ETV Bharat / bharat

ଦିଲ୍ଲୀରେ ରେମଡେସିଭିଅରର କଳାବଜାରୀ, ତିନି ଗିରଫ

author img

By

Published : Apr 25, 2021, 6:00 PM IST

ଦିଲ୍ଲୀରେ ରେମଡେସିଭର କଳାବଜାର, ତିନି ଗିରଫ
ଦିଲ୍ଲୀରେ ରେମଡେସିଭର କଳାବଜାର, ତିନି ଗିରଫ

କୋରୋନା ଚିକିତ୍ସାରେ ସହାୟକ ହେଉଥିବା ରେମିଡେସିଭିଅର ଇଞ୍ଜେକ୍ସନର କଳାବଜାରୀ ଘଟଣାରେ 3 ଗିରଫ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ବଢିବା ସହ ଏହାସହ ଜଡିତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ମଧ୍ୟ କଳାବଜାରୀ ବୃଦ୍ଧି ପାଉଛି । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ୟୁନିଟ ପୂର୍ବ ଦିଲ୍ଲୀସ୍ଥିତ ବିକାଶ ମାର୍ଗରୁ ତିନି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କୋରୋନା ଚିକିତ୍ସାରେ ସହାୟକ ହେଉଥିବା ରେମିଡିସଭର ଇଞ୍ଜେକ୍ସନର କଳାବଜାର କରୁଥିଲେ । ସେମାନଙ୍କ ନିକଟରୁ 3 ରେମିଡେସିଭିଅର, 48ଟି ଛୋଟ ଅକ୍ସିଜେନ ସିଲିଣ୍ଡର, 100 ଅକ୍ସିମିଟର ଏବଂ ଏକ ଲକ୍ଷ 20 ହଜାର ନଗଦ ଟଙ୍କା ସମେତ ଗୋଟିଏ ଗାଡି ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ଆଲୋକ ତ୍ୟାଗି, ଅଭିଶେଖ ଏବଂ ସୋମେଲ ଗୁପ୍ତା ବୋଲି ପରିଚୟ ମିଳିଛି । ବଜାରରେ ରେମିଡେସିଭିଅରର ଅହେତୁକ ଚାହିଦା ବୃଦ୍ଧି ନେଇ ଏମାନେ ଏହାକୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଗୋଟିଏ ରେମିଡେସିଭିଅର ଇଞ୍ଜେକ୍ସିନ ପିଛା 40 ହଜାର ଟଙ୍କା ଦର ଧାର୍ଯ୍ୟ କରିଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଡିସିପି ମୋନିକା ଭରଦ୍ବାଜଙ୍କ କହିଛନ୍ତି କି କୋରୋନା ଚିକିତ୍ସାରେ ଜଡିତ ସାମଗ୍ରୀଗୁଡିକର କଳାବଜାର ଉପରେ ତୀକ୍ଷ୍ମ ନଜର ରହିଛି । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.