ETV Bharat / bharat

Double Murder in Hyderabad: ସ୍ତ୍ରୀକୁ କଟୁରୀରେ ହାଣିବା ପରେ ୪୦ ଦିନର ପୁଅକୁ ପାଣିରେ ଫିଙ୍ଗିଲା

author img

By

Published : Mar 16, 2023, 1:45 PM IST

Double Murder in Hyderabad
Double Murder in Hyderabad

ରଙ୍ଗାରେଡ୍ଡୀ ଜିଲ୍ଲାରେ ଡବଲ ମର୍ଡର । ସ୍ତ୍ରୀକୁ କଟୁରୀରେ ହାଣିବା ପରେ ୪୦ ଦିନର ପୁଅକୁ ନାଳରେ ଫିଙ୍ଗି ହତ୍ୟା କରିଲା ପିଶାଚ ସ୍ବାମୀ । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ବନସ୍ଥଳୀପୁରମ ଏବଂ ଅବଦୁଲ୍ଲାପୁରମେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାରିବାରିକ କଳହର କରୁଣ ପରିଣତି । ରଙ୍ଗାରେଡ୍ଡୀ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ଏବଂ ଛୁଆକୁ ନିର୍ମମ ଭାବେ ହତ୍ୟା କରିଲା ସଇତାନ ସ୍ବାମୀ । ରଙ୍ଗାରେଡ୍ଡୀ ଜିଲ୍ଲାର ଅବଦୁଲ୍ଲାପୁରମେଟ ମଣ୍ଡଳର ଅନାଜପୁରରେ ଏହି ଡବଲ ମର୍ଡର ହୋଇଛି । ପାରିବାରିକ କଳହ ହେତୁ ଯାହାକୁ ସିନ୍ଦୁର ଦେଇ ଜୀବନ ସାଥୀ କରିଥିଲା ତାର ରକ୍ତରେ ହୋଲି ଖେଳିଲା ସ୍ବାମୀ । ପରେ ୪୦ ଦିନର ଛୁଆକୁ ପାଣିରେ ଫିଙ୍ଗି ହତ୍ୟା କରିଥିବା ଜଣାପଡିଛି । ତେବେ ପିଶାଚ ପିତାର ଏଭଳି କାର୍ଯ୍ୟକଳାପକୁ ଆଖିରେ ଦେଖି ନିଜର ଜୀବନ ବଞ୍ଚାଇବା ପାଇଁ ଘରୁ ଦୌଡି ଆସିଯାଇଥିଲା ଅଢେଇ ବର୍ଷର ଝିଅ । ହତ୍ୟାକାରୀ ଜଣକ ଧନରାଜ ବୋଲି ଜଣାପଡିଛି ।

ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଧନରାଜ ୪ ବର୍ଷ ପୂର୍ବେ ଅନାଜପୁର ବାସିନ୍ଦା ୨୩ ବର୍ଷୀୟ କାନ୍ଦିକାନ୍ତି ଲାବଣ୍ୟାକୁ ବିବାହ କରିଥିଲେ । ତାଙ୍କର ଏକ ଅଢେଇ ବର୍ଷର ଝିଅ ଆଦ୍ୟା ଏବଂ ଦେଢ ମାସର ପୁଅ କ୍ରିୟାନ୍ସ ରହିଥିଲେ । କ୍ରିୟାନ୍ସ ଫେବୃଆରୀ ୩ ତାରିଖରେ ଜନ୍ମ ହୋଇଥିଲା । ୧୦ ବର୍ଷ ପୂର୍ବେ ଧନରାଜଙ୍କର ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ପିତା ବାଲାୟା ତାଙ୍କ ସହ ରହୁଥିଲେ ।

