ETV Bharat / bharat

ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ

author img

By ETV Bharat Odisha Team

Published : Aug 27, 2023, 7:52 AM IST

କଳାପଟାରେ 'ଜୟ ଶ୍ରୀରାମ' ଲେଖିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଶିକ୍ଷକ । ହସ୍ପିଟାଲରେ ଭର୍ତ୍ତି ହେଲେ ଛାତ୍ର । ଅଧିକ ପଢନ୍ତୁ

ଜୟ ଶ୍ରୀ ରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ
ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଉତ୍ତର ପ୍ରଦେଶରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡା ମାରିବାକୁ ଘଟଣାକୁ ନେଇ ଦେଶରେ ବିବାଦ ଜୋର ଧରିଛି । ଏହି ବିବାଦ ମଧ୍ୟରେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ର ଶ୍ରେଣୀଗୃହ କଳାପଟାରେ 'ଜୟ ଶ୍ରୀରାମ' ଲେଖିବାରୁ ଶିକ୍ଷକ ତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏତେ ନିର୍ଦ୍ଦୟ ଭାବେ ପିଟିଛନ୍ତି ଯେ, ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି(ଶନିବାର) ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ସମ୍ପୃକ୍ତ ଶିକ୍ଷକ ଓ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଶିକ୍ଷକଙ୍କ ଗିରଫଦାରୀ ପରେ ଭୟରେ ପ୍ରିନ୍ସିପାଲ ଏବେ ପୋଲିସ ଠାରୁ ଲୁଚି ବୁଲୁଛନ୍ତି । ଆଇପିସିର ଧାରା ୩୨୩, ୩୪୨, ୫୦୪, ୫୦୬ ସହିତ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଉଭୟ ଶିକ୍ଷକ ଓ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଗୋଟିଏ ୩ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିବା କଠୁଆ ଡେପୁଟି କମିଶନର ବିବୃତ୍ତି ଜାରି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: UP Boy Slapping Video: ତେଜିଲା ରାଜନୀତି, BJP-RSSକୁ ଦୋଷ ଦେଲେ ବିରୋଧୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ମୁଜାଫର ନଗରରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଜଣକ ପରେ ଜଣେ ମାଡ ମାରିବାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ସ୍କୁଲର ଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରଙ୍କୁ ମାଡ ଦେବାକୁ ଶ୍ରେଣୀର ଅନ୍ୟ ଛାତ୍ରମାନଙ୍କୁ କହିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ତେବେ ଛାତ୍ରଙ୍କୁ ମାଡ ମରାଯିବାର ଭିଡିଓ ଭାଇରାଲ ପରେ ରାଜନୀତି ଜୋର ଧରିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଘଟଣାକୁ ନିନ୍ଦା କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ବିଜେପିର ଏହା ଘୃଣ୍ୟ ରାଜନୀତି ବୋଲି କହିଛନ୍ତି । ସାଂସଦ ଅସଦୁଦ୍ଦିନ ଓୱେସୀ ମଧ୍ୟ ବିଜେପିକୁ ସମାଲୋଚନା କରି ଏହି ଘଟଣାର ଗତ ୯ ବର୍ଷ ଶାସନର ପରିଣାମ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.