ETV Bharat / bharat

UP Boy Slapping Video: ତେଜିଲା ରାଜନୀତି, BJP-RSSକୁ ଦୋଷ ଦେଲେ ବିରୋଧୀ

author img

By ETV Bharat Odisha Team

Published : Aug 26, 2023, 7:39 PM IST

ଉତ୍ତର ପ୍ରଦେଶ ମୁଜାଫରପୁରରେ ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ଶିକ୍ଷୟିତ୍ରୀ ମାଡ ମାରିବା ଘଟଣାରେ ସାମ୍ପ୍ରଦାୟିକ ରାଜନୀତି ଜୋର । ଯୋଗୀ ସରକାର ଉପରେ ବର୍ଷିଲା କଂଗ୍ରେସ ଓ ଓବେସୀ । କହିଲେ ଘୃଣା ରାଜନୀତିର ପ୍ରତିଫଳନ । ଅଧିକ ପଢନ୍ତୁ

ସମ୍ପ୍ରଦାୟ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ଶିକ୍ଷୟିତ୍ରୀ ମାଡ ମାରିବା ଘଟଣାରେ ସାମ୍ପ୍ରଦାୟିକ ରାଜନୀତି ଜୋର
UP boy slapping video: ତେଜିଲା ରାଜନୀତି, ବିରୋଧୀ କହିଲେ BJP-RSS ଘୃଣା ରାଜନୀତି

ସମ୍ପ୍ରଦାୟ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ଶିକ୍ଷୟିତ୍ରୀ ମାଡ ମାରିବା ଘଟଣାରେ ସାମ୍ପ୍ରଦାୟିକ ରାଜନୀତି ଜୋର

ନୂଆଦିଲ୍ଲୀ/ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଜାଫରନଗର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ମାଡ ମାରିବା ଘଟଣାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ସମେତ ବିରୋଧୀ ଦଳମାନେ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡେଗ ସିଧାସଳଖ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିର ଏହା ଘୃଣ୍ୟ ରାଜନୀତି ପ୍ରସାରର ଫଳ ବୋଲି ବୋଲି କହିଛନ୍ତି । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସଂଖ୍ୟାଲଘୁ ନେତା ଅସଦୁଦ୍ଦିନ ଓବେସୀ ମଧ୍ୟ ଯୋଗୀ ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ୍ସରେ ଖଡଗେ କହିଛନ୍ତି, “ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ଧାର୍ମିକ ଭେଦଭାବ ଆଧାରରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରଙ୍କୁ ଅନ୍ୟ ପିଲାଙ୍କ ଦ୍ବାରା ଯେଉଁଭଳି ମାଡ ମାରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ଏହା ବିଜେପି-ଆରଏସଏସର ଘୃଣା ରାଜନୀତିର ଏକ ପ୍ରତିଫଳନ । ଏଭଳି ଘଟଣା ବିଶ୍ୱବ୍ୟାପୀ ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ”

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଉଭଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଘଟଣା ନେଇ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି । ଏପରି ଘଟଣା ନୀରିହ ପିଲାମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକତା ବିଷର ଭେଦଭାବ ମାନସିକତା ଭରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଏପରି ଘଟଣା ସ୍କୁଲ ପରି ଏକ ପବିତ୍ର ସ୍ଥାନକୁ ଘୃଣାର ବଜାରରେ ପରିଣତ କରିଛି ବୋଲି ମଧ୍ୟ ରାହୁଲ କହିଛନ୍ତି । ପ୍ରିୟଙ୍କା କହଛନ୍ତି, ପ୍ରଗତି ଧାରାରେ ବଡ ଶତ୍ରୁ ହେଉଛି ଘୃଣା । ଏବେ ଚନ୍ଦ୍ରପୃଷ୍ଠକୁ ଯିବାକୁ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା ହେଉଛି । ହେଲେ ଏହିପରି ଘଟଣା ସମାଜରେ ଘୃଣାର ପ୍ରାଚୀର ତିଆରି କରୁଛି ।

ଏହା ମଧ୍ୟ ପଢନ୍ତୁ:- ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ଏହି ଘଟଣାକୁ ଲୋକସଭା ସାଂସଦ ଅସଦୁଦ୍ଦିନ ଓବେସୀ ମଧ୍ୟ ସମାଲୋଚନା କରି କହିଛନ୍ତି, ମୁଜାଫରନଗରର ଭିଡିଓ ଯେଉଁଠାରେ ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ଜଣେ ମୁସଲମାନ ବାଳକକୁ ଚାପୁଡ଼ା ମାରିବାକୁ କହୁଛନ୍ତି ତାହା ଗତ 9 ବର୍ଷ ଶାସନର ପରିଣାମ । ଏହାର ଅର୍ଥ ହେଉଛି ପିଲାଙ୍କ ମଧ୍ୟରେ ଏହି ମାନସିକତା ସୃଷ୍ଟି କରାଯାଉଛି ଯେ, ବିନା କୌଣସି କାରଣରେ ଜଣେ ମୁସଲିମ ଛାତ୍ରଙ୍କୁ କେହି ବି ନିର୍ଯାତନା ଦେଇପାରିବେ । ସେପଟେ ଘଟଣା ନେଇ ବିବାଦ ତେଜିବା ପରେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ କହିଛନ୍ତି, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.