ETV Bharat / bharat

ସୋଫିଆନରେ 3 ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ଼

author img

By

Published : Jul 13, 2023, 10:03 PM IST

Updated : Jul 13, 2023, 10:37 PM IST

3 ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ଼
3 ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ଼

ସୋଫିଆନରେ 3 ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ ହୋଇଛି। ଆତଙ୍କୀଙ୍କ ଗୁଳିମାଡ଼ରେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

  • #Terrorists fired upon three outside #labourers in #Shopian. Injured persons are Anmol Kumar, Pintu Kumar Thakur and Heralal Yadav, all residents of Distt Supaul, Bihar, being shifted to hospital. Cordon being launched.@JmuKmrPolice

    — Kashmir Zone Police (@KashmirPolice) July 13, 2023 " class="align-text-top noRightClick twitterSection" data=" ">

ଜମ୍ମୁ କାଶ୍ମୀର: ଦକ୍ଷିଣ କାଶ୍ମୀରରେ 3 ପ୍ରବାସୀ ଶ୍ରମିକ (ଅଣ କାଶ୍ମୀର)ଙ୍କୁ ଗୁଳିମାଡ଼ ହୋଇଛି । ଜମ୍ମୁ କାଶ୍ମୀର ସୋଫିଆନ ଜିଲ୍ଲାର ଗାଗରାନ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଆତଙ୍କୀଙ୍କ ଗୁଳିମାଡ଼ରେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଡାକ୍ତର।

ପୂର୍ବରୁ ଜମ୍ମୁ-କାଶ୍ମୀରରେ ପ୍ରବାସୀଙ୍କୁ ହତ୍ୟା କରାଯାଇଥିବାର ନଜିର ରହିଛି। 2021 ଅକ୍ଟୋବରରେ ମଧ୍ୟ ଘାଟି ଉପତ୍ୟକାରେ ପ୍ରବାସୀଙ୍କ ହତ୍ୟା କରାଯାଇଥିବାବେଳେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଆତଙ୍କୀଙ୍କ ହମଲାରେ ବିହାରର ଦୁଇ ପ୍ରବାସୀଙ୍କ ଜୀବନ ଯିବା ପରେ ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀରରେ ଭୟର ବାତାବାରଣ ଖେଳିଯାଇଥିଲା। ଅନ୍ୟ ରାଜ୍ୟର ଲୋକେ ନିଜ ରାଜ୍ୟକୁ ପଳାୟନ କରିଥିଲେ।

2021 ଅକ୍ଟୋବରରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ କାଶ୍ମୀରରେ ୧୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଆଉ ଏହାର ଜବାବରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ଅପରେସନ ମଧ୍ୟ କରିଥିଲା। ଲଗାତାର ୧୩ ଦିନ ସେନା ପକ୍ଷରୁ ଅପରେସନ ହୋଇଥିବାବେଳେ ଏଥିରେ ୯ ଜଣ ଯବାନ ଦେଶ ପାଇଁ ସହିଦ ହୋଇଥିଲେ। ଘଟଣାକୁ ବର୍ଷେ ନପୁରୁଣୁ ପୁଣି ଥରେ ତାଣ୍ଡବ ରଚିଛନ୍ତି ଆତଙ୍କବାଦୀ।

ସେହିପରି ପୂର୍ବରୁ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅଗଷ୍ଟ 2022ରେ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଜାମ୍ମୁ କାଶ୍ମୀରର ବାନ୍ଦିପୁରରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଥିଲା । ବାନ୍ଦିପୁରର ସୋଡନାରା ସୁମ୍ବଲରେ ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା। ଗୁଳିମାଡ଼ରେ ଆହତ ହୋଇଥିବା ମୋହଦ ଆମ୍ରେଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମଧ୍ୟରାତ୍ରିରେ ଆତଙ୍କବାଦୀମାନେ ବାଣ୍ଡିପୋରାର ସୋଡନାରା ସୁମ୍ବଲରେଶ୍ରମିକ ମୋହଦ ଆମ୍ରେଜ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଏହାସହ ଜାମ୍ମୁ କାଶ୍ମୀରର ରାଜୌରୀରେ ଥିବା ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ 4 ସୈନିକ ସହିଦ ହୋଇଥିଲା।

ତେବେ କିଛି ମାସର ବ୍ୟବଧାନ ପରେ ପୁଣି ଆତଙ୍କ ରଚିଛନ୍ତି ଆତଙ୍କବାଦୀ। ଅଜଣା ବ୍ୟକ୍ତିଙ୍କ ଗୁଳିର ଶିକାର ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି 3 ଶ୍ରମିକ। ସମସ୍ତେ ବାହାର ରାଜ୍ୟର ହୋଇଥିବା ଜଣାପଡିଛି। ତେବେ ଗୁରୁତର ହୋଇଥିବା ଶ୍ରମିକମାନେ ହେଲେ ଅନମୋଲ କୁମାର, ପିଣ୍ଟୁ କୁମାର ଠାକୁର ଏବଂ ହେରାଲାଲ ଯାଦବ। ସମସ୍ତ 3 ଶ୍ରମିକ ବିହାର ରାଜ୍ୟର ହୋଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ...ଶହୀଦ ଦେବାଶିଷଙ୍କୁ ଝୁରୁଛି ଗାଁ, ପୁରୁଣା ଦିନକୁ ମନେପକାଇଲେ ଗ୍ରାମବାସୀ

Last Updated :Jul 13, 2023, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.