ETV Bharat / bharat

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ଭେଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

author img

By

Published : Apr 18, 2022, 7:39 AM IST

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି ଭେଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି ଭେଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି(ସୋମବାର) ଭେଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ(Tripura Chief Minister Biplab Kumar Deb ) । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ଅଗରତଲା: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି(ସୋମବାର) ଭେଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ(Tripura Chief Minister Biplab Kumar Deb ) । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତ୍ରିପୁରାରେ ବାଂଲାଦେଶ ସରକାର ଶିଳ୍ପ ସଂସ୍ଥା ଖୋଲିବା ନେଇ ମଧ୍ୟ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ଏ ଅବସରରେ ବିଶେଷ କରି ଜଲ ଜୀବନ ମିଶନ Jal Jeevan Mission (JJM) ଯୋଜନା ଅଧିନରେ ରାଜ୍ୟରେ 50.32 ପ୍ରତିଶତ ପରିବାରକୁ ପାଇପ ଯୋଗେ ଜଳ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ଶୁସାନ୍ତ ଚୌଧୁରୀ (Drinking Water and Sanitation (DWS) । ତ୍ରିପୁରାରେ ଜାତୀୟ ହାରକୁ ଅତିକ୍ରମ କରିଛି ।

ଜଲ ଜୀବନ ମିଶନରେ ରାଜ୍ୟର କାର୍ଯ୍ୟକାରିତାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ (Ministry of Jal Shakti) ତ୍ରିପୁରା ସରକାରଙ୍କୁ 100 କୋଟି ପୁରସ୍କାର ପ୍ରଦାନ କରିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଆହୁରୀ ମଜବୁତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ତ୍ରିପୁରା ସରକାର । ତ୍ରିପୁରାରେ ଶିଳ୍ପ ସଂସ୍ଥା ସ୍ଥାପନ କରିବା ପାଇଁ ମଧ୍ୟ ବାଂଲାଦେଶକୁ କହିଛନ୍ତି । ଯାହା ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବ ।

ତ୍ରିପୁରାର ଉପ ମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ଭର୍ମା(Deputy Chief Minister Jishnu Dev Varma) ଏନେଇ ମଧ୍ୟ ମତ ରଖିଛନ୍ତି । ଯଦି ଭାରତ ସରକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ ବାଂଲାଦେଶ ଗ୍ରହଣ କରିବ । ରାଜ୍ୟରେ ଶିଳ୍ପସଂସ୍ଥା ଖୋଲିବ । ତେବେ ଉଭୟ ଦେଶ ସମାନ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି । ସେପଟେ ତ୍ରିପୁରାକୁ ଦୁଇ ଦିନିଆ ଗସ୍ତରେ ଆସିବେ ଜେପି ନଡ୍ଡା । ଏକ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ଏବଂ ଦଳର ସାଂଗଠନିକ ଅଗ୍ରଗତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.