ETV Bharat / bharat

ଶପଥ ନେଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି

author img

By

Published : Feb 14, 2023, 7:35 AM IST

two new judges take oath as Supreme Court judges
two new judges take oath as Supreme Court judges

ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରବିନ୍ଦ କୁମାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟ ବିଚାରପତି ପଦବୀ । ଶପଥ ନେଲେ ଦୁଇ ନୂଆ ବିଚାରପତି । ଆହ୍ଲାବାଦ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରବିନ୍ଦ କୁମାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ସମସ୍ତ ୩୪ ବିଚାରପତି ପଦବୀ ପୂରଣ ହୋଇଛି । ଗତକାଲି(ସୋମବାର) ସୁପ୍ରିମକୋର୍ଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଗତ ଶୁକ୍ରବାର ରାଜେଶ ବିନ୍ଦଲ ଓ ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ସୂଚନା ଦେଇଥିଲେ । ରାଷ୍ଟ୍ରପତି ହାଇକୋର୍ଟର ଏହି ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମୋର ଶୁଭେଚ୍ଛା ବୋଲି ଟ୍ବିଟ କରି କହିଥିଲେ କିରଣ ରିଜଜୁ ।

ଏହା ପୂର୍ବରୁ ଗତ ଡିସେମ୍ବର ୧୩ ତାରିଖରେ ୫ ହାଇକୋର୍ଟର ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲିଜିୟମ ଦ୍ବାରା ସୁପାରିଶ କରାଯାଇଥିଲା । ଏହାପରେ ଫେବୃଆରୀ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ । ଏହାର ୨ଦିନ ପରେ ନୂଆ କୋର୍ଟ ବିଲ୍ଡିଂର ଅଡିଟୋରିୟମରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରା ଶପଥ ଗ୍ରହଣ କରିଥିଲେ । ଏହାକୁ ମିଶାଇ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିବା ପରେ ଶନିବାର ଦିନ ଆଉ ୨ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇ ପଦବୀ ପୂରଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Gold Rose Bouquet: ଭାଲେଣ୍ଟାଇନ ଡେ' ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାମୀ ଗିଫ୍ଟ ଦେଲେ ସୁରତ ଛାତ୍ର

ସେହିପରି ନିକଟରେ ଦେଶର ୪ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ରବିବାର ଦିନ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଥିଲା । ଗୌହାଟୀ, ତ୍ରିପୁରା, ଜମ୍ମୁ କାଶ୍ମୀର ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.