ଏମିତି ରହିଥିଲା ଘଟଣା: ପୁଅର ଏକୋଇସିଆ ପାଳନ ପାଇଁ ଧନରାଜ ନିଜ ସ୍ତ୍ରୀକୁ ଶାଶୁଘରକୁ ପଠାଇଥିଲେ । ତେବେ ବୁଧବାର ସକାଳେ ପୁଅର ଟିକାକରଣ ପାଇଁ ସେ ତାଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ । ଦିନ ୧୧ଟାରେ ଶାଶୁଘରକୁ ଯାଇ ଅପରାହ୍ନରେ ନିଜ ପତ୍ନୀକୁ ସାଙ୍ଗରେ ନେଇ ଅନାଜପୁର ଆସିଥିଲେ ଧନରାଜ । ତେବେ ସେହି ସମୟରେ ଉଭୟଙ୍କର ମଧ୍ୟରେ କଳହ ହୋଇଥିଲା । ତେବେ ଏହା ପରବର୍ତ୍ତୀ ମୁହୁର୍ତ୍ତରେ ଭୀଷଣ ରୂପ ମିଳିଥିଲା । ଆଉ ରାଗକୁ ଆୟତ୍ତ କରିପାରିଲା ନାହିଁ ଧନରାଜ । ବାପାର ଛାୟା ତଳେ ସମସ୍ତେ ସୁରକ୍ଷିତ ବୋଲି ଉବାଚ ରହିଥିବା ବେଳ ଏଠାରେ ନିଜେ ହିଁ ହତ୍ୟାକାରୀ ସାଜିଲା ।

ରାଗରେ ଜର୍ଜରିତ ହୋଇ ପିଶାଚ ପାଲଟିଲା । ପ୍ରଥମେ ସ୍ତ୍ରୀକୁ ବୋତଲରେ ବାଡେଇବା ପରେ କୁରାଢୀରେ ହାଣିଦେଲା ଏହା ପରେ ଖଟରେ ଶୋଇଥିବା ୪୦ ଦିନର ପୁଅକୁ ନେଇ ଡ୍ରେନରେ ଫିଙ୍ଗି ଦେଇଥିଲା । ବାପାର ଏହି ସମସ୍ତ କାରାନାମାକୁ ଦେଖିଥିଲା ଅଢେଇ ବର୍ଷର ଝିଅ । ଫଳରେ ଭୟଭୀତ ହୋଇ ଘରୁ ଦଉଡି ଆସିଯାଇଥିଲା । ତେବେ ତାକୁ ମଧ୍ୟ ହତ୍ୟା କରିବା ପାଇଁ ସଇତାନ ବାପା ଖୋଜି ଥିଲେ ମଧ୍ୟ ଆଦ୍ୟାକୁ ପାଇନଥିଲା । ତେବେ ଦେହରେ ରକ୍ତ ଛିଟା ଦେଖି ପଡୋଶୀ ପଚାରିଥିଲେ ମଧ୍ୟ ସେ କିଛି ନକହି ଘରୁ ବାହାରି ଯାଇଥିଲା ।

ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ: ଧନରାଜ ପଡୋଶୀଙ୍କ ପ୍ରଶ୍ନର କୌଣସି ଉତ୍ତର ନଦେଇ ଚାଲିଯିବା ପରେ ତାଙ୍କର ସନ୍ଦେହ ବଢିଥିଲା । ସେମାନେ ଘରକୁ ଯାଇ ଦେଖାଲା ବେଳକୁ ଲାବଣ୍ୟ ରକ୍ତ ଜୁଡୁବୁଡୁ ହୋଇ ପଡି ରହିଥିଲେ । ଏହାପରେ ସେମାନେ ଛୁଆକୁ ନାଳରୁ କାଢିଲା ବେଳେକୁ କ୍ରିୟାନ୍ସର ମଧ୍ୟ ମୃତ୍ୟୁ ହୋଇସାରିଥିଲା । ତେବେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା । ଅବଦୁଲ୍ଲାପୁରମେଟ ପୋଲିସ ମୃତଦେହକୁ ଜବତ କରି ଉସମାନିଆ ହସ୍ପିଟାଲକୁ ପଠାଇଥିଲା ।

ଯୌତୁକ ପାଇଁ ହତ୍ୟା: ଏହି ଘଟଣାକୁ ନେଇ ପୋଲିସ ଲାବଣ୍ୟାର ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ଯୌତୁକ ପାଇଁ ଲାବଣ୍ୟାକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ବନସ୍ଥଳୀପୁରମ ଏସପି ପୁରୁଷତ୍ତୋମ ରେଡ୍ଡୀ ଏବେଂ ଅବଦୁଲ୍ଲାପୁରମେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.