ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ, ବୋରିଙ୍ଗ ଲିଫ୍ଟରେ ଟଙ୍ଗାଇ ନିର୍ଦ୍ଧୁମ ମାଡ

author img

By

Published : Nov 11, 2022, 10:43 PM IST

ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ
ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ ()

ଚୋରି କରିବାରୁ ଯୁବକଙ୍କୁ ନିର୍ଦ୍ଧୁମ ମାଡ । ବୋରିଙ୍ଗ ଲିଫ୍ଟର ମେସିନରେ ଟଙ୍ଗାଇ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶରେ ତାଲିବାନୀ ଶାସନ । ସୀମା ଟପିଲା ବର୍ବରତା, ଚୋରକୁ ବୋରିଙ୍ଗ ଲିଫ୍ଟର ମେସିନରେ ଟାଙ୍ଗି ନିର୍ଦ୍ଧୁମ ମାଡ ମାରିଲେ । ଚୋରି କରିବାରୁ ଯୁବକଙ୍କ ହାତ ଗୋଡ ବାନ୍ଧି ଟାଙ୍ଗିବା ପରେ ନିଷ୍ଠୁର ଭାବେ ମାଡ ମରାଯାଇଥିବା ଥାନାରେ ଅଭିଯୋଗ । ଯାହାର ଭିଡିଓ ଏବେ ସୋସିଆମ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓଟି ଉଜ୍ଜୟିନୀ ଜିଲ୍ଲାର ବଡନଗର ତହସିଲର ସିଜାୱାଟା ଗାଁର ବୋଲି କୁହାଯାଉଛି । ଥାନାରେ ଅଭିଯୋଗ ପରେ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ ।

ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଗତ ୮ଦିନ ତଳେ ଘଟିଥିଲା । ଅତ୍ୟାଚାରର ଶିକାର ହୋଇଥିବା ଯୁବକ ଜଣଙ୍କ ଡ୍ରମ୍ ବଜାଇ ରୋଜଗାର କରନ୍ତି ଏବଂ ତାଙ୍କୁ ମାଡ ମାରୁଥିବା ବ୍ୟକ୍ତିଙ୍କ ହେଉଛନ୍ତି ଅର୍ଜୁନ । ଅର୍ଜୁନଙ୍କ ଘରୁ ଯୁବକ ଜଣଙ୍କ ଚୋରି କରିଥିଲେ । ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିବା ପରିବର୍ତ୍ତେ ନିଜେ ଯୁବକ ଜଣଙ୍କୁ ବୋରିଙ୍ଗରେ ଟାଙ୍ଗି ମାଡ ମାରିଥିଲେ । ପୀଡିତ ଜଣଙ୍କୁ ମାଡ ମାରିବା ସମୟରେ ସ୍ଥାନୀୟ କିଛି ଲୋକେ ଉଦ୍ଧାର କରିଥିଲେ । ଏହାପରେ ଯୁବକ ଜଣଙ୍କ ଗ୍ରାମ ଛାଡି କେଉଁଆଡେ ପଳାଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨ ଦିନରେ କରିବେ ୪ ଦକ୍ଷିଣ ରାଜ୍ୟ ଗସ୍ତ

ଯୁବକଙ୍କୁ ମାଡ ମାରିବା ସମୟରେ ସ୍ଥାନୀୟ ଜଣେ ବ୍ୟକ୍ତି ଏହାକୁ ମୋବାଇଲେ କଏଦ କରିଥିଲେ । ଏହାପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୀଡିତ ଜଣଙ୍କ ଅର୍ଜୁନଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି ।

ଏହି ଘଟଣାରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଇଙ୍ଗୋରିଆ ପୋଲିସ ଷ୍ଟେସନର ଅଧିକାରୀ ପ୍ରୀତି ସିଂ ଖାଲେଟ । ଏହି ଘଟଣା ନେଇ ଗତ ୪ ତାରିଖରେ ଏକ ଅଭିଯୋଗ ହୋଇଥିଲା । ଅର୍ଜୁନ ମୋଙ୍ଗିଆ ଏବଂ ସଞ୍ଜୟ ଜାଟ ୨ଟି ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.