସଦ୍ୟ ଭୋଟିଂରୁ ପୁଣି ଓହରିଛି ଭାରତ । ୟୁକ୍ରେନ ପ୍ରସଙ୍ଗରେ UNSCରେ ଋଷ ପ୍ରସ୍ତାବ କାଟ୍ ଖାଇଛି । ଋଷ ଆଣିଥିବା ପ୍ରସ୍ତାବ ନେଇ ଭୋଟ୍‌ ଦାନରୁ ବିରତ ରହିଛି ଭାରତ । ଭାରତ ସମେତ ୧୩ଟି ରାଷ୍ଟ୍ର ଭୋଟ ଦେଇନାହାନ୍ତି ।

ୟୁକ୍ରେନ ମାନବ ସଂଙ୍କଟକୁ ନେଇ ଗୁରୁବାର ଜାତିସଂଘ ସାଧାରଣ ପରିଷଦ ବୈଠକରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ନିନ୍ଦା ପ୍ରସ୍ତାବ ସପକ୍ଷରେ ୧୪୦ଟି ଦେଶ ଭୋଟ ଦେଇଥିବାବେଳେ ୫ଟି ଦେଶ ବିପକ୍ଷରେ ଭୋଟ ଦେଇଥିଲେ । ଏହାପରେ ପ୍ରସ୍ତାବଟି ଗୃହୀତ ହୋଇଥିଲା । ୟୁଏନଜିଏରେ ମୋଟ ୧୯୩ ରାଷ୍ଟ୍ର ସଦସ୍ୟ ରହିଛନ୍ତି।

ବୁଧବାର ୟୁକ୍ରେନର ମାନବ ସଂଙ୍କଟ ପ୍ରସଙ୍ଗରେ ଋଷ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ ଚିଠା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଭାରତ ସମେତ ୧୩ଟି ରାଷ୍ଟ୍ର ଭୋଟ୍‌ ଦେଇନାହାନ୍ତି । ସୁରକ୍ଷା ପରିଷଦରେ ଭାରତ,ଋଷ ଓ ଚୀନ ସମେତ ୧୫ଟି ରାଷ୍ଟ୍ର ଅଛନ୍ତି । ଏହି ପ୍ରସ୍ତାବରେ ଋଷ ଦର୍ଶାଇଥିଲା ଯେ ୟୁକ୍ରେନରେ ଯୁଦ୍ଧ ଚାଲିଥିବା ପରେ ବି ମାନବୀୟ କରିଡର ଉପରେ କୌଣସି ବିପଦ ନାହିଁ । ମହିଳା ଓ ଶିଶୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.