ETV Bharat / bharat

Sanjay Singh arrest: କେଜ୍ରିଓ୍ବାଲ କହିଲେ ମୋଦିଜୀଙ୍କ ଭୟ, ନିର୍ବାଚନ ପୂର୍ବରୁ ଗିରଫ ହେବେ ଅନେକ ବିରୋଧୀ ନେତା

author img

By ETV Bharat Odisha Team

Published : Oct 4, 2023, 8:52 PM IST

ସଂଞ୍ଜୟ ସିଂଙ୍କ ଗିରଫଦାରୀକୁ ବେଆଇନ କହି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କେଜ୍ରିଓ୍ବାଲ । କହିଲେ ନିର୍ବାଚନ ପୂର୍ବରୁ ଗିରଫ ହେବେ ଅନେକ ବିରୋଧୀ ନେତା । ଅଧିକ ପଢନ୍ତୁ

Sanjay Singh arrest: କେଜ୍ରିଓ୍ବାଲ କହିଲେ ମୋଦିଜୀଙ୍କ ଭୟ, ନିର୍ବାଚନ ପୂର୍ବରୁ ଗିରଫ ହେବେ ଅନେକ ନେତା
Sanjay Singh arrest: କେଜ୍ରିଓ୍ବାଲ କହିଲେ ମୋଦିଜୀଙ୍କ ଭୟ, ନିର୍ବାଚନ ପୂର୍ବରୁ ଗିରଫ ହେବେ ଅନେକ ନେତା

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ପୁଣି ବଢିଛି ଆମ ଆଦମୀ ପାର୍ଟିର ଅଡୁଆ । କିଛି ମାସର ବ୍ୟବଧାନ ପରେ ଆଜି ଦଳର ଆଗଧାଡିର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏବେ ସୁଦ୍ଧା ଆମ ଆଦମୀ ପାର୍ଟିର ୩ ବରିଷ୍ଠ ନେତା ଜେଲରେ ବନ୍ଦ ହେବାକୁ ଯାଉଛନ୍ତି । ଆଜି ସଞ୍ଜୟଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

  • संजय सिंह की गिरफ़्तारी बिलकुल ग़ैर क़ानूनी है। ये मोदी जी की बौखलाहट दर्शाता है। चुनाव तक ये कई और विपक्षी नेताओं को गिरफ़्तार करेंगे।

    — Arvind Kejriwal (@ArvindKejriwal) October 4, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ବିଳମ୍ବିତ ଅପରାହ୍ନରେ ସଂଞ୍ଜୟଙ୍କ ଗିରଫଦାରୀ ପରେ ଏକ୍ସରେ କେଜ୍ରିଓ୍ବାଲଙ୍କ ପ୍ରତିକ୍ରିୟା ଆସିଛି । କେଜ୍ରିଓ୍ବାଲ କହିଛନ୍ତି,‘‘ ସଞ୍ଜୟ ସିଂଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ । ଏହା ମୋଦିଜୀଙ୍କର ଭୟକୁ ଦର୍ଶାଉଛି । ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଆହୁରି ଅନେକ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଗିରଫ କରିବେ ।’’ ଏହା ସହ ସେ ସଂଧ୍ୟାରେ ସଞ୍ଜୟଙ୍କ ପରିବାରକୁ ନୈତିକ ସାହସ ଦେବା ପାଇଁ ତାଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି ।

  • #WATCH | Delhi CM & AAP national convenor Arvind Kejriwal arrives at the residence of AAP MP Sanjay Singh

    Sanjay Singh has been arrested by ED in connection with the Delhi liquor scam case. pic.twitter.com/cNSJD8KZVG

    — ANI (@ANI) October 4, 2023 " class="align-text-top noRightClick twitterSection" data=" ">

ତେବେ ପୂର୍ବରୁ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇସାରିଛନ୍ତି । ଏକାଧିକ ଥର ତାଙ୍କ ବେଲ ଆବେଦନ ଖାରଜ ହେବା ପରେ ସେ ଏବେ ତିହାର ଜେଲରେ ରହିଛନ୍ତି । ଏହା ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଏପର୍ଯ୍ୟନ୍ତ ବେଲ ପାଇବାରେ ସକ୍ଷମ ହୋଇନାହାନ୍ତି । ସେହିପରି କିଛି ମାସର ବ୍ୟବଧାନ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ ମଧ୍ୟ ଆଜି ଗିରଫ ହୋଇଛନ୍ତି । ଏହି ମାମଲାରେ ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଧ୍ୟ ଜେରାର ସାମ୍ନା କରିସାରିଛନ୍ତି । ଦଳର ଯୁବ ନେତା ତଥା ସାଂସଦ ରାଘବ ଚଢାଙ୍କ ନାମ ମଧ୍ୟ ତଦନ୍ତକାରୀ ସଂସ୍ଥାର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରହିଛି ।

ଏହା ମଧ୍ୟ ପଢନ୍ତୁ:-Delhi Liquor Policy Case: AAP ସାଂସଦ ସଂଞ୍ଜୟ ସିଂଙ୍କୁ ଗିରଫ କଲା ED

ତେବେ ଦଳ ଏହି ଘୋଟାଲା ଅଭିଯୋଗକୁ ମିଥ୍ୟା ଓ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଅସହିଷ୍ଣୁତା ବୋଲି ପ୍ରଥମ ଦିନରୁ କହିଆସିଛି । କେବଳ ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ରରେ ଶାସନରେ ଥିବା ମୋଦି ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥାକୁ ଅପବ୍ୟବହାର କରି ବିରୋଧୀଙ୍କ କଣ୍ଠରୋଧ କରିବାକୁ ପ୍ରୟାସ କରୁଛି ବୋଲି ଆପ କହିଆସିଛି । ହେଲେ ଜଣଙ୍କ ପରେ ଜଣେ ଦଳୀୟ ନେତା ଜେଲର ଚାରିକାନ୍ଥ ମଧ୍ୟକୁ ଯିବା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.