ETV Bharat / bharat

Cabinet Decisions: ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ ନୂଆ ରେଳ ଲାଇନକୁ ମଞ୍ଜୁରୀ

author img

By

Published : Jul 13, 2022, 10:38 PM IST

ଦୁଇ ହଜାର ୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳରେ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ନୂଆ ରେଳଲାଇନ (Hill-Ambaji- Abu Road new rail line) ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (Cabinet Committee on Economic Affairs) ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ

ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ ନୂଆ ରେଳ ଲାଇନକୁ ମଞ୍ଜୁରୀ
ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ ନୂଆ ରେଳ ଲାଇନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଦୁଇ ହଜାର ୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳରେ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ନୂଆ ରେଳଲାଇନ (Hill-Ambaji- Abu Road new rail line) ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (Cabinet Committee on Economic Affairs) ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

  • Union Cabinet approves Taranga Hill-Ambaji-Abu Road new rail line to provide connectivity and improve mobility. The estimated cost of this project is Rs. 2798.16 crores and will be completed by 2026-27: Union Minister Anurag Thakur pic.twitter.com/O2pt0Nda2J

    — ANI (@ANI) July 13, 2022 " class="align-text-top noRightClick twitterSection" data=" ">

ନୂଆ ରେଳ ଲାଇନର ଲମ୍ବ ମୋଟ ୧୧୬.୬୫ କିଲୋମିଟର ହେବ । ଏହି ପ୍ରକଳ୍ପ ୨୦୨୬-୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୪୦ ଲକ୍ଷ କାର୍ଯ୍ୟ ଦିବସ ଲାଗି ପ୍ରତ୍ୟେକ୍ଷ ରୋଜଗାର ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ଭାରତ ସଂକଳ୍ପ ଅନୁରୂପ, ଏହି ପ୍ରକଳ୍ପ ରେଳ ଯୋଗାଯୋଗ ବଢାଇବା ଏବଂ ଗମନାଗମନରେ ସୁଧାର ଆଣିବ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ହେବ ।

ଅମ୍ବାଜୀ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହୋଇଥିବା ବେଳେ ଏହା ଭାରତର ୫୧ ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ବର୍ଷ ଗୁଜରାଟ ସହିତ ଦେଶର ବିଭିନ୍ନ ଭାଗ ଏବଂ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ଏଠାରେ ରେଳ ଲାଇନ ନିର୍ମାଣ ଫଳରେ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିପାରିବ । ଏହା ବ୍ୟତୀତ, ତରଙ୍ଗା ହିଲରେ ଥିବା ଅଜିତନାଥ ଜୈନ ମନ୍ଦିର (୨୪ଟି ପବିତ୍ର ଜୈନ ତୀର୍ଥଙ୍କର ମଧ୍ୟରୁ ଗୋଟିଏ) ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଏହି ରେଳ ସଂଯୋଗ ଦ୍ବାରା ଅଧିକ ଲାଭ ମିଳିପାରିବ । ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ମଧ୍ୟରେ ଏହି ନୂଆ ରେଳଲାଇନ ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳକୁ ରେଳବାଇର ମୁଖ୍ୟ ନେଟୱର୍କ ସହ ଯୋଡିବ ।

ଏହି ଲାଇନ କୃଷି ଏବଂ ସ୍ଥାନୀୟ ଉତ୍ପାଦକୁ ସହଜରେ ନେବା ଆଣିବା କରିବା ଲାଗି ସୁବିଧା ପ୍ରଦାନ କରିବ । ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ତଥା ଦେଶର ଅନ୍ୟ ଭାଗରେ ମଧ୍ୟ ଲୋକମାନଙ୍କୁ ଉନ୍ନତ ଗମନାଗମନ ସୁବିଧା ପ୍ରଦାନ କରିବ । ଏହି ପ୍ରକଳ୍ପ ବର୍ତ୍ତମାନର ଅହମ୍ମଦାବାଦ-ଆବୁ ରୋଡ ରେଳ ଲାଇନ ପାଇଁ ବିକଳ୍ପ ମାର୍ଗ ହେବ।

ପ୍ରସ୍ତାବିତ ଦୋହରୀକରଣ ସହ ଯୋଡି ହେବା ଫଳରେ ରାଜସ୍ଥାନର ସିରୋହୀ ଜିଲ୍ଲା ଏବଂ ଗୁଜରାଟର ବନାସକାଣ୍ଠା ଓ ମେହସାଣା ଜିଲ୍ଲା ଦେଇ ଅତିକ୍ରମ କରିବ । ନୂଆ ରେଳ ଲାଇନ ନିର୍ମାଣ ଫଳରେ ପୁଞ୍ଜିନିବେଶ ଆକୃଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ବୋଲି କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.