ETV Bharat / bharat

Balakot Encounter: ସେନାକୁ ସଫଳତା, ଟଳିଲେ 2 ଆତଙ୍କୀ

author img

By

Published : Jan 8, 2023, 9:17 AM IST

Updated : Jan 8, 2023, 9:32 AM IST

Two Militants Killed in Balakot Sector
Two Militants Killed in Balakot Sector

ପୁଞ୍ଛ ଜିଲ୍ଲାରେ ବାଲାକୋଟ ସେକ୍ଟରରେ ଗୁଳି ବିନିମୟ ପରେ ୨ ଆତଙ୍କୀ ନିହତ । ଅଧିକ ପଢନ୍ତୁ

ଶ୍ରୀନଗର: ବାଲାକୋଟ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ସେନା ଗୁଳିରେ ନିପାତ ହେଲେ ୨ ଆତଙ୍କୀ(Two Militants Killed in Balakot Sector) । ଗତକାଲି(ଶନିବାର) ବିଳମ୍ବିତ ରାତିରେ ପୁଞ୍ଛ ଜିଲ୍ଲାରେ ବାଲାକୋଟ ସେକ୍ଟରରେ ଗୁଳିବିନିମୟ ପରେ ୨ ଆତଙ୍କୀ ନିହତ ହୋଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ''ଗତକାଲି ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖା (LOC)ରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହାପରେ ସନ୍ଧ୍ୟା ସମୟରେ ସୁରକ୍ଷାକର୍ମୀ LOC ନିକଟରେ ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା । ଏହାପରେ ଆତଙ୍କୀଙ୍କ ଉପରକୁ ଗୁଳି ଚଳାଇଥିଲେ ଭାରତୀୟ ସେନା । ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହି ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।''

ଏହା ମଧ୍ୟ ପଢନ୍ତୁ-ବିଜେପି ବରିଷ୍ଠ ନେତା କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତ

ନିକଟରେ ଜମ୍ମୁ କାଶ୍ମୀରର ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ଗୁଳିକାଣ୍ଡ ଘଟାଇବା ସହ ଆଇଡି ବିସ୍ଫୋରଣ କରିଥିଲେ । ଫଳରେ ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇଡି ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ତେବେ ଦାଙ୍ଗୀରରେ ଘଟିଥିବା ଗୁଳିକାଣ୍ଡ ଓ ଆଇଡି ବିସ୍ଫୋରଣରେ ଅନେକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରକୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ପ୍ରିନ୍ସ ଶର୍ମା । ଦାଙ୍ଗ୍ରି ଠାରେ ହୋଇଥିବା ଗୁଳିକାଣ୍ଡରେ ସେ ପ୍ରଥମେ ଆହତ ହୋଇଥିଲା । ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Last Updated :Jan 8, 2023, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.