ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 8, 2022, 7:04 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ବାଲିପାଟଣା ହତ୍ୟା ଘଟଣା: ଭଉଣୀକୁ ଏକତରଫା ପ୍ରେମ କରୁଥିଲା ମୁଖ୍ୟ ଅଭିଯୁକ୍ତ !

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା ଘଟଣା । ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ରାଜା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ । ଭଉଣୀକୁ ଏକ ତରଫା କରୁଥିଲା ମୁଖ୍ୟ ଅଭିଯୁକ୍ତ !

୨.ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ୨ ଘଣ୍ଟା ବଢିଲା

ବାହୁଡା ପୂର୍ବରୁ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ ପାଇଁ ପ୍ରବଳ ଭିଡ । ଦର୍ଶନ ଅବଧି ୨ଘଣ୍ଟା ବଢାଇଲା ପ୍ରଶାସନ ।

୩.ଭିଜିଲାନ୍ସ ପଞ୍ଝାରେ ତହସିଲଦାର ଓ ଅମିନ

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରରୁଆଁ ତହସିଲଦାର ଓ ଅମିନ ଧରାପଡିଲେ ଭିଜିଲାନ୍ସ ହାତରେ ।

୪.ନବରଙ୍ଗପୁରରେ ପିସିସି ସଭାପତି, କଂଗ୍ରେସ କ୍ଷମତାକୁ ଆସିଲେ ବିକାଶ ହେବ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନବରଙ୍ଗପୁର ଗସ୍ତ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ । କଂଗ୍ରେସ କ୍ଷମତାକୁ ଆସିଲେ ଅଞ୍ଚଳର ବିକାଶ ହେବ ବୋଲି କହିଲେ ଶରତ ।

୫.ରତ୍ନବେଦୀକୁ ଫେରିବେ ମହାବାହୁ: ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ । ଶୀଘ୍ର ରଥ ଟଣା ହେବା ନେଇ ନିଷ୍ପତ୍ତି । ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଜଗ ମୋହନର ଆବଶ୍ୟକ ଅନୁଯାୟୀ ମରାମତି ଶେଷ ।

୬.Kali Row: ମହୁଆଙ୍କ ଜବାବ, ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ BJP

ବଙ୍ଗାଳିଙ୍କୁ କାଳୀ ପୂଜା ନ ଶିଖାଉ ବିଜେପି । କାଳୀ ପୋଷ୍ଟର ବିବାଦକୁ ନେଇ ବିଜେପିକୁ ଏପରି ଜବାବ ଦେଲେ ଟିଏମସି ସାଂସଦ ମହୁଆ ମଇତ୍ର ।

୭.ଖଣ୍ଡା ନେଇ ସ୍କୁଲରେ ପହଞ୍ଚିଲେ ଛାତ୍ରଙ୍କ ବାପା, ଜାଣନ୍ତୁ କାହିଁକି

ସ୍କୁଲରେ ମିଳୁଥିବା ୟନିଫର୍ମ ଏବଂ ବହି ବାବଦକୁ ଅର୍ଥରାଶିକୁ ନେଇ ଅସନ୍ତୁଷ୍ଟ ଥିବା ଏହି ବ୍ୟକ୍ତି ଜଣକ ଖଣ୍ଡା ନେଇ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିଛନ୍ତି ।

୮.Shinzo Abe Death: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ, ମୋଦି କହିଲେ ଜଣେ ବନ୍ଧୁଙ୍କୁ ହରାଇଲି

ଗୁଳିମାଡରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି । ଏନେଇ ଗଭୀର ଦୁଃଖପ୍ରକାଶ କରିବା ସହ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୯.Chiyaan Vikram suffered a heart attack ! ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ବିକ୍ରମ

ବିଗିଡିଲା ତାମିଲ ସୁପରଷ୍ଟାର ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା । ହୃଦ୍‌ଘାତ କାରଣରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

୧୦.ସଫଳତା କି ବିଫଳତା ପାଇଁ ପ୍ରଭାବିତ ନୁହେଁ: ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସଫଳତା ଏବଂ ବିଫଳତା ଏବେ ପ୍ରଭାବ ପକାଇବା ବନ୍ଦ କରିଦେଇଛି । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ସନ୍ତୁଳିତ ନିରପେକ୍ଷ ଜୀବନ ଯାପନକୁ ଗ୍ରହଣ କରି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.