ETV Bharat / bharat

World Economic Forum: ବିଶ୍ୱର ଶ୍ରେଷ୍ଠ 30 ଇନଫ୍ଲୁଏନ୍ସରଙ୍କ ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ KTR

author img

By

Published : Jan 17, 2023, 8:19 PM IST

ବିଶ୍ବର ଶ୍ରେଷ୍ଠ 30 ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେଟିଆର
ବିଶ୍ବର ଶ୍ରେଷ୍ଠ 30 ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେଟିଆର

ଓ୍ବାର୍ଲ୍ଡ ଇକୋନୋମିକ ଫୋରମରେ ବିଶ୍ବର ଶ୍ରେଷ୍ଠ 30 ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାଲିକାରେ କେଟିଆର । ଆପର ରାଭବ ଚଡ୍ଡାଙ୍କୁ ମଧ୍ୟ ମିଳିଛି ସ୍ଥାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନା ଶିଳ୍ପ ଓ ଆଇଟି ମନ୍ତ୍ରୀ କେଟିଆରଙ୍କ ନୂଆ ରେକର୍ଡ । ବିଶ୍ବସ୍ତରରେ ନୂତନ ସଫଳତା ଅର୍ଜନ କରିଛନ୍ତି କେଟିଆର । ଓ୍ବାର୍ଲ୍ଡ ଇକୋନୋମିକ ଫୋରମରେ ବିଶ୍ବର ଶ୍ରେଷ୍ଠ 30 ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମଧ୍ୟରେ କେ.ଟି.ଆରଙ୍କୁ ସ୍ଥାନ ମିଳିଛି । ତାଲିକାରେ ସେ 12ତମ ସ୍ଥାନ ଅଧିକାର କରିଛନ୍ତି । ଭାରତର ଦୁଇଜଣ ଯୁବ ରାଜନେତାଙ୍କୁ ଏହି ଶ୍ରେଷ୍ଠ 30 ଜଣଙ୍କ ମଧ୍ୟରେ ସ୍ଥାନ ମିଳିଛି । ଆମ ଆଦମୀ ପାର୍ଟିର ନେତା ରାଘବ ଚଡ୍ଡା ତାଲିକାର 23ତମ ସ୍ଥାନରେ ଥିବା ବେଳେ ତେଲେଙ୍ଗାନା ମନ୍ତ୍ରୀ କେ.ଟି.ଆରଙ୍କୁ 12ତମ ସ୍ଥାନରେ ରଖାଯାଇଛି ।

କେ.ଟି.ଆର ବର୍ତ୍ତମାନ ତେଲେଙ୍ଗାନାର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପ ମନ୍ତ୍ରୀ ଅଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ବେଶ ସକ୍ରିୟ । ତାଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗକୁ ମଧ୍ୟ ତାଲିକାରେ 22ତମ ସ୍ଥାନ ମିଳିଛି । ତାଙ୍କ କାର୍ଯ୍ୟ କରିବା ଶୈଳୀକୁ ମଧ୍ଯ ସୋସିଆଲ ମିଡିଆରେ ବେଶ ପ୍ରଶଂସା ମିଳିଥାଏ । ସମସ୍ୟାର ସମାଧାନ ଦିଗରେ ସାମାଜିକ ଗଣମାଧ୍ୟମକୁ ଲୋକଙ୍କ ସହ ପ୍ରତ୍ୟେକ୍ଷ ଯୋଗାଯୋଗର ଏକ ମାଧ୍ୟମ ଭାବେ କେଟିଆର ବେଶ ପ୍ରଭାବୀ ବ୍ୟବହାର କରନ୍ତି । ଏଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କର ଫ୍ୟାନ, ଫୋଲର୍ସଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ଜଣେ ଯୁବ ରାଜନୈତିକ ଭାବେ ମଧ୍ୟ ତାଙ୍କର ପ୍ରଶଂସକ ଓ ସମର୍ଥକଙ୍କ ସଂଖ୍ୟା ଅଧିକ ।

ସାମାଜିକ ଗଣମାଧ୍ୟମରେ ଉଭୟ ନିଜ ଅଫିସିଆଲ ଓ ବ୍ୟକ୍ତିଗତ ଆକାଉଣ୍ଟରେ ମନ୍ତ୍ରୀ କେଟିଆରଙ୍କ ପ୍ରଶଂସକଙ୍କ ସଂଖ୍ୟା ବେଶ ଅଧିକ ରହିଛି । ଏବେ ବିଶ୍ବର ଶୀର୍ଷ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସରଙ୍କ ତାଲିକାରେ କେଟିଆରଙ୍କୁ ସ୍ଥାନ ମିଳିବା ପରେ ଦଳୀୟ କର୍ମକର୍ତ୍ତା ଓ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଦଳୀୟ ନେତାଙ୍କ ବ୍ୟତୀତ ବହୁ ବଶିଷ୍ଠ ବ୍ୟକ୍ତିବିଶେଷ ମଧ୍ୟ କେଟିଆରଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ ହେଉଛନ୍ତି କେଟିଆର । କେସିଆରଙ୍କ କ୍ୟାବିନେଟରେ ସେ ଜଣେ ଯୁବ ତଥା ତରୁଣ ମନ୍ତ୍ରୀ ମଧ୍ୟ । ଏହା ସହ ତାଙ୍କୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ତାଙ୍କ ଭଉଣୀ କେ.କବିତା ମଧ୍ୟ ରାଜ୍ୟ ବିଧାନ ପରିଷଦର ଜଣେ ସଦସ୍ୟା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.