ETV Bharat / bharat

ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା

author img

By

Published : Oct 15, 2022, 1:48 PM IST

Updated : Oct 16, 2022, 9:56 AM IST

ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ
ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ

ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କିଲିଂ । ଆଉ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲି ହତ୍ୟା କଲେ ଆତଙ୍କୀ । ଆଜି ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ ଜିଲ୍ଲାର ଚୌଧୁରୀଗଣ୍ଡ ଗାଁରେ ଆତଙ୍କବାଦୀମାନେ ଜଣେ ସଂଖ୍ୟାଲଘୁ ପଣ୍ଡିତ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ବ୍ୟକ୍ତି ଜଣକ ନାମ ପୁରନ କ୍ରିଷ୍ଣ ଭଟ୍ଟ ବୋଲି ଜଣାପଡିଛି । ଆତଙ୍କବାଦୀମାନେ ତାଙ୍କୁ ନିଜ ଘର ନିକଟରେ ଆକ୍ରମଣ କରିଥିଲେ ।

ଏହି ଅଞ୍ଚଳରେ କାଶ୍ମୀର ପଣ୍ଡିତମାନଙ୍କ ଉପରେ ଆକ୍ରମଣର ଏହା ତୃତୀୟ ଘଟଣା । ଗତମାସରେ ଏଠାରେ ଆତଙ୍କୀଙ୍କ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଅଗଷ୍ଟ ୧୬ରେ ସୋପିଆନରେ ଆତଙ୍କବାଦୀମାନେ ସୁନାଲ କୁମାର ନାମକ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁଳିକାଣ୍ଡରେ ମୃତକଙ୍କ ଭାଇ ମଧ୍ୟ ଆହତ ହୋଇଥିଲେ । ତେବେ ଆଜିର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରିବା ପାଇଁ ପୋଲିସ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରିଛି ।

Last Updated :Oct 16, 2022, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.